GeneralTOP STORIESଦେଶ- ବିଦେଶସମ୍ପାଦକୀୟସାହିତ୍ୟ

BHULA MANA

ଭୁଲା ମନ

ରିକୁମାର, ଶୁଭମ୍ ଗଡର ଅଧିବାସୀ । ଶାସ୍ତ୍ର, ପୁରାଣ-ବ୍ୟାଖ୍ୟାନ, ଉପଦେଶ-ପୁର୍ଣ୍ଣ ଆଲୋଚନା କରିବାରେ ତାଙ୍କର ବିଚକ୍ଷଣତା ରହିଛି । ଏଥିପାଇଁ ଆଖପାଖ ଗ୍ରାମରେ ସେ ବେଶ୍ ପ୍ରସିଦ୍ଧ । ସେ ଯେଉଁ ସଭାକୁ ବ୍ୟାଖ୍ୟାନ ଦେବା ପାଇଁ ଯାଆନ୍ତି, ସେଠାରେ ଲୋକଙ୍କର ଭିଡ ଜମିଯାଏ । କିନ୍ତୁ, ତାଙ୍କର ଗୋଟିଏ ବଦ୍ଗୁଣ ହେଲା, ସେ ସାମାନ୍ୟ ଭୁଲା ପ୍ରକୃତିର ଅଟନ୍ତି । ଏହି କାରଣରୁ କେତେକ ସମୟରେ ତାଙ୍କୁ ଉପହାସିତ ହେବା ପାଇଁ ପଡିଥାଏ । ଥରେ ଗୋଟିଏ ସ୍ଥାନରେ ରାମାୟଣ ପ୍ରସଙ୍ଗର ଆଲୋଚନା ପାଇଁ ଏକ ଆୟୋଜନ ହୋଇଥାଏ । ହରି କୁମାର ସେଠାକୁ ଆମନ୍ତ୍ରିତ ହୋଇଥାନ୍ତି । ସେ ବକ୍ତବ୍ୟ ପ୍ରଦାନ ପାଇଁ ଉଠି, ଗଳା ସଫା କରି କହିବାକୁ ଆରମ୍ଭ କଲେ, “ଆଜି ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ । କୃଷ୍ଣର ଅର୍ଥ କଳା । କଳା ବର୍ଣ୍ଣ ଅନ୍ଧକାରର ପ୍ରତୀକ । ପରମାତ୍ମା ଶ୍ରୀକୃଷ୍ଣ ଅଜ୍ଞାନ ରୂପକ ଅନ୍ଧକାର ଦୂର କରିଛନ୍ତି । ସେହି ପରମାତ୍ମାଙ୍କର ଜନ୍ମସ୍ଥଳୀ କେଉଁଠି? କାରାଗାର ମଧ୍ୟରେ । ଏହି ରହସ୍ୟର ଗଭୀରତା ବୁଝାଏ ଯେ, ପ୍ରତ୍ୟେକ ମନୁଷ୍ୟର ଶରୀର ଏକ କାରାଗାର ସଦୃଶ । ସେହି କାରାଗାରରେ ଆତ୍ମା ବନ୍ଦୀ ହୋଇଛି । ଆତ୍ମାହିଁ ପରମାତ୍ମା ଶ୍ରୀକୃଷ୍ଣଙ୍କର ଅଂଶବିଶେଷ । ଏହି ପର୍ବ ଜନ୍ମାଷ୍ଟମୀ, ମନୁଷ୍ୟ ମଧ୍ୟରେ ସୁପ୍ତ ଆତ୍ମଜ୍ଞାନକୁ ଜାଗ୍ରତ କରାଏ ।” ସେ ଏତିକି କହି ଟିକେ ରାଗିଯାଇ ଭାବିଲେ, ଶ୍ରୋତାମାନେ କରତାଳି ଦ୍ୱାରା ତାଙ୍କୁ ଉତ୍ସାହିତ କରିବେ ।କିନ୍ତୁ କେତେଜଣ ଶ୍ରୋତା ତାଙ୍କୁ ସହାନୁଭୂତିର ସହ ଚାହୁଁଥିଲା ବେଳେ, ଅନ୍ୟ କେତେଜଣ ନିଜ ହସ ରୋକିବାକୁ ପ୍ରଯତ୍ନ କରୁଥିଲେ ।ଏହା ଦେଖି ହରିକୁମାର ବିସ୍ମିତ ହୋଇ, ପାଶ୍ୱର୍ରେ ବସିଥିବା ଅନ୍ୟ ଜଣେ ପଣ୍ଡିତଙ୍କୁ ପଚାରିଲେ, “ପଣ୍ଡିତ ମହାଶୟ, ମୋର ଭାଷଣରେ କୋଉଠି କ’ଣ କିଛି ତ୍ରୁଟି ରହିଗଲା କି?”“ମହାଶୟ, ଆପଣ ଜଣେ ଉତ୍ତମ ବକ୍ତା । ଆପଣଙ୍କର ଭାଷଣରେ ଆଦୌ ତ୍ରୁଟି ନାହିଁ । ତେବେ ଅସଲ କଥା ହେଉଛି, ଆଜି ଜନ୍ମାଷ୍ଟମୀ ନୁହେଁ, ରାମନବମୀ ।”

ଭାରତ ସେବା ଦର୍ଶନ ଚ୍ୟାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା ।
ମୋବାଇଲ୍ #(+୯୬୫)୫୫୫୬୮୯୯୦

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *