LatestNewsPoliticsରାଜନୀତିରାଜ୍ୟ

Protests before the assembly

ବିଧାନସଭା ପୂର୍ବରୁ ରଣହୁଙ୍କାର…

ବିଧାନସଭା ଅଧିବେଶନ ପୂର୍ବରୁ ୮ ଦଫା ଦାବି ପୂରଣ ନେଇ ଆଜି ଲୋୟର୍‌ ପିଏମ୍‌ଜିରେ ଅଙ୍ଗନବ‌ାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ୍‌ଓଡ଼ିଶା….

ଭୁବନେଶ୍ବରଭୁବନେଶ୍ୱର  ୨୫-୧୧-୨୦୨୫(ଏସ.ଏମ ) : ବିଧାନସଭା ଅଧିବେଶନ ପୂର୍ବରୁ ୮ ଦଫା ଦାବି ପୂରଣ ନେଇ ଆଜି ଲୋୟର୍‌ ପିଏମ୍‌ଜିରେ ଅଙ୍ଗନବ‌ାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ୍‌ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ କୁହାଯାଇଛି ଯେ ପୂର୍ବରୁ ଆମେ ବାରମ୍ବାର ଆନ୍ଦୋଳନ କରି ଦାବି ଜଣାଇ ଆସିଛୁ। ସରକାର କେବଳ ପ୍ରତିଶ୍ରୁତି ଦେଇ ଆମକୁ ଭୁଲାଇ ଦେଉଛନ୍ତି। ସରକାର ଏଥର ଦାବି ନ ଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଘ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ ମାନ୍ୟତା, ଯେପର୍ଯ୍ୟନ୍ତ ସରକାରୀକରଣ କରାଯାଇନାହିଁ କର୍ମୀମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ପ୍ରଦାନ, ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ କର୍ମୀମାନଙ୍କୁ ୩ ହଜାର ଓ ସହାୟିକାମାନଙ୍କୁ ୨ ହଜାର ଟଙ୍କା ବର୍ଦ୍ଧିତ ଦରମା, ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ହେଉଥିବା କାରଣରୁ ୫ଜି ମୋବାଇଲ୍‌ ଯୋଗାଇବା ସହିତ ସିମ୍‌କାର୍ଡ ପ୍ରଦାନ କରିବା ଭଳି ୮ ଦଫା ଦାବି ସଂଘ ପକ୍ଷରୁ କରାଯାଇଛି। ଆଜିର ଏହି ବିକ୍ଷୋଭରେ ସଂଘର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ଭାରତୀୟ ମଜଦୁର ସଂଘର ଗଣେଶ ମିଶ୍ର, ଅଞ୍ଜଳି ପଟେଲ, ବାଦଲ କୁମାର ମହାରଣା, ପୃଥ୍ବୀରାଜ ପଣ୍ଡା, ବିମଳା ଲାକ୍ରା, ମନ୍ଦାକିନୀ ପ୍ରଧାନ, ପ୍ରତିମା ମଞ୍ଜରୀ ଦତ୍ତ, କୁଞ୍ଜଲତା ଦାସଙ୍କ ସମେତ ବହୁ ସଂଖ୍ୟା‌ରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ‌ଯୋଗ ଦେଇଥି‌ଲେ। ଆନ୍ଦୋଳନ ପରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ସକାରାତ୍ମକ ପ୍ରତିଶ୍ରୁତି ପାଇ ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *