ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଅବତରଣ ପୂର୍ବରୁ ଧୂଳିଝଡ଼ରେ ଫସିଲା ଇଣ୍ଡିଗୋ ବିମାନ

ଅବତରଣ ପୂର୍ବରୁ ଧୂଳିଝଡ଼ରେ ଫସିଲା ଇଣ୍ଡିଗୋ ବିମାନ

ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ ୬୩୧୩) ଆଜି ଦିଲ୍ଲୀରେ ଅବତରଣ ପୂର୍ବରୁ ଭୀଷଣ ଧୂଳିଝଡ଼ର ସମ୍ମୁଖୀନ ହେବାରୁ ବିମାନରେ ଅସ୍ଥିରତା ସୃଷ୍ଟି ହୋଇଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୦୬-୨୦୨୫(ଏସ .ଏମ ) : ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (୬ଇ ୬୩୧୩) ଆଜି ଦିଲ୍ଲୀରେ ଅବତରଣ ପୂର୍ବରୁ ଭୀଷଣ ଧୂଳିଝଡ଼ର ସମ୍ମୁଖୀନ ହେବାରୁ ବିମାନରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ଖରାପ ପାଗ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା କାରଣରୁ ବିମାନକୁ ଅବତରଣ ପୂର୍ବରୁ ପୁଣି ଚକ୍କର କାଟିବାକୁ ପଡ଼ିଥିଲା। ନିର୍ଦ୍ଧାରିତ ସମୟରେ ରାୟପୁରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋର ଏହି ବିମାନ ଉଡ଼ାଣ ଭରିଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ସମୟରେ ହିଁ ପାଗ ହଠାତ୍ ବଦଳି ଯାଇଥିଲା। ଦିଲ୍ଲୀରେ ଧୂଳିଝଡ଼ ଆରମ୍ଭ ହୋଇଥିବାରୁ ରନ୍‌ୱେରେ ଦୃଶ୍ୟମାନତା ବହୁ ମାତ୍ରାରେ ହ୍ରାସ ପାଇଥିଲା। ବିମାନଟି ରନ୍‌ୱେରୁ ମାତ୍ର କିଛି ମିଟର ଉଚ୍ଚରେ ରହି ଅବତରଣ କରିବାକୁ ଯାଉଥିବା ବେଳେ ପାଇଲଟ୍ ଯାତ୍ରୀମାନଙ୍କୁ ଜଣାଇଥିଲେ ଯେ ପାଗ ଅନୁକୂଳ ନାହିଁ ଏବଂ ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ଛୁଇଁଛି। ତେଣୁ ଅବତରଣ ବାତିଲ କରି ପୁଣି ଉଡ଼ାଣ ଆରମ୍ଭ ହେବ। ଏହାପରେ ପାଇଲଟ ବିମାନକୁ ସୁରକ୍ଷିତ ଉଚ୍ଚତାରେ ଉଡ଼ାଇଲେ ଏବଂ ବିମାନବନ୍ଦର ଚାରିପଟେ ଅନେକ ଥର ପରିକ୍ରମା କରିଥିଲେ।

ଏହି ସମୟରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିବାରୁ ପାଇଲଟ୍ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପାଇଲଟ ବିମାନର ସୁରକ୍ଷିତ ଅବତରଣ କରାଇଥିଲେ। ବିମାନ ଅବତରଣ କରିବା ପରେ ଯାତ୍ରୀମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ ଏବଂ ଅନେକ ଯାତ୍ରୀ ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଖରାପ ପାଗ ଯୋଗୁଁ ବୁଧବାର ବଡ଼ଧରଣର ଅସ୍ଥିରତାର ସମ୍ମୁଖୀନ ହୋଇଥିଲା। ଏହି ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *