ଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ଅପରାଧୀଙ୍କୁ ସୁରକ୍ଷା ଦେଉଛି ଟିଏମ୍‌ସି: ମୋଦୀ

ଅପରାଧୀଙ୍କୁ ସୁରକ୍ଷା ଦେଉଛି ଟିଏମ୍‌ସି: ମୋଦୀ

କୋଲକାତାରେ ନିକଟରେ ହୋଇଥିବା ଗଣଦୁଷ୍କର୍ମ ମାମଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃଣମୂଳ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଟିଏମ୍‌ସି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ଏବଂ ପଶ୍ଚିମବଙ୍ଗର ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ମୋଦୀ ଅଭିଯୋଗ କରିଛନ୍ତି

ନୂଆଦିଲ୍ଲୀ/କୋଲକାତା୧୯-୦୭-୨୦୨୫(ଏସ .ଏମ ) : କୋଲକାତାରେ ନିକଟରେ ହୋଇଥିବା ଗଣଦୁଷ୍କର୍ମ ମାମଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃଣମୂଳ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଟିଏମ୍‌ସି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ଏବଂ ପଶ୍ଚିମବଙ୍ଗର ବିକାଶରେ ବାଧା ସୃଷ୍ଟି କରୁଛି ବୋଲି ମୋଦୀ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗରେ ୫,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଦୁର୍ଗାପୁରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ‘ ଆପଣମାନେ ସମସ୍ତେ ଦେଖିଛନ୍ତି ଜଣେ ଯୁବ ଡାକ୍ତର କିଭଳି ଏଠା‌ରେ ନିର୍ମମ ଅତ୍ୟାଚାରର ଶିକାର ହୋଇଛନ୍ତି। ଏଠି ଟିଏମ୍‌ସି ସରକାର ଦୋଷୀଙ୍କୁ ସୁରକ୍ଷା ଦେଉଛି।

କୋଲକାତା ଗଣଦୁଷ୍କର୍ମ ମାମଲା

ବେଆଇନ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଗୋଟିଏ ଘଟଣାକୁ ଦେଶ ଭୁଲିନଥିବା ବେଳେ ଅନ୍ୟ ଏକ କଲେଜ୍‌ରୁ ଅନ୍ୟ ଜଣେ ଯୁବତୀଙ୍କ ସହ ଅତି ଭୟଙ୍କର ଅପରାଧ ଘଟିଛି। ଏହି ମାମଲାରେ ଅଭିଯୁକ୍ତ ମଧ୍ୟ ଟିଏମ୍‌ସି ସହ ସମ୍ପୃକ୍ତ। ଶାସକ ଦଳର ଆଇନ ଶୃଙ୍ଖଳା ରେକର୍ଡକୁ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଟିଏମ୍‌ସି ରାଜ୍ୟରେ ସୁରକ୍ଷା ଏବଂ ନ୍ୟାୟ ସୁନିଶ୍ଚିତ କରିବାରେ ବିଫଳ ହୋଇଛି। ପଶ୍ଚିମବଙ୍ଗରେ ମୁର୍ଶିଦାବାଦ ଭଳି ଦଙ୍ଗା ହେଉଛି ଏବଂ ପୁଲିସ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ପଶ୍ଚିମବଙ୍ଗରେ ନ୍ୟାୟର ଆଶା ନାହିଁ। ରାଜ୍ୟ ସରକାର ଲୋକଙ୍କ ଜୀବନକୁ ସୁରକ୍ଷା ଦେଇପାରିବେନି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଟିଏମ୍‌ସି ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାଜ୍ୟର ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟି କରୁଛି। ପଶ୍ଚିମବଙ୍ଗରେ ବ୍ୟବସାୟୀଙ୍କଠାରୁ ଟଙ୍କା ଦାବି କରାଯାଉଛି। ଟିଏମ୍‌ସିର ଲୋକମାନେ ସେମାନଙ୍କୁ ଧମକାଉଛନ୍ତି। ଟିଏମ୍‌ସିର ‘ଗୁଣ୍ଡା ଟାକ୍ସ’ ରାଜ୍ୟରେ ନିବେଶରେ ବାଧା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଶାସକ ଦଳ ପଶ୍ଚିମବଙ୍ଗରେ ନିବେଶ ଏବଂ ନିଯୁକ୍ତି ସୃଷ୍ଟିକୁ ବିରୋଧ କରୁଛି ବୋଲି ମୋଦୀ କହିଛନ୍ତି। ରାଜ୍ୟରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆଜି ଚେତାବନୀ ଦେଇଛନ୍ତି। ଏଭଳି ବ୍ୟକ୍ତିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *