LatestNewsPoliticsTechnologyTOP STORIESଦୁର୍ନୀତିବିଶେଷ ସ୍ତମ୍ବରାଜନୀତିରାଜ୍ୟଶିକ୍ଷା

ଉତ୍କଳ ଓ ରମାଦେବୀରେ ଆଇସିସି ଗଠିତ

ଉତ୍କଳ ଓ ରମାଦେବୀରେ ଆଇସିସି ଗଠିତ

ୱେବ୍‌ସାଇଟ୍‌ରେ ନାଁ ନାହିଁ, ରମାଦେବୀରେ ଗଡ଼ୁଛି ପୂର୍ବ କମିଟି ସଦସ୍ୟଙ୍କ ନାଁ

ଭୁବନେଶ୍ୱର ୨୧-୦୭-୨୦୨୫(ଏସ.ଏମ. ) :  କୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମଦାହ ଘଟଣା ପରେ କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି। ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ମାଧ୍ୟମରେ ରାଜ୍ୟର ୧୬ଟି ବିଶ୍ବବିଦ୍ୟାଳୟ ଓ ୭୩୦ ମହାବିଦ୍ୟାଳୟ‌ରେ ଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ ତାଗିଦ୍‌ ପରେ ଭୁବନେଶ୍ବରରେ ଥିବା ରାଜ୍ୟର ଦୁଇ ପ୍ରମୁଖ ବିଶ୍ବବିଦ୍ୟାଳୟ ଯଥା ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଇସିସି ଗଠନ କରିଛନ୍ତି। କିନ୍ତୁ ୱେବ୍‌ସାଇଟ୍‌ରେ ଆଇସିସି ସଦସ୍ୟଙ୍କ ନାମ ଦେବାକୁ ଉଚିତ ମଣିନାହାନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଡିଜିଟାଲମୁହାଁ ହେଉଥିବା ବେଳେ ଅନ୍ୟପଟେ ବିଶ୍ବବିଦ୍ୟାଳୟରେ ତାହାକୁ ହେୟଜ୍ଞାନ କରାଯାଉଥିବା ଦେଖିବାକୁ ମିଳିଛି। ରମାଦେବୀ ୱେବସାଇଟ୍‌ରେ ଅବସର ଗ୍ରହଣ କରିଥିବା ପ୍ରଫେସରଙ୍କ ନାମ ଆଇଆଇସିରେ ରହିଥିବା ବେଳେ ଉତ୍କଳ ୱେବସାଇଟ୍‌ରେ ଆଇସିସି ବୋଲି କିଛି ନ ଥିବା ଦେଖିବାକୁ ମିଳିଛି। ଛାତ୍ରୀ ନିର୍ଯାତନାରେ ଉତ୍କଳ ବିଶ୍ବବିଦ୍ୟାଳୟ ଅନେକ ସମୟରେ ଆଗରେ ରହିଥାଏ। ଦେଢ଼ବର୍ଷ ତଳେ ଜଣେ ଛାତ୍ରୀ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ମଧ୍ୟ ନ୍ୟାୟ ପାଇ ନଥିଲେ। ପ୍ରଫେସର୍‌ଙ୍କୁ ନିଳମ୍ବନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚାପିବା‌ରେ ସକ୍ଷମ ହୋଇଥିଲେ। ଲୋକଲଜ୍ୟା ଭୟରେ ଛାତ୍ରୀଜଣକ କଥା ଆଗକୁ ବଢ଼ାଇ ନଥିଲେ। ତା’ପରେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ମହିଳା ସେଲ୍‌ ରହିଥିଲେ ମଧ୍ୟ ୨୦୨୩ ପରେ ସେଥିରେ କୌଣସି ପ୍ରକାର ବିଜ୍ଞପ୍ତି ଅପ୍‌ଲୋଡ୍‌ ହୋଇନାହିଁ। ଆଣ୍ଟି-ରାଙ୍ଗିଙ୍ଗ୍‌ ସେଲ୍‌ରେ ୬ଜଣ ସଦସ୍ୟ ରହିଥିବା ବେଳେ ୪ଜଣ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଏବେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆଇସିସିକୁ ପୁନଃଗଠିତ କରାଯାଇଛି। ମନୋବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଭାସ୍ବତୀ ପଟ୍ଟନାୟକ କମିଟିର ଆବାହକ ରହିଛନ୍ତି। କମିଟିରେ ରସାୟନ ବିଜ୍ଞାନ ପ୍ରଫେସର ବି ଏନ୍‌ ପାତ୍ର, ଆନାଲେଟିକାଲ ଆଣ୍ଡ୍‌ ଆପ୍ଲାଏଡ୍‌ ଅର୍ଥନୀତି ବିଭାଗର ଆସୋସିଏଟ୍‌ ପ୍ରଫେସର ଏଚ୍‌ ଏସ୍‌ ରାଉତ, ଦର୍ଶନଶାସ୍ତ୍ର ବିଭାଗର ଆସୋସିଏଟ୍‌ ପ୍ରଫେସର ନନ୍ଦିନୀ ମିଶ୍ର, ପିଏମ୍‌ ଆଣ୍ଡ ଆଇଆର୍‌ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସୁମିତ୍ରା ମୁର୍ମୁ ଓ ପିଜି ସେଣ୍ଟ୍ରାଲ ଅଫିସ୍‌ର ଏସ୍‌ଓ ଲୋପାମୁଦ୍ରା ମିଶ୍ର ସଦସ୍ୟ ରହିଛନ୍ତି। ବାହ୍ୟସଦସ୍ୟ ଭାବେ ଚନ୍ଦନା ଦାସ କମିଟିରେ ସ୍ଥାନ ପାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ଦେବାକୁ ଉଲ୍ଲେଖ ହୋଇଛି। ନୂଆ ଆଇସିସି କମିଟି ଗଠନକୁ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇ ନାହିଁ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଜୁଲାଇ ୧୫ରେ ଗଠନ ହୋଇଥିବା ନୂତନ କମିଟିରେ ଜେଣ୍ଡର୍‌ ଷ୍ଟଡିସ୍‌ ବିଭାଗର ପ୍ରଫେସର ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଅଧ୍ୟକ୍ଷ ରହିଥିବା ବେଳେ ପ୍ରଫେସର ସୁଚେତା ପ୍ରିୟଦର୍ଶିନୀ, କଲ୍ୟାଣୀ ଷଡ଼ଙ୍ଗୀ, ନରସିଂହ ମାଝୀ, ଅଣଶିକ୍ଷକ ରିଚୁକେଶ ସବର,ସୌମ୍ୟା ମିଶ୍ର, ସିୱାଇଏସ୍‌ଡିର ଉପାଲ୍ଲି ମହାନ୍ତି, ଆଇନଜୀବୀ ଦୀପାଲି ମହାପାତ୍ର, ପିଏଚ୍‌ଡି ଛାତ୍ରୀ ମିତାରାଣୀ ସୁବୁଦ୍ଧି, ପିଜି ଛାତ୍ରୀ ବନିତା ରଣା, ପିଜି ଛାତ୍ରୀ ସ୍ବୀକୃତି ପଣ୍ଡା ସଦସ୍ୟ ରହିଛନ୍ତି। ସାମାଜିକ ବିଜ୍ଞାନ ଅଧ୍ୟାପକ ଅତିଶ ରଥ ସଂଯୋଜକ ଭାବେ କମିଟିରେ ସ୍ଥାନ ପାଇଛନ୍ତି। କ୍ୟାମ୍ପସ୍‌ର ସମସ୍ତ ବିଲଡିଂ, ଛାତ୍ରୀନିବାସରେ ଆଣ୍ଟି-ରୢାଙ୍ଗିଙ୍ଗ୍‌ ସମ୍ପର୍କରେ ଉଲ୍ଲେଖ ହୋଇଛି। ପିଲାଙ୍କ ସମସ୍ୟା ସମ୍ପର୍କରେ ବୁଝିବାକୁ ଜଣେ ଲେଖାଏ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ବିଲଡିଂ, ଛାତ୍ରୀନିବସରେ ସଚେତନତା ବାର୍ତ୍ତା ମରାଯାଉଥିବା ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କିନ୍ତୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଆଇସିସିରେ ଅବସର ଗ୍ରହଣ କରିସାରିଥିବା ପ୍ରଫେସରଙ୍କ ନାମ ଓ କମିଟି ସମ୍ପର୍କରେ ଉଲ୍ଲେଖ ରହିଛି। ତାହାକୁ ପରିବର୍ତ୍ତନ କରାଯାଇ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *