ଦେଶ- ବିଦେଶ

ଆଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ

ଆଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ

ଜୀବନ ବ୍ୟାପୀ ଛୁଆ ହାତୀଙ୍କ ଲାଳନ ପାଳନ କରୁଥିଲା ବତ୍ସଳା । ବତ୍ସଳା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିଥିଲା । ସେ ଥିଲା ପାନ୍ନାର ଗର୍ବ ଓ ଗୌରବ । ବତ୍ସଳା ସହ ପାନ୍ନାର କର୍ମଚାରୀଙ୍କର ସ୍ନେହର ସଂପର୍କ ଯୋଡିହୋଇଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ଖିବୁଜିଲା ଏସିଆର ସବୁଠାରୁ ଶତାୟୁ ହାତୀ । ଅଙ୍ଗ ରୋଗରେ ପଡ଼ି ପ୍ରାଣ ହରାଇଲା ଏସିଆର ସବୁଠାରୁ ବୟସ୍କା ହାତୀ । ୧୦୦ ବର୍ଷୀୟା ବତ୍ସଳାର ମୃତ୍ୟୁ ହୋଇଛି । ଦାଦି ମାଆ ନାମରେ ବେଶ ପରିଚିତ ଥିଲା ବତ୍ସଳା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା ।

ତେବେ ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା ବତ୍ସଳା । କେରଳର ନିଲାମ୍ବୁର ଜଙ୍ଗଲରେ ଜନ୍ମଗ୍ରହଣ କରିଥିବା ଏହି ହାତୀ କାଠ ବ୍ୟବସାୟରେ ଜଣେ କାର୍ଯ୍ୟରତ ହାତୀ ଭାବରେ ଯାତ୍ରା ଆରମ୍ଭ କରିଥିଲ। । ୧୯୭୧ ମସିହାରେ, ମଧ୍ୟପ୍ରଦେଶର ହୋଶଙ୍ଗା ବାଦ, ପରେ ୧୯୯୩ରୁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ସେ ରହିଆସୁଥିଲା । ସେଠାରେ ବାଘମାନଙ୍କୁ ଟ୍ରାକିଂ କରିବାରେ, ବନ୍ୟପ୍ରାଣୀ ସଂରକ୍ଷଣରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ।

ଜୀବନ ବ୍ୟାପୀ ଛୁଆ ହାତୀଙ୍କ ଲାଳନ ପାଳନ କରୁଥିଲା ବତ୍ସଳା । ବତ୍ସଳା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସାଜିଥିଲା । ସେ ଥିଲା ପାନ୍ନାର ଗର୍ବ ଓ ଗୌରବ । ବତ୍ସଳା ସହ ପାନ୍ନାର କର୍ମଚାରୀଙ୍କର ସ୍ନେହର ସଂପର୍କ ଯୋଡିହୋଇଥିଲା । ତାର ମୃତ୍ୟୁ ବନ୍ୟପ୍ରାଣୀ ଜଗତ ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଥିବା ବେଳେ ବତ୍ସଳାର ମୃତ୍ୟୁ ସହ ବାତ୍ସଲ୍ୟର ମୃତ୍ୟୁ ହୋଇଛି..

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *