ଘଟଣା ଦୁର୍ଘଟଣାରାଜ୍ୟ

Fire Cows Death

ବାଣ ନିଆଁରୁ ଅଗ୍ନିକାଣ୍ଡ, ୫ଗାଈ ଜୀବନ୍ତ ଦଗ୍ଧ

ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି।

ହାଟଡିହି/ଭୁବନେଶ୍ୱର ୨୧-୧୦-୨୦୨୫ (ଏସ.ଏମ ):  କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଆମ୍ବଗଡ଼ିଆ ଗାଁରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ତିନି ବଖରା ଚାଳଘର ପୋଡ଼ିଯାଇଛି। ଗ୍ରାମର କୋଦଣ୍ଡଧର ପଣ୍ଡାଙ୍କ ଘରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ତାଙ୍କର ୩ ବଖରା ଚାଳ ଘର ସହିତ ୫ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ବାଣ ନିଆଁରୁ ଅଗ୍ନିକାଣ୍ଡ ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ରାତିରେ ଗାଁରେ ପିଲାମାନେ ବାଣ ଫୁଟାଉଥିବା ବେଳେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରା ଯାଉଛି।

ଦୀପାବଳିରେ ଅଘଟଣ, ଦୁଇ ଗୁରୁତର…
ଦୀପାବଳିରେ ଅଘଟଣ, ଦୁଇ ଗୁରୁତର। ହାତରେ ବାଣ ଫୁଟି ଜଣେ ଯୁବକଙ୍କର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକଙ୍କ କାନକୁ ଶୁଣା ଯାଉନାହିଁ। ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲକୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତିରେ।ସାଙ୍ଗମାନଙ୍କ ସହ ମିଶି ଦୀପାବଳିରେ ବାଣ ଫୁଟାଇବା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ହାତ ପାପୁଲି ନଥିବା ଗୁରୁତର ଯୁବକ ହେଲେ ଷଣ୍ଢକୁଦ ବସ୍ତିର ସମୀର ବେହେରା ଓ ଅନ୍ୟ ଜଣେ ଆହତ କାନକୁ ଶୁଣା ଯାଉନଥିବା ଯୁବକ ସେହି ବସ୍ତିର ଶୁଭନାଥ ମହାନ୍ତି।ତେଣେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ଦୀପାବଳିରେ ଅଘଟଣ ଘଟିଛି। ବାଣ ଫୁଟାଉଥିବା ବେଳେ ପୁଣି ଅଘଟଣ ଘଟିଛି। ବାଣ ବିସ୍ଫୋରଣରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଗୋବିନ୍ଦପୁର ଗାଁର ବାବୁ ମହାନ୍ତି।ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଗତକାଲି ସନ୍ଧ୍ୟାରେ ଘର ନିକଟରେ ଚାଇନା ବାଣ ଫୁଟାଉଥିଲେ। ଏହି ସମୟରେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ହାତରୁ ପାପୁଲି ଛିଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70