LatestNewsTOP STORIESଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଲାଞ୍ଚ ନେଇ ASI ଧରାପଡ଼ିବା ମାମଲା

ଲାଞ୍ଚ ନେଇ ASI ଧରାପଡ଼ିବା ମାମଲା…

ଭିଏତନାମ-ନେପାଳ ମୁଦ୍ରା ସହ ନଗଦ ୩ଲକ୍ଷ ଜବତ

ଏକ ବିଦେଶୀ ମଦ ଜବତ ମାମଲାରେ ସୁରକ୍ଷା ଦେବା ପାଇଁ ଜଣେ ଢାବା ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁଲିସ ଅଧିକାରୀ ତଥା ବଡ଼ଗାଁ ଥାନା ଏଏସ୍‌ଆଇ ଅରୁପାନନ୍ଦ ଦାଶ ଗିରଫ ହୋଇଛନ୍ତି।

ସୁନ୍ଦରଗଡ଼/ବଡ଼ଗାଁ ୧୩-୦୩-୨୦୨୬(ଏସ .ଏମ ) : କ ବିଦେଶୀ ମଦ ଜବତ ମାମଲାରେ ସୁରକ୍ଷା ଦେବା ପାଇଁ ଜଣେ ଢାବା ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁଲିସ ଅଧିକାରୀ ତଥା ବଡ଼ଗାଁ ଥାନା ଏଏସ୍‌ଆଇ ଅରୁପାନନ୍ଦ ଦାଶ ଗିରଫ ହୋଇଛନ୍ତି। ସେ ଗତକାଲି ବଡ଼ଗାଁ ଅଞ୍ଚଳର ରଂଜନ ଦାଶଙ୍କ ଠାରୁ ଲାଞ୍ଚ ନେଉଥିଲେ। ରଂଜନ ଦାଶ କଲେଜ ନିଟକ ଅଣ୍ଡରପାସ୍‌ରେ ଏକ ଢାବା ଖୋଲିଛନ୍ତି। ହୋଲି ସମୟରେ ପୁଲିସ ଢାବାରେ ଚଢ଼ଉ କରି କିଛି ବିଦେଶୀ ମଦ ଧରିଥିଲା।

WhatsApp Image 2026-03-13 at 15.20.36

ମାମଲାରେ ପୁଲିସ ତରଫରୁ ସୁରକ୍ଷା ଦେବା ଓ ଚୋରା ମଦ ବିକିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ କହି ପୁଲିସ ଅଧିକାରୀ ଶ୍ରୀ ଦାଶ ରଂଜନଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ରଂଜନ ଏ କଥାରେ ରାଜି ହୋଇ ନଥିଲେ। ଏହା ପରେ ପୁଲିିସ ବାବୁ ମଦ ମାମଲାରେ ଗିରଫ କରିବେ ବୋଲି ଧମକ ଦେଇଥିଲେ। ଶେଷକୁ ଅନ୍ୟ ଉପାୟ ନପାଇ ରଂଜନ ରାଉର‌କେଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଏକ ମାମଲା ରୁଜୁ କରି ପୁଲିସ ଅଧିକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଗୁରୁବାର ଅପରାହ୍ନରେ ରଂଜନ ବଡ଼ଗାଁ ବସଷ୍ଟାଣ୍ଡ ନିକଟ ଏକ ପାନ ଦୋକାନ ଆଗରେ ଏଏସ୍‌ଆଇ ଶ୍ରୀ ଦାଶଙ୍କୁ ରାସାୟନିକ ରଙ୍ଗବୋଳା ୨୫ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହା ପରେ ଥାନାକୁ ଯାଇ ବାବୁଙ୍କ କକ୍ଷରେ ଯାଞ୍ଚ କରିବା ପରେ ତାଙ୍କୁ ଗିରଫ କରି ରାଉରକେଲା ନେଇଥିବା ସୂଚନା ମିଳିଛି। ଅନ୍ୟପଟେ ମାମଲାରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉରେ ରାଉରକେଲା ଭିଜିଲାନ୍ସ ଡିଏସପି ରଶ୍ମିତା ଲାକ୍ରାଙ୍କ ନେତୃତ୍ବରେ ନିରୀକ୍ଷକ ଶିବ ନାରାୟଣ ଭଦ୍ର, ଲକ୍ଷ୍ମୀକାନ୍ତ ପ୍ରଧାନ, ମାନସ ରଞ୍ଜନ ଭୋଇ ଓ ସୁନିତା ଓରାମ ସାମିଲ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70