ରାଜ୍ୟ

Examination

ମା’ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା, ଛୁଆର ଯତ୍ନ ନେଲେ କନେଷ୍ଟବଳ

ରାଜ୍ୟ ସରକାରଙ୍କ ଓଏସ୍‌ଏସ୍‌ଏସ୍‌ସି (Odisha Sub-Ordinate Staff Selection Comission) ଦ୍ବାରା ପରିଚାଳିତ ଆରଆଇ, ଏଆରଆଇ, ଅମିନ ଏବଂ ସୁପରଭାଇଜର ପଦବି ପାଇଁ ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ  ପରିସ୍ଥିତି ଦେଖିବାକୁ ମିଳିଛି।

ମାଲକାନଗିରି ୦୯-୧୧-୨୦୨୫(ଏସ.ଏମ ) :  ରାଜ୍ୟ ସରକାରଙ୍କ ଓଏସ୍‌ଏସ୍‌ଏସ୍‌ସି (Odisha Sub-Ordinate Staff Selection Comission) ଦ୍ବାରା ପରିଚାଳିତ ଆରଆଇ, ଏଆରଆଇ, ଅମିନ ଏବଂ ସୁପରଭାଇଜର ପଦବି ପାଇଁ ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ପରୀକ୍ଷାରେ ଜଣେ ମହିଳା ସାମିଲ ହୋଇଥିବା ବେଳେ ତାଙ୍କର ଦେଢ଼ ମାସର ଶିଶୁ ପୁତ୍ରକୁ ବାହାରେ ଯତ୍ନ ନେଉଛନ୍ତି ଜଣେ କନେଷ୍ଟବଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିର ଅନୁଷ୍ଠିତ ଏକ ପରୀକ୍ଷା କେନ୍ଦ୍ରରେ। ଦେଢ ମାସର ଶିଶୁ ସହ ଏକ ଦମ୍ପତି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ପରୀକ୍ଷା ଦେଉଥିବା ମହିଳା ଜଣକ ହେଲେ ଭୈରବୀ ମଣ୍ଡଳ। ଶିଶୁର ମା’ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିବା ବ‌େଳେ ବାପା ନିଜ ଦେଢ଼ ମାସର ଶିଶୁକୁ ରଖିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଶିଶୁପୁତ୍ରଟି ବାପା କୋଳରେ କ୍ରମାଗତ ଭାବେ କାନ୍ଦିଥିଲା। ଏଭଳି କାନ୍ଦୁଥିଲା ତାକୁ କେହି ବନ୍ଦ କରିପାରି ନଥିଲେ। ଏହି ସମୟରେ ପରୀକ୍ଷାର୍ଥୀ ଭୈରବୀ ମଣ୍ଡଳ ପରୀକ୍ଷା ନଦେବା ପାଇଁ ମନସ୍ଥ କରିଥିଲେ।

କନଷ୍ଟେବଳଙ୍କ କୋଳରେ ଶାନ୍ତ ପଡ଼ିଲା ନବଜାତ…
ଭୈରବୀଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ଡ୍ୟୁଟିରେ ଥିବା ଜଣେ ମହିଳା କନେଷ୍ଟବଳ ରଜନୀ ମାଝୀ। ଶିଶୁପୁତ୍ରକୁ ତାଂକ ପାଖରେ ରଖିବା ସହ ମହିଳାଙ୍କୁ ପରୀକ୍ଷା ଦେବାକୁ କହିଥିଲେ। କନେଷ୍ଟବଳ ରଜନୀ ଛୁଆଟିକୁ ଧରୁଧରୁ ଛୁଆ ଶାନ୍ତ ପଡ଼ିବା ସହ ତାଙ୍କ ପାଖରେ ରହିଥିଲା। ଦୀର୍ଘ ଦୁଇ ଘଣ୍ଟା ଧରି ଭୈରବୀ ମଣ୍ଡଳ ପରୀକ୍ଷା ଦେଉଥିବା ବେଳେ କନେଷ୍ଟବଳ ରଜନୀଙ୍କ କୋଳରେ ରହିଥିଲା ଶିଶୁ ପୁତ୍ର।

ମା’ କଷ୍ଟ ବୁଝିପାରେ: କନେଷ୍ଟବଳ…
କନେଷ୍ଟବଳ ରଜନୀ ୯ ମାସ ପୂର୍ବରୁ ମାତୃତ୍ବ ଲାଭ କରିଛନ୍ତି। ତେଣୁ ଦେଢମାସର ଶିଶୁ ପୁତ୍ରଟି କାନ୍ଦୁଥିବା ବେଳେ ସ୍ତନ୍ୟପାନ କରାଇଛନ୍ତି। ପରୀକ୍ଷାର୍ଥୀ ଭୈରବୀ କହିଛନ୍ତି ଯଦିଓ ପରୀକ୍ଷା ଦେଉଥିଲି। କିନ୍ତୁ ଛୁଆ କଥା ମଝିରେ ମଝିରେ ମନେ ପଡୁଥିଲା। କିନ୍ତୁ ନିଶ୍ଚିନ୍ତରେ ମଧ୍ୟ ମୁଁ ଥିଲି ସେ କହିଥିଲେ। ପରୀକ୍ଷା ଶେଷ ହେବା ପରେ କନେଷ୍ଟବଳ ରଜନୀଙ୍କ ଠାରୁ ମହିଳା ପରୀକ୍ଷାର୍ଥୀ ଭୈରବୀ ଶିଶୁ ପୁତ୍ରକୁ ନେବା ସହ ବହୁତ ଧନ୍ୟବାଦ ଦେଇଥିଲେ। ସଂପୃକ୍ତ କନେଷ୍ଟବଳ ରଜନୀ ପରୀକ୍ଷା କେନ୍ଦ୍ରରେ ଡ୍ୟୁଟି କରିବା ସହ ଶିଶୁର ଯତ୍ନ ନେଇ ଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି। କନେଷ୍ଟବଳ ରନଜୀ କହିଛନ୍ତି ଯାହା ହେଲେ ବି ମୁଁ ଜଣେ ମା’, ଅନ୍ୟ ଏକ ମା’ର କଷ୍ଟ ମୁଁ ଠିକ ଭାବେ ବୁଝିପାରେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *