ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

ଆଇଟିଆରର ଗୁପ୍ତ ତଥ୍ୟ ଲିକ୍ ମାମଲା

ଆଇଟିଆରର ଗୁପ୍ତ ତଥ୍ୟ ଲିକ୍ ମାମଲା

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପାକିସ୍ତାନୀ ମହିଳାଙ୍କୁ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଚାନ୍ଦିପୁରର ଡିଆରଡିଓର ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ର ପୂର୍ବତନ ଚୁକ୍ତିଭିତ୍ତିକ ଏସସି ଅପରେଟରଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି

କଟକ୦୮-୦୭-୨୦୨୫( ଏସ .ଏମ ) : ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପାକିସ୍ତାନୀ ମହିଳାଙ୍କୁ ଦେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଚାନ୍ଦିପୁରର ଡିଆରଡିଓର ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ର ପୂର୍ବତନ ଚୁକ୍ତିଭିତ୍ତିକ ଏସସି ଅପରେଟର ବସନ୍ତ କୁମାର ବେହେରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

୫ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ମୁଚାଲିକାରେ ନିମ୍ନ ଅଦାଲତ ବସନ୍ତଙ୍କୁ ଜାମିନରେ ଛାଡ଼ିବେ। ଜାମିନରେ ଛାଡ଼ ପାଇବା ପରେ ସେ କୌଣସି ଅପରାଧରେ ଜଡିତ ହେବେ ନାହିଁ। ମାମଲାର ପ୍ରତି ତାରିଖରେ ‌ସେ ଅଦାଲତରେ ହାଜର ହେ‌ବେ। ଜାମିନ ପାଇବା ପରେ ସେ ରହିବା ସ୍ଥାନର ସାନି ଠିକଣା, ମୋବାଇଲ ନମ୍ବର, ଇ-ମେଲ ତଥ୍ୟ ଅଦାଲତ, ତଦନ୍ତକାରୀ ଏଜେନ୍ସିକୁ ପ୍ରଦାନ କରିବେ। ବିନା ଅନୁମତିରେ ଅଦାଲତଙ୍କ କାର୍ଯ୍ୟକ୍ଷେତ୍ର ଅଞ୍ଚଳରୁ ବାହାରକୁ ଯିବେ ନାହିଁ। ପ୍ରତି ୧୫ ଦିନରେ ଥରେ ସ୍ଥାନୀୟ ଥାନାରେ ହାଜର ହେବେ।

ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଜାମିନ ଖାରଜ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବସନ୍ତ କୁମାର ବେହେରାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ୨୦୨୧, ସେପ୍ଟେମ୍ବର ୧୫ରୁ ସେ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଏ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ସରି ନାହିଁ। ଚାର୍ଜସିଟରେ ୨୮ଜଣଙ୍କ ନାମ ଉଲ୍ଲେଖ କରାଯାଇଥିଲା।

ଅନ୍ୟପକ୍ଷରେ ବାଲେଶ୍ବର ତୃତୀୟ ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ବିଚାରାଧୀନ ଏ ସମ୍ପର୍କିତ ମାମଲା‌ରେ ଚାରି ବର୍ଷରେ ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଏହା ଦ୍ବାରା ସମ୍ବିଧାନ ପ୍ରଦତ୍ତ ତ୍ବରିତ ଶୁଣାଣି ଅଧିକାରର ଉଲ୍ଲଂଘନ ହୋଇଛି। ହାଇକୋର୍ଟ ଏପରି ଯୁକ୍ତିକୁ ଗ୍ରହଣ କରି ବସନ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପାକିସ୍ତାନୀ ମହିଳାଙ୍କୁ ଆଇଟିଆର ମିସାଇଲ ପରୀକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଆବେଦନକାରୀ ଓ ଅନ୍ୟ କେତେକ ବ୍ୟକ୍ତି ପ୍ରଦାନ କରିଥିବା ଅଭିଯୋଗ‌ ହୋଇଥିଲା। ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୨୦୨୧ରେ ଗିରଫ କରିଥିଲା।

ତଥ୍ୟ ଦେଇ ଅଭିଯୁକ୍ତମାନେ ଟଙ୍କା ପାଇଥିଲେ ବୋଲି ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତତନ୍ତ କରି ଚାର୍ଜସିଟ କରିବା ପରେ ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *