Mother
‘ଆଦିଶକ୍ତିର ଅନ୍ୟତମ ଅଂଶ ହେଉଛନ୍ତି ମା’
ଆଦିଶକ୍ତିର ଅନ୍ୟତମ ଅଂଶ ହେଉଛନ୍ତି ମା’। ସୃଷ୍ଟିର ଆଦି ଓ ଅନ୍ତ ମା’ଙ୍କଠାରେ ନିହିତ ହୋଇରହିଛି। ସେ ସ୍ନେହ ଦେବାରେ କେବେ ପକ୍ଷପାତିତା କରେ ନାହିଁ। ଏପରିକି ଦୁଷ୍ଟ ସନ୍ତାନକୁ ମଧ୍ୟ…
ଭୁବନେଶ୍ୱର ୦୨-୧୨-୨୦୨୫(ଏସ.ଏମ ) : ଆଦିଶକ୍ତିର ଅନ୍ୟତମ ଅଂଶ ହେଉଛନ୍ତି ମା’। ସୃଷ୍ଟିର ଆଦି ଓ ଅନ୍ତ ମା’ଙ୍କଠାରେ ନିହିତ ହୋଇରହିଛି। ସେ ସ୍ନେହ ଦେବାରେ କେବେ ପକ୍ଷପାତିତା କରେ ନାହିଁ। ଏପରିକି ଦୁଷ୍ଟ ସନ୍ତାନକୁ ମଧ୍ୟ ସେ କୋଳେଇ ନିଏ। ମେ ଫେୟାରକନ୍ଭେନସନ୍ରେ ଆୟୋଜିତ ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ରଚିତ ପୁସ୍ତକ ‘ମୋ ମାଆ ମୋ ପ୍ରେରଣା’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ମା’ଙ୍କ ପ୍ରତି ପ୍ରକୃତ ଭଲପାଇବା ମତେ ଓଡ଼ିଶା ମାଟିଶିଖେଇଛି ବୋଲି ପ୍ରଫେସର୍ ଲାଲ୍ କହିଥିଲେ। ଶ୍ରୀ ସାମନ୍ତଙ୍କ ମାଆଙ୍କ ପ୍ରତି ଭଲ ପାଇବା ପ୍ରେରଣାଦାୟୀ। ଆମେ ସମସ୍ତେ ମା’ଙ୍କ ଚରଣରେ ନତମସ୍ତକ ହେବା ଉଚିତ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ତଥା ଆଧ୍ୟାତ୍ମିକ ଗୁରୁ ବାବା ରାମନାରାୟଣ ଦାସ ମହାରାଜ ମା’ଙ୍କ ଆଶୀର୍ବାଦ ଅମୃତ ସମ ହୋଇଥାଏ। ଆମେ ସମସ୍ତେ ମା’ଙ୍କ ଭକ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ପ୍ରଫେସର ଶଶାଙ୍କ ଚୂଡ଼ାମଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଫେସର ହରେକୃଷ୍ଣ ଶତପଥୀପୁସ୍ତକର ସମୀକ୍ଷା କରି କହିଥିଲେ ଯିଏ ଏହି ପୁସ୍ତକକୁ ପଠନ କରିବ ସେ ଅଧାରୁ ଛାଡ଼ି ପାରିବ ନାହିଁ। ଅନ୍ୟାନ୍ୟ ଅତିଥି ଭାବେ ସାହିତ୍ୟିକ ରକ୍ଷକ ନାୟକ, ସାମ୍ୱାଦିକ ଉମାପଦ ବୋଷ ଯୋଗଦେଇ ପୁସ୍ତକ ଓ ଶ୍ରୀ ସାମନ୍ତଙ୍କ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ। ଲେଖକ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେବା ସହିତ ଲେଖକୀୟ ଅଭିଭ୍ୟକ୍ତି ପ୍ରଦାନ କରି ତାଙ୍କ ଜୀବନରେ ମା’ଙ୍କ ଭୂମିକା ସମ୍ପର୍କରେ କହିଥିଲେ।ପ୍ରକାଶକ ଜୀବାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ।
