ଘଟଣା ଦୁର୍ଘଟଣାପାଣିପାଗରାଜ୍ୟ

Cyclone Montha

ବାତ୍ୟାର ପ୍ରଭାବରେ ଉପୁଡ଼ିଲା ଗଛ: ମହିଳା ମୃତ, ବାଳକ-ଅଟୋ ଚାଳକ ଗୁରୁତର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଜାରି ରହିଛି। ବାତ୍ୟା ଯୋଗୁଁ ଗଛ ଉପୁଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶରେ ଜଣେ ଜଣେ ବୟସ୍କ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି।

ବିଶାଖାପାଟଣା/ଭୁବନେଶ୍ୱର ୨୯-୧୦-୨୦୨୫(ଏସ.ଏମ ) : ଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଜାରି ରହିଛି। ବାତ୍ୟା ଯୋଗୁଁ ଗଛ ଉପୁଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଆନ୍ଧ୍ରପ୍ରଦେଶରେ ଜଣେ ଜଣେ ବୟସ୍କ ମହିଳାଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଦୁଇଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣେ ମହିଳା। ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲା ନିବାସୀ ବୟସ୍କ ମହିଳା ତାଙ୍କ ଘରେ ଥିବା ବେଳେ ବାତ୍ୟାର ପ୍ରଭାବରେ ଏକ ଗଛ ଉପୁଡ଼ି ପଡ଼ିଥିଲା। ଏହି ଗଛଟି ମହିଳାଙ୍କ ଘର ଉପରେ ପଡ଼ିଥିଲା। ଫଳରେ ମହିଳା ଜଣକ ଘର ଭିତରେ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଜିଲ୍ଲାର ଅନ୍ୟ ଏକ ଅଘଟଣରେ ନଡ଼ିଆ ଗଛ ଉପୁଡ଼ି ପଡ଼ିବାରୁ ଜଣେ ବାଳକ ଏବଂ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଘୂର୍ଣ୍ଣିଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏହା ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଏହା ଆହୁରି କିଛି ସମୟ ପର୍ଯ୍ୟନ୍ତ ଚାଲିବ। ଝଡ଼ ସମ୍ପୂର୍ଣ୍ଣ ଭାବରେ ଉପକୂଳ ଅତିକ୍ରମ କରିବ। ମୋନ୍ଥା ବର୍ତ୍ତମାନ କାକିନାଡା ନିକଟସ୍ଥ ମଛଲିପାଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରୁଛି। ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ରେକର୍ଡ କରାଯାଉଛି। ଘଟକା ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଛି। ଉପକୂଳ ଆନ୍ଧ୍ର ପ୍ରଦେଶ ଏବଂ ସଂଲଗ୍ନ ଓଡ଼ିଶା ପାଇଁ ପ୍ରବଳ ବର୍ଷାର ସତର୍କତା ଜାରି କରାଯାଇଛି। କର୍ତ୍ତୃପକ୍ଷ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିବା ବେଳେ ଅନ୍ୟମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ…

ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଓଡ଼ିଶାରେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ନେଇ ୨୨ଟି ଅନୁରୋଧ ମିଳିଛିI ଗଛ ପଡ଼ିବା ସହିତ ମାଟି ଅତଡ଼ା ମଧ୍ୟ ଖସିଛିI ଆର. ଉଦୟଗିରି, କାଶୀନଗର, ଅନାଗାଁ ଠାରୁ ଆରମ୍ଭ କରି ଗୁମ୍ମା ପର୍ଯ୍ୟନ୍ତ ଏହି ଭଳି ଘଟଣା ପର୍ଯ୍ୟନ୍ତ ଦେଖିବାକୁ ମିଳିଛିI ଗଞ୍ଜାମ ଜିଲ୍ଲାର ଚିକିଟି, ପାଟପୁରରେ ବର୍ଷା ଲାଗି ରହିଛିI ପୁରୀ ସହରରେ ପାଣି ପ୍ରବେଶ କରିଥିବା ବେଳେ ଭୁବନେଶ୍ୱରରେ ସ୍ଥିତି ଠିକ୍‌ ଅଛିI ୮ଟି ସ୍ଥାନରେ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରାଯାଇଛିI ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୮ଟି କଲ୍‌ ଆସିଥିବା ବେଳେ ୨୨ଟି ସ୍ଥାନରେ କାମ ଶେଷ କରିବା ସହ ଅନ୍ୟ ସ୍ଥାନରେ ଟିମ୍‌ କାମ କରୁଛିI

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *