LatestNewsPoliticsରାଜନୀତିରାଜ୍ୟ

disabilities participate

ଭିନ୍ନକ୍ଷମ ସବୁ କ୍ଷେତ୍ରରେ ଅଂଶଗ୍ରହଣ କରିପାରିଲେ ପ୍ରକୃତ ପ୍ରଗତି ସମ୍ଭବ: ମନ୍ତ୍ରୀ

ଏକ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିବାକୁ ହେଲେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିର ପ୍ରଗତି ଓ ସୁରକ୍ଷା ଆବଶ୍ୟକ। ଭିନ୍ନକ୍ଷମଙ୍କ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଲେ ରାଜ୍ୟ ପ୍ରଗତିରେ ସେମାନେ ନିଜର ଯୋଗଦାନ ଦେଇପାରିବେ।

ଭୁବନେଶ୍ବର: ଏକ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିବାକୁ ହେଲେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିର ପ୍ରଗତି ଓ ସୁରକ୍ଷା ଆବଶ୍ୟକ। ଭିନ୍ନକ୍ଷମଙ୍କ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଲେ ରାଜ୍ୟ ପ୍ରଗତିରେ ସେମାନେ ନିଜର ଯୋଗଦାନ ଦେଇପାରିବେ। ଭିନ୍ନକ୍ଷମମାନେ କେବଳ ସମର୍ଥନର ହିତାଧିକାରୀ ନୁହନ୍ତି ବରଂ ସମାଜ ପାଇଁ ସେମାନଙ୍କର ଅନେକ ଅବଦାନ ରହିଛି ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଆଜି ସୋଆ ବିଶ୍ୱବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଲେ, ଭିନ୍ନକ୍ଷମମାନେ ସବୁ କ୍ଷେତ୍ରରେ ସମାନ ଭାବେ ଅଂଶଗ୍ରହଣ କରିପାରିଲେ ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ। ରାଜ୍ୟ ସରକାର ୮୦%ରୁ ଅଧିକ ଭିନ୍ନକ୍ଷମତା ଥିବା ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ସହାୟତା ଦେଉଛନ୍ତି। ସାଇନ୍‌ ଲାଙ୍ଗୁଏଜ୍‌ର ପ୍ରସାର ପାଇଁ ଦକ୍ଷ ଶିକ୍ଷକ ସୃଷ୍ଟି କରାଯିବା ସହ ୬୦ ଜଣ ଦୃଷ୍ଟିହୀନଙ୍କୁ ଭାରତୀୟ ବିଦ୍ୟା ଭବନରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ଭିନ୍ନକ୍ଷମ ଶିଶୁଙ୍କ ଉପଚାର ପାଇଁ ବାରିପଦା ସମେତ ରାଜ୍ୟର ୩ଟି ସ୍ଥାନରେ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଛି।

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ…

ବିଧାୟକ ବାବୁ ସିଂହ କହିଥିଲେ, ଭିନ୍ନକ୍ଷମ ଶିଶୁଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ବିକାଶ ପାଇଁ ଅଭିଭାବକ, ଶିକ୍ଷକ ଓ ସମାଜିକ କର୍ମୀ ଆଗକୁ ଆସିବାର ଦରକାର। ଏବେ ଭିନ୍ନକ୍ଷମମାନେ ସମାଜର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସରକାର ମଧ୍ୟ ଭିନ୍ନକ୍ଷମଙ୍କୁ ସରକାରୀ ଚାକିରିରେ ସୁବିଧା ଦେଉଛନ୍ତି। ଅନ୍ୟ ସଂସ୍ଥାମାନେ ମଧ୍ୟ ଆଗକୁ ଆସି ସେମାନଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ‘ବାଣୀଶ୍ରୀ’ ପୋର୍ଟାଲ୍‌କୁ ଉନ୍ମୋଚନ କରିଥିଲେ। ଏହି ପୋର୍ଟାଲ ଜରିଆରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସହଜରେ ବୃତ୍ତି ପାଇଁ ଆବେଦନ କରିପାରିବେ। ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ୧୩ ଜଣ ଭିନ୍ନକ୍ଷମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଭାରତୀୟ ଭିନ୍ନକ୍ଷମ ମହିଳା କ୍ରିକେଟ ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ୪ ଜଣ ଖେଳାଳି ସମ୍ବର୍ଦ୍ଧିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଆର୍‌.ଏସ୍‌ ଗୋପାଳନ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଭାସ୍କର ରାଇତୁ, ଦୀପକ ରାଉତରାୟ, ଉପଶାସନ ସଚିବ ସନ୍ନ୍ୟାସୀ ବେହେରା, ବସନ୍ତ କୁମାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଶାସନ ସଚିବ ରଜନୀ ଜାନୀ ସ୍ୱାଗତ ଭାଷଣ ଓ ନିର୍ଦ୍ଦେଶକ ପାରୁଲ ପଟ୍ଟୱରୀ ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବ ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଆଜି ସକାଳେ ଷ୍ଟୁଡିଓ ଛକରୁ ସୋଆ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା। ବିଧାୟକ ବାବୁ ସିଂ, ବିଏମ୍‌ସି ମେୟର ସୁଲୋଚନା ଦାସ, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ନନ୍ଦ ଏହାର ଶୁଭାରମ୍ଭ କରିଥିଲେ। ପରେ ସୋଆ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ପାରା-ଆଇଲେଟିକ୍‌ର ଉଦ୍‌ଘାଟିତ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *