ଦେଶ- ବିଦେଶରାଜ୍ୟ

‘RailOne’, the smart

ରେଳଯାତ୍ରୀଙ୍କ ସ୍ମାର୍ଟ ସାଥୀ ‘ରେଲ୍‌ୱାନ୍’

  • ଯାତ୍ରୀଙ୍କ ହାତପାଆନ୍ତାରେ ସମସ୍ତ ରେଳ ସୁବିଧା।
  • ସହଜରେ ସଂରକ୍ଷିତ, ଅଣସଂରକ୍ଷିତ, ପ୍ଲାଟଫର୍ମ ଓ ସିଜନ୍‌ ଟିକେଟ୍‌ ବୁକ୍‌ କରିହେବ।
  • ପିଏନ୍‌ଆର ସ୍ଥିତି, ଲାଇଭ୍ ଟ୍ରେନ୍‌ ଟ୍ରାକିଂ ଓ କୋଚ୍‌ ସ୍ଥିତି

ଭୁବନେଶ୍ୱର ୦୪-୧୧-୨୦୨୫(ଏସ,ଏମ ) :  ଯାତ୍ରୀଙ୍କ ହାତପାଆନ୍ତାରେ ସମସ୍ତ ରେଳ ସୁବିଧା। ସହଜରେ ସଂରକ୍ଷିତ, ଅଣସଂରକ୍ଷିତ, ପ୍ଲାଟଫର୍ମ ଓ ସିଜନ୍‌ ଟିକେଟ୍‌ ବୁକ୍‌ କରିହେବ। ପିଏନ୍‌ଆର ସ୍ଥିତି, ଲାଇଭ୍ ଟ୍ରେନ୍‌ ଟ୍ରାକିଂ ଓ କୋଚ୍‌ ସ୍ଥିତି ତୁରନ୍ତ ଯାଞ୍ଚ ସହ ଆରାମଦାୟକ ଯାତ୍ରା ପାଇଁ ଇ-କ୍ୟାଟରିଂ ଭଳି ଟ୍ରେନ୍‌ ମଧ୍ୟରେ ସେବାଗୁଡ଼ିକ ମିଳିବ। ‘ରେଲ୍ ମଦଦ୍‌’ ମାଧ୍ୟମରେ ଯାତ୍ରୀମାନେ ସିଧାସଳଖ ଅଭିଯୋଗ ଦାଖଲ ସହ ରିଫଣ୍ଡ୍‌ ପରିଚାଳନା କରିପାରିବେ। ଆର୍‌-ୱାଲେଟ୍‌ ମାଧ୍ୟମରେ କିଣାଯାଇଥିବା ଅଣସଂରକ୍ଷିତ ଟିକେଟ୍ ଉପରେ ୩% ରିହାତି ମଧ୍ୟ ମିଳିବ। ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ହୋଇଛି ସ୍ମାର୍ଟ ଯାତ୍ରାର ସାଥୀ ‘ରେଲ୍‌ୱାନ୍’ ଆପ୍‌। ଏହି ଆପ୍‌ ମାଧ୍ୟମରେ ଅତିରିକ୍ତ ଯାତ୍ରୀ-ଅନୁକୂଳ ସେବା ଯଥାଶୀଘ୍ର ଓ ସରଳ ଭାବେ ଅଭିଯୋଗଗୁଡ଼ିକର ସମାଧାନ ସହ ସମ୍ପୂର୍ଣ୍ଣ ଯାତ୍ରା ସହାୟତା ପାଇଁ ପୋର୍ଟର ବୁକିଂ, ଗନ୍ତବ୍ୟସ୍ଥଳ(ଶେଷ-ମାଇଲ୍) ଟ୍ୟାକ୍ସି ସେବା ଓ ଟ୍ରେନ୍ ସମ୍ବନ୍ଧରେ ଜାଣିବା, ଯାତ୍ରା ଯୋଜନା ଓ ସ୍ଥିତି ଜାଣିବାର ପ୍ରଗତି(ଟ୍ରାକ୍ କରିବା) ସବୁ କିଛି ଗୋଟିଏ ଆପ୍‌ରେ ଉପଲବ୍ଧ ହେବ। ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯାତ୍ରୀଙ୍କ ସୁବିଧା ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ୱାରା ମୋବାଇଲ୍ ଆପ୍ଲିକେସନ୍ ‘‌ରେଳ୍‌ୱାନ୍‌’ ଆପ୍‌ ବିକଶିତ ହୋଇଛି। ଏହି ଏକକ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଅଧୀନରେ ଯାତ୍ରୀଙ୍କୁ ଟିକେଟ୍‌ ବୁକିଂଠାରୁ ଅଭିଯୋଗ ସମାଧାନ ପର୍ଯ୍ୟନ୍ତ, ପ୍ରତି ଯାତ୍ରାରେ ଆରାମ, ସୁବିଧା ଓ ସଂଯୋଗ ସୁନିଶ୍ଚିତ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଆଣ୍ଡ୍ରଏଡ୍‌ ମୋବାଇଲ୍‌ର ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ‘‌ରେଲ୍‌ୱାନ୍‌’ ଡାଉନ୍‌ଲୋଡ୍‌ କରି ମୋବାଇଲ୍ ନମ୍ବର ବ୍ୟବହାର କରି ଏକ ନୂତନ ଉପଭୋକ୍ତା ଭାବେ ପଞ୍ଜୀକରଣ କରିପାରିବେ। ଯାତ୍ରା ଯୋଜନାଠାରୁ ଲାଇଭ୍‌ ଟ୍ରେନ୍‌ ଟ୍ରାକିଂ ପର୍ଯ୍ୟନ୍ତ, ସମସ୍ତ ପ୍ରକାର ସୁବିଧା ମିଳିପାରିବ। ଅଧିକ ଲୋକ ଯେପରି ଏହି ରେଳ ସୁବିଧା ସମ୍ପର୍କରେ ଜାଣିପାରିବେ ସେଥିପାଇଁ ଭୁବନେଶ୍ବର, ପୁରୀ, କଟକ, ଖୋର୍ଦ୍ଧାରୋଡ୍‌ ଷ୍ଟେସନ୍‌ରେ ଯାତ୍ରୀଙ୍କୁ ସଚେତନ କରାଯାଉଛି। ଆଗାମୀ ଦିନରେ ରେଳମଣ୍ଡଳ ଅଧୀନରେ ଥିବା ଅନ୍ୟ ପ୍ରମୁଖ ଷ୍ଟେସନ୍‌ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବାକୁ ଖୋର୍ଦ୍ଧାରୋଡ ରେଳମଣ୍ଡଳ ଯୋଜନା କରିଛି।

ଖୋର୍ଦ୍ଧାରୋଡ୍‌ ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ରେଳମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଅନିଲ କୁମାର ଏସ୍‌ ବୁକିଂ କାଉଣ୍ଟର୍‌, ସହଯୋଗ(ସୂଚନା କେନ୍ଦ୍ର) କାଉଣ୍ଟର କିମ୍ବା ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନରେ ଯାତ୍ରୀଙ୍କ ସହଜ ଓ ସୁବିଧା ଉପଲବ୍ଧ କରାଇବା ସହ ସଚେତନତା ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ବାଣିଜ୍ୟିକ ପର୍ଯ୍ୟବେକ୍ଷକ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଯାତ୍ରୀ ଓ ରେଳ ବ୍ୟବହାରକାରୀ ସେମାନଙ୍କ ପୂର୍ବ ଆଇଆର୍‌ସିଟିସି ନେକ୍ସଟ୍‌ ଜେନ୍‌ ଆପ୍ଲିକେସନ୍ ଏବଂ ୟୁଟିଏସ୍‌-ଅନ୍-ମୋବାଇଲ୍ ମାଧ୍ୟମରେ ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ୍‌ ବୁକ୍‌ କରିବାକୁ ପ୍ରମାଣପତ୍ର ସହିତ ରେଲୱାନ୍ ଆପ୍ ବ୍ୟବହାର କରିପାରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *