Accident Ollywood Actor Ashrumochan
ଓଲିଉଡ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
କଟକରୁ ବିଳମ୍ବିତ ରାତିରେ ସୁଟିଂ ସାରି ନିଜେ କାର୍ ଚଳାଇ ଘରକୁ ଫେରୁଥିଲେ eminent ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି।
ଭୁବନେଶ୍ୱର ୦୯-୧୧-୨୦୨୫(ଏସ.ଏମ ) : କଟକରୁ ବିଳମ୍ବିତ ରାତିରେ ସୁଟିଂ ସାରି ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତି। ତାଙ୍କର କାର ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛି। ସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍ଟି କେନାଲ ଭିତରକୁ ଖସି ପଡ଼ିଛି। ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁଯାୟୀ, ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଳାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେ। କାର୍ କେନାଲ ଭିତରକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ।
୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଶ୍ରୁମୋଚନ…
ଉଲ୍ଲେଖଯୋଗ୍ୟ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କୁରୁକ୍ଷେତ୍ର’ (୧୯୮୮) ଜରିଆରେ ଓଲିଉଡରେ ପାଦ ଥାପିଥିଲେ। ଏହାପରେ ସେ ଦୀର୍ଘ ୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ଆସୁଚି ମୋ କାଳିଆ ସୁନା, ସୁନାସଂସାର, ସିଂହବାହିନୀ, କିଏ କାହାର, ଧର୍ମ ସହିଲେ ହେଲା, ସୁନାପାଲିଙ୍କି, କାଶିଆ କପିଳା, ସାବିତ୍ରୀ, ମାଗୁଣିର ଶଗଡ଼ ଆଦି। ସେ ଯାତ୍ରା ଜଗତର ଜଣେ ସଫଳ ନିର୍ଦ୍ଦେଶକ ମଧ୍ୟ। ଅଶ୍ରୁମୋଚନ ମହାନ୍ତି ଅନେକ ଟେଲି ଧାରାବାହିକରେ ବି ଅଭିନୟ କରିଛନ୍ତି।
