ଘଟଣା ଦୁର୍ଘଟଣାପାଣିପାଗରାଜ୍ୟସମସ୍ୟା ଭିତ୍ତିକ ଖବର

Cyclone Montha

ଚାଷୀଙ୍କୁ କନ୍ଦାଇଲା ବାତ୍ୟାଜନିତ ବର୍ଷା; ଧାନ-ପନିପରିବା ଫସଲ ବ୍ୟାପକ କ୍ଷତି

ବଙ୍ଗୋପସାଗରରୁ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ଓ ପରବର୍ତ୍ତୀ ସମୟରେ ହୋଇଥିବା ପ୍ରବଳ ବର୍ଷାର ବିକଳ ଚିତ୍ର ଗଂଜାମ ଜିଲ୍ଲା ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଚାଷୀମାନେ ବ୍ୟାପକ ଫସଲ କ୍ଷତି ସାମ୍ନା କରିଛନ୍ତି।

ଗଂଜାମ/ଧରାକୋଟ ୨୯-୧୦-୨୦୨୫(ଏସ.ଏମ ) : ଙ୍ଗୋପସାଗରରୁ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ଓ ପରବର୍ତ୍ତୀ ସମୟରେ ହୋଇଥିବା ପ୍ରବଳ ବର୍ଷାର ବିକଳ ଚିତ୍ର ଗଂଜାମଜିଲ୍ଲା ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଚାଷୀମାନେ ବ୍ୟାପକ ଫସଲ କ୍ଷତି ସାମ୍ନା କରିଛନ୍ତି। ଚାଷୀମାନଙ୍କର ଖେତରେ ଥିବା ଧାନ ଏବଂ ବଗିଚାରେ ଥିବା ପନିପରିବା ନଷ୍ଟ ହୋଇଛି। ଧାନଖେତରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବଗିଚାରେ ପନିପରିବା ନଷ୍ଟ ହୋଇଛି। ପରିବା ଗଛ ପଚିବା, ଫୁଲ ଝଡ଼ିବା ଭଳି ସମସ୍ୟା ଉପୁଜିଛି।

ପାଚିଲା ଧାନ ଧରାଶାୟୀ…

ଧରାକୋଟ ବ୍ଲକର ୧୮ଗୋଟି ପଞ୍ଚାୟତର ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ଫଳ ଧରିଥିବା ଧାନକେଣ୍ଡା ଓ ପାଚିଲା ଧାନ ଫସଲ ପବନ ଓ ଲଗାଣ ବର୍ଷାରେ ଲୋଟି ପଡ଼ି ଧରାଶାୟୀ ହୋଇଛି। ଦୀର୍ଘ ଦୁଇ ଦିନ ଧାନ କେଣ୍ଡା ପାଣିରେ ଭିଜି ରହିଥିବାରୁ ଚାଷୀର ଚିନ୍ତା ବଢ଼ିଛି। ପାଣି ଭର୍ତ୍ତି ଧାନ ବିଲରୁ ଚାଷୀ ଉଜୁଡ଼ା ଫସଲକୁ ଛାଣୁଥିବାର ଦୟନୀୟ ଚିତ୍ର ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭଲ ଫସଲ ହୋଇଥିଲା। ଧାନ ଓ ପନିପରିବା ଚାଷ ପାଇଁ ପାଗ ଆରମ୍ଭରୁ ଅନୁକୂଳ ରହିଥିଲା। ଏଣୁ ଚାଷୀମାନେ ହାତ ଉଧାରି ଓ ବ୍ୟାଙ୍କ, ସମବାୟ ସମିତିରୁ କରଜ କରି ରୁଆ, ବେଉଷଣ, ବିହନ, ପିଡ଼ିଆ, ବଚ୍ଛାବଛି କରିଥିଲେ। 

ଆଶା ଓ ଭରସା ଭାଙ୍ଗିଦେଲା ବର୍ଷା

 

Dharakot1
Crop damages by Cyclone Montha rain in Dharakot Photograph: ((sampurna.live))

ଆଶା ଓ ଭରସା ଥିଲା ଚଳିତ ବର୍ଷ ଉଭୟ ଧାନ ଓ ପନିପରିବା ଫସଲରୁ ଭଲ ଦୁଇ ପଇସା ରୋଜଗାର ହେବ। ହେଲେ ବାତ୍ୟା ଓ ଭାରୀ ବର୍ଷା ସବୁକିଛି ଛାରଖାର କରିଦେଇଛି। ମାଣିକପୁର ଅଞ୍ଚଳର ରାଜନ ଛାଟୋଇ, ବସନ୍ତ ବେହେରା, କାଠଗଡାର ଉଦୟ ପରିଛା, ଡାକିବଜାର ଦଣ୍ଡପାଣି ଜେନା, ପ୍ରମୋଦ ପାଢ଼ୀ, ଧରାକୋଟର ବନବାସ ସ୍ୱାଇଁ ପ୍ରମୁଖ ବର୍ଷକର ଫସଲ ଅଖି ଆଗରେ ନଷ୍ଟ ହୋଇଯାଇଥିବାରୁ କେମିତି କରଜ ସୁଝିବେ ସେଥି ପାଇଁ ଚିନ୍ତାରେ ପଡ଼ିଛନ୍ତି। ସରକାରୀ ସ୍ତରରେ କ୍ଷୟ କ୍ଷତି ଆକଳନ କରାଯାଇ ସରକାରୀ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ପରିବା ନଷ୍ଟ ଦେଖି ଚିନ୍ତାରେ ଚାଷୀ…
ଚଳିତ ବାତ୍ୟା ଓ ବର୍ଷାରେ ପନିପରିବା ଫସଲ ବ୍ୟାପକ ନଷ୍ଟ ହୋଇଯାଇଛି। ଅଲଡ଼ି (ଝୁଡୁଙ୍ଗ), ବିନ୍‌ସ, ମୂଳା, ଫୁଲକୋବି, ବାଇଗଣ, ଜନ୍ନି, ପୋଟଳ, କୁନ୍ଦୁରି, ପତ୍ରକୋବି, କଲରା ଫସଲ ଗଛ ମୂଳରେ ପାଣି ରହିଥିବାରୁ ନଷ୍ଟ ହୋଇଯାଇଛି। ଯାହା ଫଳରେ ବଜାରରେ ପନିପରିବା ଦରରେ ମୂଲ୍ୟ ବୃଦ୍ଧି ହୋଇଛି। ସେପଟେ ଧାନ ଫସଲ ନଷ୍ଟ ହୋଇଯାଇଥିବା ବର୍ଷକର ଆଦାୟ ଉଜୁଡ଼ି ଯାଇଛି। ଏଣୁ ନିଜ ପରିବାର ସଦସ୍ୟ ତୁଣ୍ଡରେ କେମିତି ଅହାର ଯୁଟାଇବ ସେଥିପାଇଁ ଚାଷୀର ଚିନ୍ତା ବଢ଼ିଛି। ସମଗ୍ର ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଥିବା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *