LatestNewsPoliticsଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

Police arrest couple before suicide

ଆତ୍ମାହୁତି ପୂର୍ବରୁ ଦମ୍ପତିଙ୍କୁ କାବୁ କଲା ପୁଲିସ: ବ୍ୟାଗ୍‌ରେ ପେଟ୍ରୋଲ୍‌ ବୋତଲ ରଖି ବିଧାନସଭାକୁ ପଶୁଥିଲେ

ଯେଉଁମାନେ ପୁଅକୁ ହତ୍ୟା କରିଥିଲେ ସେମାନେ ଆଜି ଆମ ସାମ୍ନାରେ ଛାତି ଫୁଲାଇ ବୁଲୁଛନ୍ତି। କେମିତି ସହିବୁ, ଆମେ ଆଉ ବଞ୍ଚିବାକୁ ଚାହୁନାହୁଁ। ଆମକୁ ଛାଡ଼ିଦିଅ, ଏଠି ଜୀବନ ହାରିବୁ’। ପୁଅକୁ ହରାଇଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ବୃଦ୍ଧ ଦମ୍ପତି ଉଜ୍ଜଳା ପ୍ରଧାନ ଓ ସ୍ବାମୀ….

ଭୁବନେଶ୍ୱର ୦୬-୧୨-୨୦୨୫(ଏସ.ଏମ ) :  ‘ଯେଉଁମାନେ ପୁଅକୁ ହତ୍ୟା କରିଥିଲେ ସେମାନେ ଆଜି ଆମ ସାମ୍ନାରେ ଛାତି ଫୁଲାଇ ବୁଲୁଛନ୍ତି। କେମିତି ସହିବୁ, ଆମେ ଆଉ ବଞ୍ଚିବାକୁ ଚାହୁନାହୁଁ। ଆମକୁ ଛାଡ଼ିଦିଅ, ଏଠି ଜୀବନ ହାରିବୁ’। ପୁଅକୁ ହରାଇଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳର ବୃଦ୍ଧ ଦମ୍ପତି ଉଜ୍ଜଳା ପ୍ରଧାନ ଓ ସ୍ବାମୀ ଏକାଦଶୀ ପ୍ରଧାନଙ୍କ ବିଧାନସଭା ସମ୍ମୁଖରେ ଏଭଳି କୋହଭରା ଗୁହାରି ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ନ୍ୟାୟ ପାଇବା ପାଇଁ ଆତ୍ମାହୁତିକୁ ଶେଷ ପନ୍ଥା ବାଛିଥିବା ଦମ୍ପତିଙ୍କୁ ଅଘଟଣ ପୂର୍ବରୁ ପୁଲିସ ଅଟକାଇବା ସହ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି। ସୂଚନା ମୁତାବକ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟ। ବିଧାନସଭା ପାଇଁ ଚାରିଆଡ଼େ କଡ଼ା ସୁରକ୍ଷା ବଳୟ। ମାତ୍ର ଏହି ବୃଦ୍ଧ ଦମ୍ପତି ବ୍ୟାଗ୍‌ ଧରି ବିଧାନସଭା ଆଡ଼କୁ ଚାଲିଥିଲେ। ରାସ୍ତା ବନ୍ଦ ଥିବାରୁ ପୁଲିସ ସେମାନଙ୍କୁ ଫେରିଯିବାକୁ କହିଥିଲା। ହେଲେ ଏଠାକୁ କାହିଁକି ଆସିଛି? କୁଆଡ଼େ ଯାଉଛ? ପଚରାଉଚରା କରିଥିଲେ ବି ଦମ୍ପତି କିଛି ଉତ୍ତର ଦେଇନଥିଲେ। ଚୁପ୍‌ଚାପ ସଂଲଗ୍ନ ରାସ୍ତାରେ ପୁଣି ବିଧାନସଭା ଆଡ଼କୁ ମାଡ଼ିଚାଲିଥିଲେ। ‌ଦମ୍ପତିଙ୍କ ଏଭଳି ବ୍ୟବହାର ସାଙ୍ଗକୁ ବିଧାନସଭା ମୁହାଁ ଦେଖି ପୁଲିସ ସନ୍ଦେହ କରିଥିଲା। ପିଚ୍ଛା କରି ସେମାନଙ୍କୁ ଅଟକାଇ ବ୍ୟାଗ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ୍‌ରୁ ଦୁଇଟି ପେଟ୍ରୋଲ୍‌ ବୋତଲ ଜବତ କରିବା ପରେ ଘଟଣା ପଦାକୁ ଆସିଥିଲା। ବୃଦ୍ଧ ଦମ୍ପତି ଆତ୍ମାହୁତି ପାଇଁ ଆସିଥିବା ଜାଣିବା ପରେ ପୁଲିସ ଉଭୟଙ୍କୁ ଅଟକ ରଖି ବୁଝାସୁଝା କରିଥିଲା। ପରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋ‌ଷ୍ଠକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରାଇ ଆଲୋଚନା କରିଥିଲା। ବସ୍‌ରେ ବସାଇ ନୟାଗଡ଼ ପଠାଇବା ପରେ ପୁଲିସ ନିଶ୍ଚିତ ହୋଇଥିଲା।

ପ୍ରକାଶ ଥାଉ କି, ଗତ ୨୦୧୭ ମସିହାରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏକାଦଶୀଙ୍କ ପରିବାର ଉପରେ ହଠାତ୍‌ ରାତିଅଧିଆ ଆକ୍ରମଣ ହୋଇଥିଲା। ପତ୍ନୀ ଉଜ୍ଜଳା ବାପଘରକୁ ଯାଇଥିବା ବେଳେ ଏକାଦଶୀ, ବଡ଼ପୁଅ ଶ୍ରୀନିବାସ ଓ ସାନପୁଅ ରବୀନ୍ଦ୍ର ଘରେ ଶୋଇଥାଆନ୍ତି। ଏହି ସମ‌ୟରେ ୪୦-୫୦ ଅସାମାଜିକ ଫାର୍ସା, ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଧରି ଘର କବାଟ ଭାଙ୍ଗି ପଶିଥିଲେ। ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରି ଆକ୍ରମଣ ଯୋଗୁ ୩ଜଣ ଗୁରୁତର ହୋଇଥିଲେ। ତେବେ ଆକ୍ରମଣରେ ସାନପୁଅ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବଡ଼ପୁଅ ଅକର୍ମଣ୍ୟ ହୋଇଯାଇଥିଲେ। ଏନେଇ ଶରଣକୁଳ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଜାମିନ୍‌ରେ ଆସିଥିଲେ। ଜାମିନ୍‌ରେ ଆସି ଏକାଦଶୀଙ୍କ ପରିବାରକୁ ପୁଣି ଧମକାଇଥିଲେ। ମାମଲାକୁ କୋହଳ କରି ଖସିବା ପାଇଁ ଚାପ ପକାଇଥିଲେ। ଯାହାକୁ ନେଇ ଆଜି ବୃଦ୍ଧ ଦମ୍ପତି ନ୍ୟାୟ ପାଇଁ ଆତ୍ମହୁତି କରିବାକୁ ଭୁବନେଶ୍ବର ଚାଲି ଆସିଥିଲେ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *