ରାଜ୍ୟ

ଲୋକାର୍ପଣ କଲେ, ଖୋଲିଲେନି

ଲୋକାର୍ପଣ କଲେ, ଖୋଲିଲେନି

ଭାରତବର୍ଷର ଉତ୍ତର-ପୂର୍ବ ଭୂଖଣ୍ଡର ଜୈବ ବିବିଧତା, ବନ୍ୟପ୍ରାଣୀସମୂହ ଓ ପ୍ରାକୃତିକ ପରିବେଶର ବିଭିନ୍ନତାକୁ ବିଶାଳ ଚିତ୍ରପଟ୍ଟରେ ପ୍ରଦର୍ଶନ କରିବାକୁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ….

ଭୁବନେଶ୍ୱର ୨୧-୦୨-୨୦୨୬ (ଏସ .ଏମ ) : ଭାରତବର୍ଷର ଉତ୍ତର-ପୂର୍ବ ଭୂଖଣ୍ଡର ଜୈବ ବିବିଧତା, ବନ୍ୟପ୍ରାଣୀସମୂହ ଓ ପ୍ରାକୃତିକ ପରିବେଶର ବିଭିନ୍ନତାକୁ ବିଶାଳ ଚିତ୍ରପଟ୍ଟରେ ପ୍ରଦର୍ଶନ କରିବାକୁ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିର୍ମାଣ କରାଯାଇଛି ଉତ୍ତର-ପୂର୍ବ ଦୃଶ୍ୟପଟ୍ଟ(ନର୍ଥ ଇଷ୍ଟ ପାନୋରମା)। ପ୍ରାୟ ୫.୧୭ ଏକର ପରିମିତ ଜମିରେ ନିର୍ମିତ ଏହି ପ୍ରକଳ୍ପରେ ଉତ୍ତର-ପୂର୍ବ ଭାରତରେ ଦେଖାଯାଉଥିବା ବନ୍ୟପ୍ରାଣୀଙ୍କ ପାଇଁ ୧୦ଟି ଅତ୍ୟାଧୁନିକ ଖୁଆଡ଼ ତିଆରି କରାଯାଇଛି ଏବଂ ସେଥିରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଛଡ଼ାଯାଇଛି। ମାତ୍ର ପରିତାପର କଥା ଲୋକାର୍ପଣ ହେବା ପରେ ବି ପର୍ଯ୍ୟଟକମାନେ ଏହି ସୁନ୍ଦର ପ୍ରକଳ୍ପ ଦେଖିବାରୁ ବଞ୍ଚିତ। ଜଙ୍ଗଲ ମନ୍ତ୍ରୀ ଲୋକାର୍ପଣ କରିବା ପରଠୁ ହିଁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ତେଣୁ ପର୍ଯ୍ୟଟକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ୨୦୨୫ ଡିସେମ୍ବର ୨୯ରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରତିଷ୍ଠା ଦିବସରେ ଏହି ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲୋକାର୍ପଣ କରିଥିଲେ। ନନ୍ଦନକାନନ ପ୍ରାଣୀଉଦ୍ୟାନର ତତ୍କାଳୀନ ନିର୍ଦ୍ଦେଶକ ଓ ରାଜ୍ୟ ବନ ବିଭାଗର ସଚିବଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଏକ ଭବ୍ୟ ସମାରୋହରେ ଏହା ଲୋକାର୍ପିତ ହୋଇଥିଲା। ଗଣମାଧ୍ୟମକୁ ସୂଚ଼ନା ଦିଆଯାଇଥିଲା ଯେ ଉତ୍ତର-ପୂର୍ବ ଦୃଶ୍ୟପଟ୍ଟ(ନର୍ଥ-ଇଷ୍ଟ ପାନୋରାମା) ଉତ୍ତର-ପୂର୍ବ ଭାରତର ସମଗ୍ର ବନ୍ୟପ୍ରାଣୀ ବିଭିନ୍ନତାକୁ ପ୍ରଦର୍ଶିତ କରିବ। ଏଥିରେ ୧୦ଟି ଅତ୍ୟାଧୁନିକ ବନ୍ୟପ୍ରାଣୀ ଖୁଆଡ଼ ନିର୍ମିତ ହୋଇଛି। ବନ୍ୟପ୍ରାଣୀମାନେ ପ୍ରାକୃତିକ ପରିବେଶରେ ରହିବା ଭଳି ଦୃଶ୍ୟମାନ ହେଉଥିବା ପ୍ରାୟ ୨.୭ ଏକର ଜାଗାରେ ଖୁଆଡ଼ସବୁ ନିର୍ମାଣ କରାଯାଇଛି।

ଏହା ଭିତରେ ଉତ୍ତର-ପୂର୍ବ ଭାରତର ବିଭିନ୍ନ ଜୀବଜନ୍ତୁଙ୍କୁ ରଖାଯାଇଛି। କୁଜି ହରିଣ ବା ହଗ୍‌ ଡିଅର୍‌, ଘୁଷୁରି-ଲାଞ୍ଜିଆ ମାଙ୍କଡ଼, ଖଣ୍ଡି-ଲାଞ୍ଜିଆ ମାଙ୍କଡ଼, ଆସାମୀ ମାଙ୍କଡ଼, ହୁଲକ୍ ଗିବନ୍, ହିମାଳୟ ଶାଗୁଣା, ମଣିପୁରୀ ହରିଣ, ହିମାଳୟୀ କଳା ଭାଲୁ, ହାଡ଼ଗିଳା ପକ୍ଷୀ, ଏସୀୟ ବାଦାମୀ କଇଁଛଙ୍କୁ ଛଡ଼ାଯାଇଛି। ଏଥିସହ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ପଥ, ଶୁଦ୍ଧ ପାନୀୟ ଜଳ ଓ କିଓସ୍କ ସେବା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ମନୋରମ ପରିବେଶରେ ବନ୍ୟପ୍ରାଣୀମାନଙ୍କୁ ଦେଖିପାରିବେ। ବଡ଼ କଥା ହେଉଛି, ଚିଡ଼ିଆଖାନାରେ ବନ୍ୟପ୍ରାଣୀମାନେ ବନ୍ଦୀ ଭଳି ରହୁଥିବା ବେଳେ ଏଠାରେ ରହୁଥିବା ଜନ୍ତୁମାନେ ପ୍ରାକୃତିକ ପରିବେଶରେ ବିଚରଣ କରୁଥିବା ଦେଖିବାକୁ ମିଳିବ। ପର୍ଯ୍ୟଟକମାନେ ଏହି ପ୍ରକଳ୍ପ ବୁଲି ଏକ ଭିନ୍ନ ଅନୁଭୂତି ପାଇବା ସହ ବନ୍ୟପ୍ରାଣୀଙ୍କ ବିଷୟରେ ଜ୍ଞାନ ଆହରଣ କରିପାରିବେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ଚାଲିଥିବା ଯୋଜନାର ଏହା ଏକ ବଡ଼ ଅଂଶ ଭାବେ ବିବେଚିତ ହେବ। ମାତ୍ର ଲୋକାର୍ପଣର ଦୁଇ ମାସ ପରେ ବି ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇନାହିଁ। ବନ୍ଦ ଥିବା କାରଣ ଉପରେ କିଛି ନ କହି ଉପନିର୍ଦ୍ଦେଶକ ଅଭୟ କୁମାର ଦଳେଇ କହିଛନ୍ତି ଯେ ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଖୋଲିଦିଆଯିବ। ଏଥିପାଇଁ ବିହିତ ପଦକ୍ଷେପ ନିଆଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70