LatestNewsରାଜ୍ୟ

ଧାର କରଜ କରି ଅଙ୍ଗନବାଡ଼ି ଚଳାଉଛନ୍ତି କର୍ମୀ

ଧାର କରଜ କରି ଅଙ୍ଗନବାଡ଼ି ଚଳାଉଛନ୍ତି କର୍ମୀ

କୋମଳମତୀ ଶିଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ଆସୁନି ସରକାରୀ ଅନୁଦାନ। ଆଜିକାଲି ଚାହିଁଚାହିଁ ୫ ମାସ ବିତି ଗଲାଣି। ହେଲେ କେବେ ଆସିବ ଅନୁଦାନ ତାହା ଜଣାପଡୁନି। ଏପଟେ ଅଙ୍ଗନବାଡ଼ି ଚଳାଇବା ପାଇଁ ଅଧିକାରୀଙ୍କ ପରାମର୍ଶକ୍ରମେ…

ଦଶପଲ୍ଲା ୨୭-୦୨-୨୦୨୬(ଏସ .ଏମ ) : କୋମଳମତୀ ଶିଶୁଙ୍କୁ ଖାଦ୍ୟ ଯୋଗାଣ ପାଇଁ ଆସୁନି ସରକାରୀ ଅନୁଦାନ। ଆଜିକାଲି ଚାହିଁଚାହିଁ ୫ ମାସ ବିତି ଗଲାଣି। ହେଲେ କେବେ ଆସିବ ଅନୁଦାନ ତାହା ଜଣାପଡୁନି। ଏପଟେ ଅଙ୍ଗନବାଡ଼ି ଚଳାଇବା ପାଇଁ ଅଧିକାରୀଙ୍କ ପରାମର୍ଶକ୍ରମେ ଧାର କରଜ କରି ଶିଶୁଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ଅଙ୍ଗନବାଡ଼ି କର୍ମୀ। କିଏ ହାତ ଉଧାରି ଆଣୁଛି ତ ପୁଣି କିଏ କରଜ କରୁଛି। ପୁଣି ଆଉକିଏ ଦୋକାନିଠୁ ବାକି ଆଣି କେନ୍ଦ୍ର ଚଳାଉଛି। ସ୍ଥିତି ଏଭଳି ହେଲାଣି ଯେ ଦୋକାନି ବାକି ଦେବାକୁ ଅମଙ୍ଗ ହେଉଥିବା ବେଳେ ହାତ ଉଧାରି ବି ମିଳୁନି।ଏପଟେ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ବ ଦେଉ ନାହାନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକକୁ ଏହି ଅନୁଦାନ ମିଳି ସାରିଥିବା ବେଳେ ଦଶପଲ୍ଲା ପାଇଁ ଆବଶ୍ୟକତା ତାଲିକା ବା ରିକ୍ବାରମେଣ୍ଟ ତାଲିକା ଦିଆ ଯାଇନଥିବା ହେତୁ ଏହି ଅନୁଦାନ ଆସିନଥିବା ଅନେକ ଅଙ୍ଗନବାଡ଼ି କର୍ମୀ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଆସନ୍ତା ମାର୍ଚ୍ଚ ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ରନ୍ଧାଖାଦ୍ୟକୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିବା କୁହାଯାଇଛି। ଏପଟେ ଘଟଣାକୁ ନେଇ ମହିଳା ଓ ଶିଶୁ ବିକାଶ ଅଧିକାରୀ ସଂଜୁକ୍ତା ସାମଲ ଫୋନ୍ ଉଠାଇ ନଥିବା ବେଳେ ଡ଼ିଏସ୍‌ଡ଼ବ୍ଲୁ ପୁଷ୍ପାଞ୍ଜଳୀ ପାତ୍ର କହିଛନ୍ତି ଏସବୁ ଟଙ୍କା ଛାଡ଼ି ଦିଆଗଲାଣି। ହଲେ ଦଶପଲ୍ଲା ବ୍ଲକକୁ ଅନୁଦାନ ଆସିନି ପଚାରିବାରୁ କଣ ହୋଇଛି ବୁଝିକି କହିବି ବୋଲି କହିଛନ୍ତି।

ବଡ଼କଥା ହେଉଛି କୋମଳମତି ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ ସାଙ୍ଗକୁ ଗର୍ଭବତୀ ଓ ପ୍ରସୂତିଙ୍କ ସମେତ କିଶୋରି ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟରେ ମହିଳା ଓ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଛି। ଜଣେ ଶିଶୁଙ୍କ ପାଇଁ ଦୈନିକ ହଟ୍ କୁକ୍ ବାବଦକୁ ୭ଟଙ୍କା ୭୦ ପଇସା ଆସୁଥିବା ବେଳେ ଅଣ୍ତା ବାବଦକୁ ୯ଟଙ୍କା ୭୦ ପଇସା ଆସୁଛି। ଦଶପଲ୍ଲାରେ ମୋଟ ୨୨୯ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଥିବା ବେଳେ ପ୍ରାୟ ୧୨ ହଜାରରୁ ଅଧିକ ଶିଶୁ ରହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଶେଷଥର ପାଇଁ ଏସବୁ ଅନୁଦାନ ଆସିଥିବା ବେଳେ ଏଯାଏଁ ଆଉ ଟଙ୍କାଟିଏ ଅନୁଦାନ ଆସୁନଥିବା କର୍ମୀମାନେ ଅଭିଯୋଗ ଆଣିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70