ଅପରାଧରାଜ୍ୟ

Court Judgement

ମଟନ ଖାଇବାକୁ ନେଇ ହତ୍ୟାକାଣ୍ଡ: ହତ୍ୟାକାରୀକୁ ଆଜୀବନ ଜେଲ୍‌

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀ ଓରଫ ବିଦୁ ହତ୍ୟା ମାମଲାର ହତ୍ୟାକାରୀକୁ ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ସଂଗ୍ରାମ କେସରୀ ପଟ୍ଟନାୟକ ଆଜୀବନ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଭଦ୍ରକ ୩୦-୧୦-୨୦୨୫(ଏସ.ଏମ.) : ୦୨୨ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀ ଓରଫ ବିଦୁ ହତ୍ୟା ମାମଲାର ହତ୍ୟାକାରୀ ଆଦିତ୍ୟ କୁମାର ରାଉତ ଓରଫ ଗୁଡୁ (୨୨ ବର୍ଷ)କୁ ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ସଂଗ୍ରାମ କେସରୀ ପଟ୍ଟନାୟକ ଆଜୀବନ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଆଦେଶ ଦେଇଛନ୍ତି।
୨୦୨୨ରେ ହୋଇଥିଲା ହତ୍ୟା…
ବିବରଣୀ ଅନୁଯାୟୀ ୨୦୨୨ ଜୁଲାଇ ମାସ ୪ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀଙ୍କର ଜଣେ ସମ୍ପର୍କୀୟଙ୍କର ବିବାହ ଭଦ୍ରକ ପୌରପାଳିକା ବିଜୁ କଲ୍ୟାଣ ମଣ୍ଡପରେ ହେଉଥିଲା। ଉକ୍ତ ବିବାହ ଭୋଜିକୁ ଆଦିତ୍ୟାକୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା। ସେ ମଧ୍ୟ ଆସିଥିଲା। ମାତ୍ର ଖାଇବା ବେଳକୁ ମଟନ ସରି ଯାଇଥିବାରୁ ସେ ଏହାର ପ୍ରତିବାଦ କରିଥିଲା ଓ ସେ ସମୟରେ ବିଦ୍ୟାଧର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଯୋଜନା ବଦ୍ଧ ହତ୍ୟା…
ଏହି କାରଣରୁ ଆଦିତ୍ୟ କ୍ରୋଧ ବଶତଃ ନିଜ ଗ୍ରାମ ଆହାରପଦା ଫେରିବା ରାସ୍ତାରେ ବିଜେଗଙ୍ଗାଧରପୁର ଛକରେ ତାକୁ ଆକ୍ରମଣ କରିବାକୁ ଯୋଜନା ବଦ୍ଧ ଭାବରେ ଅପେକ୍ଷା କରି ରହିଥିଲା। ବିଦ୍ୟାଧର ସେଇ ରାସ୍ତାରେ ନିଜ ଘର ଆହାରପଦାକୁ ବିଳମ୍ବିତ ରାତିରେ ଫେରିବା ବେଳେ ଆଦିତ୍ୟ ପାଖରେ ରଖିଥିବା ଏକ ଧାରୁଆ ଛୁରୀ ଦ୍ଵାରା ତାକୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ଘଟଣା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ -୩୪୩/୨୨ ଦଫା-୩୦୨ରେ ଏକ ମାମଲା ରୁଜୁ କରି ପୁଲିସ ଆଦିତ୍ୟକୁ ଗିରଫ କରି ଜେଲ ପଠାଇଥିଲା। ସେହି ଦିନ ଠାରୁ ଆଦିତ୍ୟ ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *