HELTHLatestNewsଦୁର୍ନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

Protest for garbage dump

ଗାଡ଼କଣ ଅଳିଆଗଦା ସ୍ଥାନାନ୍ତରଣ ଦାବିରେ ବିକ୍ଷୋଭ…

ଆମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ୱର ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସୈନିକ ସ୍କୁଲ ନିକଟସ୍ଥ ଅଳିଆ ଗଦା ସ୍ଥାନାନ୍ତରଣ ଦାବିରେ ମାଷ୍ଟର୍‌କ୍ୟାଣ୍ଟିନ୍ ଛକଠାରୁ ଲୋୟର୍‌ ପିଏମ୍‌ଜି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଭୁବନେଶ୍ୱର ୦୬-୧୨-୨୦୨୫(ଏସ.ଏମ ) : ମ୍ ଆଦ୍‌ମୀ ପାର୍ଟି ଭୁବନେଶ୍ୱର ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସୈନିକ ସ୍କୁଲ ନିକଟସ୍ଥ ଅଳିଆ ଗଦା ସ୍ଥାନାନ୍ତରଣ ଦାବିରେ ମାଷ୍ଟର୍‌କ୍ୟାଣ୍ଟିନ୍ ଛକଠାରୁ ଲୋୟର୍‌ ପିଏମ୍‌ଜି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ସଭାକୁ ସମ୍ବୋଧିତ କରି ଗାଡ଼କଣସ୍ଥିତ ଅଳିଆ ଗଦାକୁ ତୁରନ୍ତ ହଟାଇବା ସହ ସୈନିକ ସ୍କୁଲ ବଞ୍ଚାଇବା ପାଇଁ ଆହ୍ବାନ ଜଣାଇଥିଲେ। ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ସଂଯୋଜନା ଓ ଭୁବନେଶ୍ୱର ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଅଳିଆଗଦାକୁ ଲାଗି ଗଢି ଉଠିଥିବା ସୈନିକ ସ୍କୁଲ ସମେତ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାର ଦୂଷିତ ପରିବେଶ ଯୋଗୁ ବାରମ୍ବାର ରୋଗାକ୍ରାନ୍ତ ହେଉଥିବାର ଗଭୀର ଚିନ୍ତା ପ୍ରକଟ କରିଥିଲେ।ଦଳ ଅଭିଯୋଗ କରିଛି, ଏହି ଅଳିଆଗଦା ପ୍ରଭାବରେ ଅନେକ ବ୍ୟକ୍ତିଙ୍କର ଶ୍ୱାସ ଓ ହୃଦରୋଗ ଯୋଗୁଁ ଜୀବନହାନି ହୋଇସାରିଛି। ଏ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରର ସଦସ୍ୟ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି। ବିଗତ ଦିନରେ ବିଜେପି ଦଳ ଏହି ଅଳିଆଗଦାକୁ ହଟାଇବା ପାଇଁ ଦୀର୍ଘ ଦିନ ଧରି ଅନଶନରେ ବସି ରହିଥିଲେ। କିନ୍ତୁ ସେମାନେ ସରକାରକୁ ଆସିବାର ୧୮ ମାସ ହୋଇ ଯାଇଥିଲେ ସୁଦ୍ଧା ଅଳିଆ ଗଦାକୁ ଉଠେଇନେବା ତ ଦୂରର କଥା ସେ ସମ୍ପର୍କରେ ମୌନତା ଅବଲମ୍ବନ କରିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ସୈନିକ ସ୍କୁଲ ପରିସରକୁ ଲାଗି ରହିଥିବା ଅଳିଆ ଗଦା ଅନେକ ପରିବାରଙ୍କ ଜୀବନଜୀବିକା ଓ ସାମାଜିକ ସ୍ଥିତିକୁ ପ୍ରଭାବିତ କରୁଛି। ଏହାକୁ ଭୁବନେଶ୍ୱରର ଭୌଗୋଳିକ ପରିଧି ବାହାରକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଅଳିଆ ଗଦା ଦ୍ବାରା ପ୍ରଭାବିତ ସମସ୍ତ ପରିବାରକୁ ଚିହ୍ନଟ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦଳ ଦାବି କରିଛି। ଆନ୍ଦୋଳନରେ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପାଣି, ମନୋଜ ମହାନ୍ତି, ଶୁଭାଶିଷ ସ୍ବାଇଁ, ସୁନୀଲ ଷଡ଼ଙ୍ଗୀ, ରୁଚିର ରୁଦ୍ର ରଥ, ଲଳିତ ମୋହନ ଦାସ ଅଧିକାରୀ, ଅମିୟ ଶର୍ମା, ସଞ୍ଜୟ କେତନ ନାୟକ, ଶାରଦା ପ୍ରସାଦ ଦାଶ, ଶୈଳେନ୍ଦ୍ର ସ୍ବାଇଁ, ଲଲାଟ ଜେନା, ଜୟରାମ ମଲ୍ଲିକ, ସୁପ୍ରାଜ୍ ଦିଗାଲ, ଜିପ୍ରାସ୍ ଦିଗାଲ, ସମ୍ବିତ ସାମନ୍ତରାୟ, ସରୋଜିନୀ ଖୁଣ୍ଟିଆ, ଜ୍ୟୋତିର୍ମୟୀ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *