ଖେଳଦେଶ- ବିଦେଶ

RCB ପାଇଁ ଖୁସି ଖବର: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

RCB ପାଇଁ ଖୁସି ଖବର: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖୁସି ଖବର ଆସିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ ସଂସ୍କରଣର ୫ଟି ଘରୋଇ ମ୍ୟାଚ୍‌ ଖେଳାଯିବ।

ବେଙ୍ଗାଲୁରୁ ୦୩-୦୩-୨୦୨୬(ଏସ .ଏମ ) : ୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖୁସି ଖବର ଆସିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ ସଂସ୍କରଣର ୫ଟି ଘରୋଇ ମ୍ୟାଚ୍‌ ଖେଳାଯିବ। ଆରସିବିର ଅନ୍ୟ ୨ଟି ମ୍ୟାଚ୍‌ ରାୟପୁରସ୍ଥିତ ସହିଦ ବୀର ନାରାୟଣ କ୍ରିକେଟ୍‌ ଷ୍ଟାଡିୟମରେ ଆୟୋଜନ ହେବ। ଆରସିବି ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ୍‌ ଚାମ୍ପିଅନ ହେଲା ପରେ ଉତ୍ସବ ପାଳନ ସମୟରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା‌ ପରେ ଏଠାରେ ଗୋଟିଏ ମଧ୍ୟ ଘରୋଇ ମ୍ୟାଚ୍‌ ଖେଳାଯାଇ ନାହିଁ। ଏଥି ସହିତ ଚଳିତ ବର୍ଷ ମ୍ୟାଚ୍‌ ଆୟୋଜନ ନେଇ ସଙ୍କଟ ପରିସ୍ଥିତି ଦେଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଚାମ୍ପିଅନ ଟିମ୍‌କୁ ଅନ୍ୟ ସ୍ଥାନରେ ମ୍ୟାଚ୍‌ ଖେଳିବାକୁ ପଡ଼ିପାରେ ବୋଲି ଆଶା କରାଯାଉଥିଲା। 

ମାସମାସ ଧରି ଅନିଶ୍ଚିତତା ମଧ୍ୟରେ ଆରସିବି ପରିଚାଳନା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛି ଯେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆରସିବି ନିଜର ବିଜ୍ଞପ୍ତିରେ କହିଛି ଯେ, ମାସ ମାସ ଧରି ପରିଶ୍ରମ ଏବଂ ସବୁ ସଂପର୍କିତ ପକ୍ଷମାନଙ୍କ ସହିତ ସମନ୍ବୟ କରାଯିବା ପରେ ଏହା ସମ୍ଭବ ହୋଇଛି। ଆମେ ଏହି ସହଯୋଗ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିଟେ୍‌ ସଂଘ (KSCA) ଏବଂ କର୍ଣ୍ଣାଟକ ପୁଲିସକୁ ଧନ୍ୟବାଦ ଜଣାଉଛୁ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70