ପାଣିପାଗରାଜ୍ୟ

Night Temperature to drop

ଆଗକୁ ଥରେଇବ ଶୀତ…

ରାତିର ତାପମାତ୍ରା ୪ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ପୂର୍ବାନୁମାନ, ଭୁବନେଶ୍ବର ୨୦.୫ ଡିଗ୍ରି

ଭୁବନେଶ୍ୱର ୦୬-୧୧-୨୦୨୫(ଏସ.ଏମ ) : ତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ ତଳେ ରହିଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତିନି ଡିଗ୍ରି ସେଲସିୟସ୍ ହ୍ରାସ ପାଇଛି। Rainfall Forecast & Warning for the State. Day-1 to Day-7 : Dry. Day-1 to Day-7 : No Warning. #Rain#Odisha#Forecast#Warningpic.twitter.com/ESlMe7UPw3 — Meteorological Centre, Bhubaneswar (@mcbbsr) November 6, 2025
ଫୁଲବାଣୀର ତାପମାତ୍ରା ୧୫ ଡିଗ୍ରି…
ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଭାବରେ ପଞ୍ଜିକୃତ ହୋଇଛି। ଫୁଲବାଣୀ ସହରର ତାପମାତ୍ରା ୧୫.୦ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟରେ ସକାଳେ ଘନ କୁହୁଡ଼ି ସହରକୁ ଘୋଡ଼ାଇ ରଖିଥିବା ବେଳେ ରାଉରକେଲା, ଭବାନୀପାଟନାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ବରର ରାତିର ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରି ରହିଛି। କଟକର ତାପମାତ୍ରା ୨୦.୨ ଡିଗ୍ରି ରହିଛି। ସେହିପରି ପାରଳାଖେମୁଣ୍ଡିର ରାତିର ତାପମାତ୍ରା ୩୫.୦ ଡିଗ୍ରି ରହିଛି। ଜି.ଉଦୟଗିରି ହିଲ୍ ଷ୍ଟେସନର ତାପମାତ୍ରା ୧୩.୦ ଡିଗ୍ରି ରହିଛି। Minimum Temperature Forecast #temperature#WINTER#Odishapic.twitter.com/muyAziuVR7 — Meteorological Centre, Bhubaneswar (@mcbbsr) November 6, 2025 ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। Realized weather during past 24 hours over the districts of Odisha. #Odisha#odishaweather#WeatherUpdatepic.twitter.com/GajjBI1c4L — Meteorological Centre, Bhubaneswar (@mcbbsr) November 6, 2025

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *