ଘଟଣା ଦୁର୍ଘଟଣାଦେଶ- ବିଦେଶ

Delhi Blast, Heinous Terrorist Attack

ଦିଲ୍ଲୀ ବିସ୍ଫୋରଣକୁ ‘ଜଘନ୍ୟ ଆତଙ୍କୀ ଆକ୍ରମଣ’ କହିଲା କେନ୍ଦ୍ର:ଏହା କାପୁରୁଷତାର ପରିଚୟ, କାହାକୁ ଛଡ଼ାଯିବନି...

  • ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା ।
  • ଭୟଙ୍କର ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ ।
  • ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର ।

ନୂଆଦିଲ୍ଲୀ ୧୨-୧୧-୨୦୨୫(ଏସ.ଏମ ) : ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା । ଭୟଙ୍କର ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି ମାନିଲା କେନ୍ଦ୍ର କ୍ୟାବିନେଟ୍ । ଏହା ସାଧାରଣ ହମଲା ନଥିଲା ବରଂ ଏକ ଜଘନ୍ୟ ଆତଙ୍କୀ ହମଲା ବୋଲି କହିଲା କେନ୍ଦ୍ର । ଗତ ବୁଧବାର ଦିନ ୧୦ ତାରିଖ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିରାଟ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କ୍ୟାବିନେଟ୍ ନିନ୍ଦା କରିବା ସହ ଏହାକୁ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛି ।

ଆତଙ୍କବାଦକୁ ବରଦାସ୍ତ କରାଯିବନି…
ତେବେ ଏ ଦିଗରେ ତ୍ବରିତ ତଦନ୍ତ ପାଇଁ କେନ୍ଦ୍ର କ୍ୟାବିନେଟର ନିର୍ଦ୍ଦେଶ ଦେବା ସହ ଦୋଷୀ ଓ ସହଯୋଗୀଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ବିଳମ୍ବ ନକରି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ । ଆତଙ୍କବାଦକୁ ବରଦାସ୍ତ କରାଯିବନି । ଆତଙ୍କବାଦ ପ୍ରତି ଶୂନ୍ୟସହନଶୀଳତା ବୋଲି କେନ୍ଦ୍ର କହିଛି ।

ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି । ପୀଡିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଥିବା ଡାକ୍ତରୀ କର୍ମଚାରୀ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି । ବିସ୍ଫୋରଣକୁ କାପୁରୁଷର କାମ ବୋଲି କହିଛି କେନ୍ଦ୍ର କ୍ୟାବିନେଟ୍ । ସଙ୍କଟ ସମୟରେ ସାହସ ଏବଂ କରୁଣାର ସହିତ କାମ କରିଥିବା ସୁରକ୍ଷା ଏଜେନ୍ସି, କର୍ତ୍ତୃପକ୍ଷ ଏବଂ ନାଗରିକଙ୍କ ସହାୟତା ପାଇଁ କ୍ୟାବିନେଟ ପ୍ରଶଂସା କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *