Newsରାଜ୍ୟ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ: ବିଶାଳକାୟ ‘ସୁରବୀର’, କ୍ଷୁଦ୍ରକାୟ ‘ପୁଙ୍ଗାନୁର’

 ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ: ବିଶାଳକାୟ ‘ସୁରବୀର’, କ୍ଷୁଦ୍ରକାୟ ‘ପୁଙ୍ଗାନୁର’

  • ଭଳିକି ଭଳି ଦେଶୀ, ବିଦେଶୀ ଗାଈ। ସାଇଜ୍‌ ଅନୁଯାୟୀ ଛୋଟ ବଡ଼ ମଇଁଷି।
  • ଏଥିସହ ବିଭିନ୍ନ ପ୍ରଜାତିର ଛେଳି, ମେଣ୍ଢା, ବୋଦା ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି।
  • କଂକ୍ରିଟ୍‌ ସହର ମଧ୍ୟରେ ଗୃହପାଳିତ ପ୍ରାଣୀଙ୍କ ଏଭଳି ସମାବେଶ ଜନତା ମଇଦାନ ପରିବେଶକୁ ନିଆରା ରୂପ ଦେଇଛି।

ଭୁବନେଶ୍ୱର ୨୨-୦୧-୨୦୨୬(ଏସ.ଏମ ) : ଳିକି ଭଳି ଦେଶୀ, ବିଦେଶୀ ଗାଈ। ସାଇଜ୍‌ ଅନୁଯାୟୀ ଛୋଟ ବଡ଼ ମଇଁଷି। ଏଥିସହ ବିଭିନ୍ନ ପ୍ରଜାତିର ଛେଳି, ମେଣ୍ଢା, ବୋଦା ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି। କଂକ୍ରିଟ୍‌ ସହର ମଧ୍ୟରେ ଗୃହପାଳିତ ପ୍ରାଣୀଙ୍କ ଏଭଳି ସମାବେଶ ଜନତା ମଇଦାନ ପରିବେଶକୁ ନିଆରା ରୂପ ଦେଇଛି। ଯେ କେହି ବି ବୁଲିବାକୁ ଯାଉଛି ଏମାନଙ୍କୁ ଦେଖିବାକୁ ଘଡ଼ିଏ ଅଟକି ଯାଉଛି। ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀଙ୍କୁ ଦେଖିବା ସହ ତାଙ୍କ ସହ ଫଟୋ ଉଠାଇବାକୁ ଭୁଲିଯାଉ ନାହାନ୍ତି। ଏଥିସହ ମନ ଭଳି ସେଲ୍ଫି ଉଠାଉଛନ୍ତି। ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶର ଉଦ୍‌ଘାଟନୀ ଦିବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

‘କାଙ୍କ୍ରେଜ୍‌’ ଓଜନ ୪୫୦ କେଜି…
ଦେଶର ସବୁଠାରୁ ଭାରି ପ୍ରଜାତିର ଗୋରୁ ‘କାଙ୍କ୍ରେଜ୍‌’ ଏଠାକୁ ଆସିଛି। ଗଞ୍ଜାମର ମାଣ୍ଡିଆପାଲିର ଉର୍ଜା ଡାଏରୀ ଫାର୍ମରୁ ଆସିଥିବା ଏହି ଷଣ୍ଢର ଓଜନ ୪୫୦ କେଜି ହେବ। ବୟସ ୪ ବର୍ଷ ଓ ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ରାଜକୀୟ ଠାଣୀ ଓ ଚାଲି ପାଇଁ ଏହି ପ୍ରଜାତି ବେଶ ପରିଚିତ। ଗୁଜୁରାଟର କାଙ୍କ୍ରେଜ୍‌ ଅଞ୍ଚଳରେ ଏହି ପ୍ରଜାତିର ଗୋରୁ ଦେଖାଯାଆନ୍ତି। ଉଭୟ ଦୁଗ୍ଧ ଓ ହଳ ପାଇଁ ଏମାନଙ୍କୁ ବ୍ୟବହାର କରାଯାଏ। ଷଣ୍ଢର ଓଜନ ୫୯୦ କେଜି ପର୍ଯ୍ୟନ୍ତ ହେଉଥିବା ବେଳେ ଗାଈଙ୍କ ଓଜନ ୪୦୦ରୁ ୫୦୦ କେଜି। ଏହି ପ୍ରଜାତିର ଗାଈ ଶୁଷ୍କ ଋତୁରେ ମଧ୍ୟ ଭଲ କ୍ଷୀର ଦେଇଥାନ୍ତି। ଗାଈଗୁଡ଼ିକ ଦୈନିକ ୮ରୁ ୧୨ ଲିଟର କ୍ଷୀର ଦେଇଥାନ୍ତି, ଯେଉଁଥିରେ ଘିଅ ଅଂଶ ୫%ରୁ ଅଧିକ। ୨୭୦ରୁ ୩୦୦ ଦିନ ପର୍ଯ୍ୟନ୍ତ ଦୁଗ୍ଧ ଦେଇଥାନ୍ତି। ଗୋରୁମାନେ ଅଧିକ ଜଳବାୟୁ ସଂବେଦୀ।

‘ସୁରବୀର’ ୫ କୋଟି, ଇନ୍ଦର ୪ କୋଟି…
ଏହା ଏକ ମୁରାହ ପ୍ରଜାତିର ବିଶାଳକାୟ ମଇଁଷି ଷଣ୍ଢ। ହରିୟାଣା ଅନ୍ତର୍ଗତ କୁରୁକ୍ଷେତ୍ରର କର୍ମବୀର ପ୍ରଜନନ ଫାର୍ମରୁ ଆସିଥିବା ଏହି ଷଣ୍ଢର ଓଜନ ୧୫ କୁଇଣ୍ଟାଲ। ଏହାର ବୟସ ୫ ବର୍ଷ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ରହିଛି। ଏହା ୫ ଥର ସର୍ବଭାରତୀୟ ମେଳାରେ ଚମ୍ପିଆନ୍‌ ହୋଇଛି। ବିଶାଳକାୟ ‘ସୁରବୀର’ ଏବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କର୍ମବୀର ପ୍ରଜନନ ଫାର୍ମରୁ ଆସିଥିବା ଅନ୍ୟ ଏକ ମଇଁଷି ଷଣ୍ଢ ହେଉଛି ‘ଇନ୍ଦର’। ମୁରାହ ପ୍ରଜାତିର ଏହି ଷଣ୍ଢର ଓଜନ ୧୭ କୁଇଣ୍ଟାଲ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୪ କୋଟି।

ବିଶ୍ବର ସବୁଠାରୁ ଅନୁଚ୍ଚ ଗାଈ ‘ପୁଙ୍ଗାନୁର’ …

ଆନ୍ଧ୍ରପ୍ରଦେଶର ଡେକାନ ଉପତ୍ୟକାର ଚିତ୍ତୁର ଜିଲ୍ଲାର ପୁଙ୍ଗାନୁର ଅଞ୍ଚଳରେ ‘ପୁଙ୍ଗାନୁର’ ପ୍ରଜାତିର ଗାଈ ଏଠାକାର ଅନ୍ୟତମ ଆକର୍ଷଣ। ପ୍ରଦର୍ଶିତ ହୋଇଥିବା ଗାଈ ଓ ଷଣ୍ଢ ଆନ୍ଧ୍ରପ୍ରଦେଶର ଜାଗମପେଟା ଅଞ୍ଚଳରେ ପ୍ରତିଷ୍ଠିତ ନନ୍ଦିନୀ ଡାଏରି ଫାର୍ମରୁ ଆସିଛନ୍ତି। ବାମନ ପ୍ରଜାତିର ଏହି ଗୋରୁ ବିଶ୍ବର ସବୁଠାରୁ ଅନୁଚ୍ଚ ଗାଈ ମାନ୍ୟତା ପାଇଛି। ଏମାନଙ୍କ ହାରାହାରି ଉଚ୍ଚତା ୭୦ରୁ ୯୦ ସେମି ମଧ୍ୟରେ। ଓଜନ ୧୧୫ରୁ ୨୦୦୦ କେଜି ମଧ୍ୟରେ ହେବ। ସମ୍ପୂର୍ଣ୍ଣ ଦୁଗ୍ଧ ଉତ୍ପାଦନ ଅବଧି ମଧ୍ୟରେ ପ୍ରାୟ ୫୪୦ ଲିଟର କ୍ଷୀର ଦେଇଥାନ୍ତି, ଯେଉଁଥିରେ ଘିଅ ଅଂଶ ୮% ପର୍ଯ୍ୟନ୍ତ ରହିଥାଏ। ଏହି ପ୍ରଜାତିର ଷଣ୍ଢ ଅଧିକ ଶାନ୍ତ ସ୍ବଭାବର। ଦୈନିକ ୫ କେଜିର ଗୋଖାଦ୍ୟ ଗ୍ରହଣ କରିଥାନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70