ଘଟଣା ଦୁର୍ଘଟଣାଦେଶ- ବିଦେଶ

Delhi Car Blast

ଲାଲକିଲ୍ଲା ବିସ୍ଫୋରଣ ଘଟଣା: ୮ ଜଣଙ୍କ ଜୀବନ ଗଲା, ୨୪ ଆହତ

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ ଗାଡିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୨୪ ଲୋକ ଆହତ ହୋଇଥିବା ଜଣାପଡିଛି

ନୂଆଦିଲ୍ଲୀ ୧୦-୧୧-୨୦୨୫(ଏସ.ଏମ ) :  ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏକ ଗାଡିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ୨୪ ଲୋକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚିଛି। ବିସ୍ଫୋରଣ ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଲାଲକିଲ୍ଲାର ଗେଟ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଦିଲ୍ଲୀ ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ନିକଟରେ ପ୍ରବଳ ଭିଡ଼ ଜମା ହୋଇଛନ୍ତି। ଲାଲକିଲ୍ଲା ନିକଟରେ ଥିବା ବଡ଼ ବଜାର, ଚାନ୍ଦନୀ ଚୌକରେ ପ୍ରତିଦିନ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ। ଏଭଳି ଜନବହୁଳ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ କାର୍‌ରେ ବିସ୍ଫୋରଣ ହୋଇଥିବା ରିପୋର୍ଟ ଆସିଥିଲା, ଏହା ପରେ ତିନିରୁ ଚାରୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିଲା।
ଭୟଙ୍କର ବିସ୍ଫୋରଣ…
ବିସ୍ଫୋରଣ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ନିକଟବର୍ତ୍ତୀ ଘରଗୁଡ଼ିକୁ ଥରାଇ ଦେଇଥିଲା। ଏହା ବ୍ୟତୀତ, ଘଟଣାସ୍ଥଳ ପାଖରେ ଥିବା ଦୋକାନଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା। ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆମେ କିଛି ବୁଝିବା ପୂର୍ବରୁ, ବିସ୍ଫୋରଣ ହୋଇଥିବା କାର ଏବଂ ରାସ୍ତାରେ ଥିବା କାରଗୁଡ଼ିକ ନିଆଁ ପିଣ୍ଡୁଳା ହୋଇଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *