ରାଜ୍ୟ

Shikhar Chandi Temple Project

ମନ୍ଥରଗତିରେ ଶିଖରଚଣ୍ଡୀ ମନ୍ଦିର ପ୍ରକଳ୍ପ: ଅର୍ଥାଭାବରୁ ଅଧୁରା, ପାହାଡ଼ ରାସ୍ତା ତାଡ଼ି ଦେଇ ସମସ୍ତେ ନିରବ

  • କଣ୍ଟ ଥିଲା ୨୦୨୫ ସୁଦ୍ଧା କାମ ସରିବ।
  • ନୂଆରୂପ ପାଇବ ମା’ ଶିଖରଚଣ୍ଡୀଙ୍କ ମନ୍ଦିର।
  • ମନ୍ଦିର ଆଖାପାଖ ଅଞ୍ଚଳର ବିକାଶ ସହ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ଭୁବନେଶ୍ୱର ୧୦-୧୧-୨୦୨୫(ଏସ.ଏମ ) :  ଣ୍ଟ ଥିଲା ୨୦୨୫ ସୁଦ୍ଧା କାମ ସରିବ। ନୂଆରୂପ ପାଇବ ମା’ ଶିଖରଚଣ୍ଡୀଙ୍କ ମନ୍ଦିର। ମନ୍ଦିର ଆଖାପାଖ ଅଞ୍ଚଳର ବିକାଶ ସହ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ମା’ ଶିଖରଚଣ୍ଡୀ ମନ୍ଦିରର ଉନ୍ନତୀକରଣ କାମ ଏବେ ଧିମେଇଗଲାଣି। ଧାର୍ଯ୍ୟ ସମୟ ପୂରିବାକୁ ବସିଥିଲେ ମଧ୍ୟ ପ୍ରକଳ୍ପ ଅଧାରେ ଅଟକିଛି। କେବଳ ପାହାଡ଼ ଉପରେ ୩ଟି କୋଠରୀ ନିର୍ମାଣ ହୋଇଛି। ପ୍ରକଳ୍ପର ଆଖିଦୃଶିଆ ଅଗ୍ରଗତି ହେଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୨୩ ମେ’ ମାସରେ ଆରମ୍ଭ ହୋଇଥିବା ମା’ଙ୍କ ମୁଖ୍ୟ ମନ୍ଦିର କାମର ମୁଣ୍ଡି ଏପର୍ଯ୍ୟନ୍ତ ମରାଯାଇନାହିଁ। ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରଗୁଡ଼ିକର ବିକାଶ ହୋଇପାରିନି। ପୂର୍ବରୁ ଯେଉଁ ରାସ୍ତା ଥିଲା, ତାହା ନଷ୍ଟ ହୋଇଗଲାଣି। ଏମିତିକି ପାଣି ପାଇପ୍‌ ବିଛାଇବାକୁ ପାହାଡ଼ ଉପରକୁ ଯିବାକୁ ଥିବା ରାସ୍ତାକୁ ଖୋଳି ଦିଆଯାଇଥିଲେ ମଧ୍ୟ ତାହାକୁ ମରାମତି କରାଯାଇ ନାହିଁ।  ଉଭୟ ପାଣି ପ୍ରକଳ୍ପ ଓ ମନ୍ଦିର ପ୍ରକଳ୍ପ କରୁଥିବା ସଂସ୍ଥାମାନେ ଏଥିପ୍ରତି ଟିକିଏ ବି ଗୁରୁତ୍ବ ଦେଇନାହାନ୍ତି। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଆଗକୁ ଶିଖରଚଣ୍ଡୀ ପାହାଡ଼ରେ ପ୍ରବଳ ଗହଳି ପରିଲକ୍ଷିତ ହେବ। ପିଣ୍ଡିଗୁଡ଼ିକ ଠିକ୍‌ ଅଛି। କିନ୍ତୁ ପାହାଡ଼ ଚଢ଼ିବାକୁ ରାସ୍ତା ଶୋଚନୀୟ। ପାହାଡ଼ ତଳ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲୁଛି। ମନ୍ଦିର ଯିବାକୁ ଥିବା ପାହାଚଗୁଡ଼ିକ ଭାଙ୍ଗି ଦିଆଯାଇଥିବାରୁ ପୂଜାର୍ଚ୍ଚନା କରିବାକୁ ସାଧାରଣ ଲୋକେ ଯାଇପାରୁ ନାହାନ୍ତି। ମା’ଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣୀ ହୋଇପାରୁ ନାହିଁ। ଭଙ୍ଗା ଯାଇଥିବା ମନ୍ଦିରର ସାମଗ୍ରୀଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଏଣେତେଣେ ପଡ଼ିଥିବାରୁ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଏକଦା ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ମା’ଙ୍କ ପୀଠସ୍ଥଳୀ ଏବେ ଦୟନୀୟ ଅବସ୍ଥାରେ ରହିଛି।

୨୦୨୫ ମାର୍ଚ୍ଚ ସୁଦ୍ଧା କାମ ଶେଷ ହେବା ନେଇ ସମସ୍ତେ ଆଶାବାଦୀ ରହିଥିଲେ। ‌ମାତ୍ର ସେହି ଆଶା ସ୍ବପ୍ନରେ ରହିଗଲା। ଦେଢ଼ ବର୍ଷ ହେଲା ଯେଉଁଭଳି କାମ ଚାଲିଛି, ତାହା କେବେ ସରିବ ତାହା କହିହେଉ ନାହିଁ। ଜୋନ୍‌-୧ରେ ପାର୍କିଂ ଓ ସାଧାରଣ ଲୋକଙ୍କ କ୍ରୀଡ଼ା ପ୍ରକଳ୍ପ ଅଧା ଗଢ଼ା ହୋଇ ପଡ଼ିରହିଛି। ଜୋନ୍‌-୨ରେ ହେବାକୁ ଥିବା ଭ୍ୟୁ-ପଏଣ୍ଟ ଓ ଟ୍ରେକିଂ ରୁଟ୍‌ କାମ ମଧ୍ୟ ଆଧା। ଜୋନ୍‌-୩ ଓ ୪ରେ ହେବାକୁ ଥିବା ମନୋରଞ୍ଜନମୂଳକ କାର୍ଯ୍ୟ ଆଗେଇପାରୁ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଉ ନ ଥିବାରୁ ଠିକାଦାର ମଧ୍ୟ ହାତ ଟେକି ଦେଲେଣି। ୨୫ କୋଟି ଟଙ୍କା ବ୍ୟୟରେ ୫୩.୬୪ ଏକର ଅଞ୍ଚଳର ବିକାଶ କାର୍ଯ୍ୟ କରିବାକୁ ଯୋଜନା ହୋଇଥିବା ବେଳେ ଅର୍ଥ ମିଳୁ ନ ଥିବାରୁ ଠିକାଦାର କାମ କରିପାରୁ ନ ଥିବା ଜଣାପଡ଼ିଛି। ଶିଖରଚଣ୍ଡୀ ଉନ୍ନୟନ ପରିଷଦ ସଭାପତି କ୍ଷୀତିଶ ତ୍ରିପାଠୀ କହିଛନ୍ତି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ସହ ସୌନ୍ଦର୍ଯ୍ୟୀକରଣ କରିବାକୁ ଯୋଜନା ହୋଇଛି। ଦୀର୍ଘବର୍ଷର ଅପେକ୍ଷା ପରେ ମା’ଙ୍କ ମନ୍ଦିର ନୂଆ ରୂପ ନେଉଥିଲେ ମଧ୍ୟ ଅର୍ଥ ଅଭାବରୁ କାମ ଆଗେଇ ପାରୁ ନାହିଁ। ଯଦି ଠିକ୍ ସମୟରେ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଇଥାନ୍ତେ, ତାହେଲେ ଏତେ ବେଳକୁ ପଥର କାମ ଶେଷ ହୋଇ ସାରନ୍ତାଣି। ଆଶା କରୁଛୁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ପ୍ରଦାନ କରିବା ସହ ପ୍ରକଳ୍ପକୁ ଯଥାଶୀଘ୍ର ଶେଷ କରିବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *