Loot Balipatna
ହାର୍ଡୱେର ଷ୍ଟୋର ତାଲା ଭାଙ୍ଗି ଲୁଟ୍, ୨ ଘଣ୍ଟାରେ ଖେଳ ଖତମ
ରାତି ୯ଟାରେ ଚତୁର୍ଭୁଜ shop ତାଲା ଦେଇ ଘରକୁ ଖାଇବାକୁ ଯାଇଥିଲେ | ୨ ଘଣ୍ଟା ଭିତରେ ଘରୁ ଦୋକାନକୁ ଆସିଥିଲେ| ଦୁର୍ବୃତ୍ତମାନେ ଇଲେକ୍ଟ୍ରି ଓଜନ ଯନ୍ତ୍ର , ବ୍ୟାଟେରୀ , ପ୍ରାୟ ୨ ହଜାର ନଗଦ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେବା ସହ ସିସି ଟିଭି କ୍ୟାମେରା ତାଡ଼ି ନେଇଛନ୍ତି ଜଣା ପଡ଼ିଥିଲା |
ବାଲିପାଟଣା ୦୨-୧୨-୨୦୨୫(ଏସ.ଏମ ) : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣାରେ ମାତିଛନ୍ତି ଲୁଟେରା ଦଳ| ଲୁଟ ପାଟ କରି ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛନ୍ତି | ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ ଚୋରଙ୍କ ପାଇଁ ବରଦାନ ପାଲଟିଛି | ସାଧାରଣ ଜନତା ଅସୁରକ୍ଷିତ ଅବସ୍ଥାରେ ଜୀବନଯାପାନ କରୁଛନ୍ତି | ସୁନା ଅଳଙ୍କାର, ଛେଳି, ମେଣ୍ଢା ଓ ଦୋକାନଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ଲୁଟେରା | ଗତକାଲି ରାତିରେ ବାଲିପାଟଣା ଥାନା ଧାନହରା ବଜାର ସୋମନାଥ ହାର୍ଡୱେର ଷ୍ଟୋରରୁ ପୁଣି ଚୋରି ହୋଇଛି | ଦୋକାନୀ ଘରୁକୁ ଖାଇବାକୁ ଯାଇଥିବା ସୁଯୋଗ ଉଣ୍ଡି ମାତ୍ର ୨ ଘଣ୍ଟା ଭିତରେ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି | ଖବର ପାଇ ପୁଲିସ ଘଟଣାର ତଦନ୍ତ କରୁଛି | ସୂଚନା ଅନୁସାରେ, ମଝିହରା ଗ୍ରାମର ଚତୁର୍ଭୁଜ ଆଚାର୍ଯ୍ୟଙ୍କ ଧାନହରା ବଜାରରେ ଦୀର୍ଘ ୪୦ ବର୍ଷ ହେଲା ସୋମନାଥ ହାର୍ଡୱେର ଷ୍ଟୋର ଅଛି | ପ୍ରାୟ ଦେଢ଼ ବର୍ଷ ତଳେ ଦୁର୍ବୃତ୍ତ ତାଙ୍କ ଦୋକାନ ଭାଙ୍ଗି ଲୁଟ କରିଥିଲେ| ଗତକାଲି ରାତି ୯ଟାରେ ଚତୁର୍ଭୁଜ ଦୋକାନ ତାଲା ଦେଇ ଘରକୁ ଖାଇବାକୁ ଯାଇଥିଲେ | ୨ ଘଣ୍ଟା ଭିତରେ ଘରୁ ଦୋକାନକୁ ଆସିଥିଲେ |
ଥାନାରେ ଲିଖିତ ଅଭିଯୋଗ
ଦୋକାନ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖି ସେ ବିସ୍ମିତ ହୋଇ ଯାଇଥିଲେ | ଦୁର୍ବୃତ୍ତମାନେ ଇଲେକ୍ଟ୍ରି ଓଜନ ଯନ୍ତ୍ର , ବ୍ୟାଟେରୀ , ପ୍ରାୟ ୨ ହଜାର ନଗଦ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେବା ସହ ସିସି ଟିଭି କ୍ୟାମେରା ତାଡ଼ି ନେଇଛନ୍ତି ଜଣା ପଡ଼ିଥିଲା | ଅଠାନ୍ତର ନୂଆଗାଁ ପୂର୍ତ୍ତ ବିଭାଗ ରାସ୍ତାର ଧାନହରା ବଜାର ରେ ଲୋକଙ୍କ ଚଳପ୍ରଚଳ ଲାଗିଥିବା ବେଳେ ଲୁଟେରା ଦଳ ମାତିବା ବଡ଼ ସଙ୍କଟ ସୃଷ୍ଟି କରିଛି | ଚୋରି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇଛି | ତେବେ ପୁଲିସ ଚୋରଙ୍କୁ ଧରିବାରେ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଛି
