Vigilance Raid
ଭିଜିଲାସନ୍ସ ଜାଲରେ ଗ୍ରହାଚାର୍ଯ୍ୟ, ୧୭ ହଜାର ଲାଞ୍ଚ ନେଇ ଫସିଗଲେ
ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ କାର୍ଯ୍ୟରତ ଅମିନ ତଥା ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଆଜି ସନ୍ଧ୍ୟା ସମୟରେ ଲାଞ୍ଚ ନେଲାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ମାଡ଼ିବସିଛନ୍ତି।
ନିମାପଡ଼ା ୨୯-୧୧-୨୦୨୫(ଏସ.ଏମ.) : ପୁରୀଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ କାର୍ଯ୍ୟରତ ଅମିନ ତଥା ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଆଜି ସନ୍ଧ୍ୟା ସମୟରେ ଲାଞ୍ଚ ନେଲାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ମାଡ଼ିବସିଛନ୍ତି। ଶ୍ରୀ ଗ୍ରହାଚାର୍ଯ୍ୟ ଗୃହ ନିର୍ମାଣ ପ୍ଳାନ୍ ଅନୁମୋଦନ ପାଇଁ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି।
ପୂର୍ବ ଯୋଜନା ଅନୁସାରେ ଚଢ଼ଉ…
ଏକଥାକୁ ନେଇ ପୂର୍ବରୁ ପ୍ରସ୍ତୁତ ଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ। ଡିଏସ୍ପି ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବରେ ଅଶୋକ କୁମାର ବିରୁଆ ଓ ଇନ୍ସପେକ୍ଟର ବୈଭବିମଧୁ ସ୍ୱାଇଁ ଓ ଜଗନ୍ନାଥ ସାହୁଙ୍କୁ ନେଇ ୮ଜଣିଆ ଟିମ୍ ସନ୍ଧ୍ୟା ସମୟରେ ହୋଇଥିବା ଚଢ଼ଉ ସମୟରେ ୧୭ହଜାର ଟଙ୍କା ଜବତ କରିଥିଲେ। ସେମାନେ ଅଭିଯୁକ୍ତ ଅମିନଙ୍କୁ ଏନ୍ଏସି କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲେ। ତାଙ୍କ ଗାଡ଼ିଗୁଡ଼ିକ ଓ ଅନ୍ୟାନ୍ୟ କାଗଜ ପତ୍ର ତନଖି କରି ଗ୍ରହାଚାର୍ଯ୍ୟଙ୍କ ବାସଗୃହ ତଲାସ ଜାରି ରଖିଛନ୍ତି। ଏହି ସମ୍ପର୍କରେ, ଭୁବନେଶ୍ୱର ଭିଜିଲାନ୍ସ ପି.ଏସ୍. ମାମଲା ରୁଜୁ କରିଛି। ତଦନ୍ତ ଜାରି ରହିଛି। ଡିଏ ଦୃଷ୍ଟିକୋଣରୁ ଶ୍ରୀ ଗ୍ରହାଚାର୍ଯ୍ୟଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ କରାଯାଉଛି। ଗଡ଼ଟୋରିହେଁ ଗ୍ରାମର ରଘୁନାଥ ଦାଶ ନିମାପଡ଼ା କଲେଜ ପାଖର ଏକ ପୌରାଞ୍ଚଳ ଜାଗାରେ ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ଓ ଅନୁମତି ପାଇଁ ଅମିନ ତଥା ପରିମଳ ଅଧିକାରୀ ୩୪ହଜାର ଟଙ୍କା ଦେଲେ ଘର ନିର୍ମାଣ ପାଇଁ ସମସ୍ତ ଅଫିସ କାର୍ଯ୍ୟ କରିଦେବେ ବୋଲି କଥାଦେଇଥିଲେ। ଏଥି ପାଇଁ ସେ ପର୍ଯ୍ୟାୟ କ୍ରମେ ୩ ହଜାର, ୧୦ହଜାର ଓ ଆଜି ୧୭ ହଜାର ଟଙ୍କା ନେଇଥିଲେ।
