ରାଜନୀତିରାଜ୍ୟ

Nuapada-By-Election

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରିବ…

  • ନୂଆପଡ଼ା by-election ପାଇଁ ଆଜି ପ୍ରଚାର ସରିବ।
  • ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ।
  • ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ।

ନୂଆପଡ଼ା ୦୯-୧୧-୨୦୨୫(ଏସ.ଏମ ) :  ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାର ସରିବ। ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ। ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ। ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି। ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ।
ଲଜ୍ ଓ ଅତିଥି ଗୃହଗୁଡ଼ିକର ଅତିଥି ତାଲିକାର ମଧ୍ୟ ଯାଞ୍ଚ କରାଯିବ। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ। ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ।

ଶନିବାର ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିମାନରେ ଆସି ଗୋତମା ଏୟାର୍‌ଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ହେଲିକପ୍ଟରରେ ସୁନାବେଡ଼ା ଅଞ୍ଚଳକୁ ଯାଇଥିଲେ। ସେଠାରେ ଥିବା ମା’ ସୁନାଦେଈଙ୍କ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ୨୪ ବର୍ଷ ଧରି ବିଜେଡି ଶାସନରେ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନାବେଡ଼ାକୁ ଆସିଥିଲେ କି? ହେଲେ ଓଡ଼ିଶାରେ ବିଜେପି ସରକାର ହେବାପରେ ସୁନାବେଡ଼ା ଅଞ୍ଚଳରେ ବସବାସ କରୁଥିବା ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ସମସ୍ୟା ବୁଝିବାକୁ ଏଠାକୁ ଟାଣିହୋଇ ଆସିଲି। ଏହି ଅଞ୍ଚଳର ବିକାଶକୁ ଆଗକୁ ନେବା ପାଇଁ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବାକୁ ସେ ଅନୁରୋଧ କରିଥିଲେ। ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ସର୍କିଟ ହାଉସସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇ ଏକ ରୋଡ୍‌ସୋ’ରେ ବାହାରିଥିଲେ। ବିଭିନ୍ନ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ନୂଆପଡ଼ା ଏକତା ଛକଠାରେ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ। ଏଠାରେ ମଧ୍ୟ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ। ଶ୍ରୀ ମାଝୀ କହିଥିଲେ, ଏହି ଏକତା ଛକଠାରେ ଗତକାଲି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଅନେକ କଥା କହିକି ଗଲେ। ଗତ ୨୪ ବର୍ଷ ଧରି ବିଜେଡି ସରକାରଙ୍କୁ ଓଡ଼ିଶାବାସୀ ଦାୟିତ୍ବ ଦେଇଥିଲେ। ଓଡ଼ିଶାବାସୀ ଆଶା କରିଥିଲେ ଯେ ଓଡ଼ିଶାର ବିକାଶ ଓ ପ୍ରଗତି ସହ ଆଦିବାସୀଙ୍କ ବିକାଶ ହେବ। କିନ୍ତୁ ସେ ଲୋକଙ୍କ ଭାବନାକୁ ବୁଝିପାରି ନଥିଲେ।

ରୋଡ୍‌ ସୋ’ରେ ଯୋଗଦେଲେ, ସୁନାଦେଈଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ…
ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ମହିଳାମାନେ ଅବହେଳିତ ରହିଥିଲେ। ଯାହାର ପ୍ରମାଣ ଏହି ଉପନିର୍ବାନରେ ଦେଖିବାକୁ ମିଳିଛି। ଉପନିର୍ବାଚନରେ ନୂଆପଡ଼ା ଜିଲ୍ଲାର ଜଣେ ମହିଳା କି ଯୁବକ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟ ହେଲେ ନାହିଁ। ଫଳରେ ବରଗଡ଼ ଜିଲ୍ଲାରୁ ଆଣି ନୂଆପଡ଼ାରେ ପ୍ରାର୍ଥୀ କରିଛନ୍ତି। ଗତକାଲି ନବୀନ ବାବୁ ନୂଆପଡ଼ାରେ ରୋଡ୍‌ ସୋ’ବେଳେ ଏକୁଟିଆ ଗାଡ଼ିରେ ରହିଥିଲେ। ତାଙ୍କ ପାଖରେ ପ୍ରାର୍ଥୀ ଓ ନେତା କେହି ନଥିଲେ। ପ୍ରାର୍ଥୀ ଆଉ ଏକ ଗାଡ଼ିରେ ଯାଉଥିଲେ। ଜଣେ ପ୍ରାର୍ଥୀ ତାଙ୍କ ମୁଖିଆଙ୍କ ପାଖରେ ପହଞ୍ଚିପାରୁ ନାହାନ୍ତି। ନୂଆପଡ଼ା ସମସ୍ୟା ସଂପର୍କରେ ଜଣାଇବାକୁ ରାଜେନ୍ଦ୍ର ଢୋଲକିଆ ମଧ୍ୟ ନବୀନ ବାବୁଙ୍କ ପାଖକୁ ପହଞ୍ଚିପାରି ନଥିଲେ। ସେଥିପାଇଁ ଆଜି ସ୍ବର୍ଗତ ଢୋଲକିଆଙ୍କ ପରିବାର ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି। ନିର୍ବାଚନ ଶେଷ ହେବାପରେ ସମ‌ସ୍ତେ ଚାଲିଯିବେ। ହେଲେ ଆସନ୍ତା ୧୪ ତାରିଖ ପରେ ମୋହନ ଚରଣ ମାଝୀ ଏବଂ ଜୟ ଢୋଲକିଆ ଉଭୟେ ନୂଆପଡ଼ାର ବିକାଶ ଦାୟିତ୍ବ ନେବେ। ସେଥିପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ରୋଡ୍‌ ସୋ’‌ରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦୀକ୍ଷିତଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନୂଆପଡ଼ା ଓ ଖରିଆରରୋଡ୍‌ ପର୍ଯ୍ୟନ୍ତ ରୋଡ୍‌ ସୋ’ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70