ଅପରାଧରାଜ୍ୟ

ଏଇଠୁ ଆଙ୍କୁଛନ୍ତି ଅପରାଧର ନକ୍ସା

ଏଇଠୁ ଆଙ୍କୁଛନ୍ତି ଅପରାଧର ନକ୍ସା…

ନିଶାଡ଼ି ତଥା ଅସାମାଜିକଙ୍କ କବ୍‌ଜାରେ ସହିଦ୍‌ନଗର ଅର୍ଦ୍ଧନିର୍ମିତ ପାର୍କିଂ। ଏଇଠି ଅପରାଧୀ ବସି ଅପରାଧର ନୀଳନକ୍ସା ଆଙ୍କୁଛନ୍ତି। ଦିନଦିପହରେ ବି ଏଠାରେ ଖୋଲାଖୋଲି….

ଭୁବନେଶ୍ବର ୨୧-୦୨-୨୦୨୬ (ଏସ .ଏମ ) : ନିଶାଡ଼ି ତଥା ଅସାମାଜିକଙ୍କ କବ୍‌ଜାରେ ସହିଦ୍‌ନଗର ଅର୍ଦ୍ଧନିର୍ମିତ ପାର୍କିଂ। ଏଇଠି ଅପରାଧୀ ବସି ଅପରାଧର ନୀଳନକ୍ସା ଆଙ୍କୁଛନ୍ତି। ଦିନଦିପହରେ ବି ଏଠାରେ ଖୋଲାଖୋଲି ନିଶାସେବନ, ମଦ୍ୟପାନ ଚାଲୁଛି। ବ୍ରାଉନ୍‌ସୁଗରଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନର ଏହା ପେଣ୍ଠସ୍ଥଳ ପାଲଟିଛି। ତଥାପି ଏଠାରେ କମିସନରେଟ୍‌ ପୁଲିସର ନଜର ନ ପଡ଼ିବା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି।ବିଜେଡି ସରକାର ଅମଳରେ ୧୦ ନମ୍ବର ନାଳର ଉନ୍ନତୀକରଣ ଯୋଜନା ସହ ଲେକ୍‌ ଜୋନ୍‌ ପ୍ରକଳ୍ପରେ ସତ୍ୟନଗର ଶ୍ମଶାନକୁ ଲାଗି ଏହି ପାର୍କିଂସ୍ଥଳର ବିକାଶ ହୋଇଥିଲା। କିନ୍ତୁ ସରକାର ବଦଳିବା ପରେ ପାର୍କିଂସ୍ଥଳର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଧପନ୍ତରିଆ ଭାବେ ଏହାକୁ ଛାଡ଼ିଦିଆଯାଇଛି। ଏହି ଜାଗା ନିଛାଟିଆ, ଅନ୍ଧାରୁଆ ଓ ସର୍ବସାଧାରଣ ନଜର ଅଢ଼ୁଆଳରେ ଥିବାରୁ ଦିନରାତି ଅସାମାଜିକ ଆଡ଼ା ଜମାଉଛନ୍ତି।ଯୁବଗୋଷ୍ଠୀ ଖୁଲମ୍‌ଖୁଲା ଏଠାରେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସ୍ଥିତି ଏପରି ହୋଇଛି, ଏହି ବାଟ ଦେଇ ଯିବାକୁ ଲୋକେ ଭୟ କରୁଛନ୍ତି। ଏହି ପାର୍କିଂ ଭୁବନେଶ୍ବର ସ୍ମାର୍ଟସିଟି କରିଥିଲା। ଏହି ଅର୍ଦ୍ଧନିର୍ମିତ ପାର୍କିଂ ସମ୍ମୁଖରେ ରହିଛି ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟାଳୟ। ତଥାପି ଏହାକୁ ସମ୍ପୂର୍ଣ୍ଣ କରି ଲୋକଙ୍କ ସେବାରେ ବ୍ୟବହାର ପାଇଁ ଉପଯୋଗୀ କରାଇବା କାହାର ନଜର ନ ପଡ଼ିବା ଜନଅସନ୍ତୋଷର କାରଣ ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70