ଘଟଣା ଦୁର୍ଘଟଣାଦେଶ- ବିଦେଶ

Delhi Red Fort Explosion

ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ-ମୁମ୍ବାଇରେ ହାଇଆଲର୍ଟ ଜାରି, ସିଲ୍ ହେଲା ପୂରା ଅଞ୍ଚଳ…

  • ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି ।
  • ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି ।
  • ତେବେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଚାରିଆଡେ ଆତଙ୍କ ଖେଳିଗଲା ।
  • ସମସ୍ତେ ଭୟରେ ଧାଇଁଥିଲେ ।

ନୂଆଦିଲ୍ଲୀ୧୦-୧୧-୨୦୨୫(ଏସ.ଏମ ) :  ଦିଲ୍ଲୀର ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ଏବେ ଏବେ ମିଳିଥିବା ସୂଚନା ଅନୁସାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଚାରିଆଡେ ଆତଙ୍କ ଖେଳିଗଲା । ସମସ୍ତେ ଭୟରେ ଧାଇଁଥିଲେ ।

ପ୍ରଚଣ୍ଡ ବିସ୍ଫୋରଣ…
ତେବେ ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳକୁ ପୋଲିସ ସିଲ୍ କରି ଦେଇଛି । ଘଟଣାସ୍ଥଳକୁ ଏନଆଇଏ, ଏନଏସଜିର ଟିମ୍ ଯାଉଛନ୍ତି । ବିସ୍ଫୋରଣର କାରଣ ତନାଘନା କରାଯାଉଛି । ବିଭିନ୍ନ ସ୍ଥାନକୁ ବନ୍ଦ କରାଯାଇଛି । ମୁମ୍ବାଇରେ ବି ହାଇ ଆଲର୍ଟ ଜାରି କରାଯାଇଛି ।

ପୂରା ଅଞ୍ଚଳକୁ ସିଲ୍…
ତେବେ ଆଜି ସଞ୍ଜରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ପାର୍କିଂରେ ଛିଡା ହୋଇଥିବା ଅନ୍ୟ ଅନେକ ଗାଡ଼ି ଜଳି ଯାଇଛି । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ହଞ୍ଚିଥିଲା । ବିସ୍ଫୋରଣ କେମିତି ହେଲା ଏନେଇ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ କରାଯାଉଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *