LatestNewsTOP STORIESଅପରାଧଘଟଣା ଦୁର୍ଘଟଣାରାଜ୍ୟ

କନ୍ଧମାଳରେ ପୁଣି ଲଜ୍ଜା

କନ୍ଧମାଳରେ ପୁଣି ଲଜ୍ଜା…

ଶିଶୁପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ୪ ଦିନ ତଳେ ଜଣେ ଶିକ୍ଷକ ନିଜ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନ କେଇଟା ନ ପୁରୁଣୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି।

ଫୁଲବାଣୀ ୦୮-୦୩-୨୦୨୬(ଏସ .ଏମ ) : ନ୍ଧମାଳଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ୪ ଦିନ ତଳେ ଜଣେ ଶିକ୍ଷକ ନିଜ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନ କେଇଟା ନ ପୁରୁଣୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଘଟଣା କ୍ରମେ ନାବାଳିକା ଜଣକ ଛୁଟି କାଟିବାକୁ ଘରକୁ ଆସିଥିବା ବେଳେ ପିଣ୍ଡାଙ୍ଗି ଅଞ୍ଚଳର ଜଣେ ଯୁବକ ତାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ପରିଣାମ ଏବେ ନାବାଳିକା ଛାତ୍ରୀ ଙ୍କୁ ମା’ ହେବାକୁ ପଡ଼ିଛି।ଉକ୍ତ ଛାତ୍ରୀ ଜଣକ ଫିରିଙ୍ଗିଆ ଅଞ୍ଚଳର ଏକ ଛାତ୍ରୀ ନିବାସରେ ରହି ପାଠ ପଢୁଥିବା ବେଳେ ଗତପାଞ୍ଚ ଦିନ ତଳେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି।  ଆଦିବାସୀ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ସମସ୍ତ ପ୍ରକାର ବ୍ୟବସ୍ଥା ଥିବାବେଳେ ସେ କିଭଳି ଭାବେ ଗର୍ଭବତୀ ହେଲେ ତାହା ବର୍ତ୍ତମାନ ଚିନ୍ତା ଜନକ ହୋଇଥିବା ବେଳେ ଘଟଣା ଜଣା ପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାରଲୋକଙ୍କୁ ଡାକି ଛାତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ନାବାଳିକା ଜଣଙ୍କ ଗତ ୧ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ସରକାରୀ ନିୟମ ଅନୁସାରେ, ବିଦ୍ୟାଳୟରେ ଛାତ୍ରୀମାନଙ୍କ ନିୟମିତ ସ୍ଵାସ୍ଥ୍ୟ ଯାଞ୍ଚ କରାଯାଉଥିବା ବେଳେ ଏଥିପାଇଁ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ମଧ୍ଯ ନିଯୁକ୍ତି ଦିଆଯାଇଛି। ଏହା ସତ୍ତ୍ବେ ନାବାଳିକାଜଣଙ୍କ କିଭଳି ଭାବେ ଅନ୍ତଃସତ୍ତ୍ଵା ଥିଲେ ଏବଂ ଏତେ ବଡ଼ ଘଟଣା ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଗୋଚ୍ଛାପଡ଼ା ଥାନାରେ ଏତଲା ଦିଆଯାଇଛି। ଏନେଇ ଏକ ମାମଲା ରୁଜୁ ଗୋଛାପଡା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଏନେଇ ସ୍କୁଲ ର ପ୍ରଧାନଶିକ୍ଷକ ଫିରିଙ୍ଗିଆ ଥାନାରେ ନାବାଳିକା ଗର୍ଭବତୀ ହେବା ନେଇ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70