Winter Session of Parliament
ସୋମବାର ଠାରୁ ସଂସଦର ଶୀତ ଅଧିବେଶନ: ରବିବାର ବସିବ ସର୍ବଦଳୀୟ ବୈଠକ
- ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି ।
- ଏଥିପାଇଁ ଆସନ୍ତାକାଲି ରବିବାର ସର୍ବଦଳୀୟ ବୈଠକ ବସିବ ।
- ବୈଠକରେ ଉଭୟ ଗୃହର ନେତାମାନଙ୍କ ସହିତ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିବେ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୯-୧୧-୨୦୨୫(ଏସ.ଏମ.) : ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ଆସନ୍ତାକାଲି ରବିବାର ସର୍ବଦଳୀୟ ବୈଠକ ବସିବ । ବୈଠକରେ ଉଭୟ ଗୃହର ନେତାମାନଙ୍କ ସହିତ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିବେ । ଲୋକସଭା ଓ ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ କମନା କରିବେ । ଡିସେମ୍ବର ୧ ତାରିଖ ସୋମବାର ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ । ସଂସଦରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଥିବା ବେଳେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ସଂସଦର ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।
