Annual Examination
ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା, ପ୍ରଥମ ଥର ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ। ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପାଇଁ ୨୨ ଦିନ ଲାଗିବ।
ଭୁବନେଶ୍ୱର ୦୩-୧୨-୨୦୨୫( ଏସ.ଏମ ) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ। ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପାଇଁ ୨୨ ଦିନ ଲାଗିବ। ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜାରି ରହିବ। ପିଲାମାନେ ପରୀକ୍ଷା ହଲ୍ ଭିତରକୁ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ଭିତରେ ପ୍ରବେଶ କରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ପରୀକ୍ଷା ପାଇଁ ମୋଟ୍ ୪,୦୦,୭୩୭ ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଛନ୍ତି। ବୋର୍ଡ ପରୀକ୍ଷାରେ ପ୍ରଥମ ଥର ଓେବ କାଷ୍ଟିଙ୍ଗ , ସିସିଟିଭି ଓ ଲାଇଭ ଷ୍ଟ୍ରିମିଂ ହେବ। ବୋର୍ଡ ପକ୍ଷରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କୁହାଯାଇଛି ଯେ, ରାଜ୍ୟବ୍ୟାପୀ ୩୦ଟି ଜିଲ୍ଲାରେ ୧୩୫୦ ପରୀକ୍ଷା କେନ୍ଦ୍ର ପାଇଁ ଯୋଜନା ଅଛି। ଆବଶ୍ୟକ ଅନୁସାରେ ଏଥିରୁ ଅଳ୍ପ କିଛି ପରିବର୍ତ୍ତନ ହୋଇପାରେ।
୧୪ଦିନ ପ୍ରାକ୍ଟିକାଲ ପରୀକ୍ଷା…
ଆସନ୍ତା ୧୫ ତାରିଖ ଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ କାର୍ଡ ଜାରି କରାଯିବ। ସେହିପରି ପ୍ରାକ୍ଟକାଲ ପରୀକ୍ଷା ଜାନୁଆରି ୨ ତାରିଖ ଠାରୁ ଆରମ୍ଭ କରାଯାଇ ୧୫ ତାରିଖ ପର୍ଯ୍ୟନ୍ତ ଶେଷ କରାଯିବ। ଗତବର୍ଷ ଗୁଡ଼ିକରେ ଯେମିତି ପରିୀକ୍ଷା ହେଉଥିଲା, ଚଳିତ ବର୍ଷ ମଧ୍ୟ ସେହିଭଳି ପଦକ୍ଷେପ ନିଆଯାଇଛି। ଗତଥର ପରୀକ୍ଷା କ୍ଷେତ୍ରରେ ଆମେ ସ୍ବଚ୍ଛତା ଆଣିପାାରିଥିଲୁ। ପୂର୍ବରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ସ୍କ୍ବାର୍ଡ ରହୁଥିଲେ। ଏଥର ତାହାକୁ ୨ଟି କରିଦିଆଯାଇଛି।
