LatestNewsTOP STORIESରାଜନୀତିରାଜ୍ୟ

ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଂଜୀକରଣ; ଏମିତି କରିବେ ଆବେଦନ

 ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଂଜୀକରଣ; ଏମିତି କରିବେ ଆବେଦନ

ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାକୁ ସୁଯୋଗ ଆସିଛି। ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ।

ଭୁବନେଶ୍ବର ୨୮-୦୩-୨୦୨୬(ଏସ.ଏମ ) : ରାଜ୍ୟ ସରକାରଙ୍କ ଲୋକପ୍ରିୟ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାକୁ ସୁଯୋଗ ଆସିଛି। ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ। ମାତ୍ର ତିନି ଦିନ ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ଖୋଲିବ। ଏହା ପରେ ଆବଦନ କରିହେବ। ଅନ୍‌ଲାଇନ୍‌ ‌କେନ୍ଦ୍ର ମାଧ୍ୟମରେ ମହିଳା ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ। ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ପଂଜୀକରଣ ଆରମ୍ଭ ‌ହୋଇପାରିବ। ସୁଭଦ୍ରା ପୋର୍ଟାଲରେ ଏପ୍ରିଲ ୩୦ ପର୍ଯ୍ୟନ୍ତ କରିପାରିବେ ଆବେଦନ। ଯେଉଁମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବେ, ଏହା ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟଳୟରୁ ମାନୁଆଲ ଫର୍ମ ନେଇପାରିବେ। ଏହି ଆବେଦନ ଫର୍ମ ମାଗଣାରେ ମଳିବ। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି, ସେମାନଙ୍କୁ ସୁଯୋଗ ମିଳିବ। ଯୋଜନାରେ ସାମିଲ ହେବାକୁ ବୟସ ୨୧ରୁ ୬୦ ବର୍ଷ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟ ସରକାର ଅଧିକ ସଂଖ୍ୟାରେ ହିତାଧିକାରୀଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି।ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଚତୁର୍ଥ କିସ୍ତିରେ ୧,୧୨,୧୨,୬୬୫ ହିତାଧିକାରୀ…

ପୁରୀ ତାଳବଣିଆରେ ଅନୁଷ୍ଠିତ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଚତୁର୍ଥ କିସ୍ତିରେ ୧ କୋଟି ୧୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସମୁଦାୟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।  ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ଏବେ କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀ ସାମିଲ ହୋଇଛନ୍ତି। କିନ୍ତୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ କିସ୍ତିରେ ଟଙ୍କା ପାଇଥିବା ଲକ୍ଷାଧିକ ‌ହିତାଧିକାରୀମାନେ ମଧ୍ୟ ଚତୁର୍ଥ କିସ୍ତିରୁ ବାଦ୍‌ ପଡ଼ିଛନ୍ତି। ଅପରପକ୍ଷେ ଲକ୍ଷାଧିକ ହିତାଧିକାରୀଙ୍କ ଆବେଦନକାରୀଙ୍କୁ ବିଭିନ୍ନ କାରଣରୁ ବାଦ୍‌ ଦିଆଯାଇଛି। ଏଥିରୁ ଅନେକ ହିତାଧିକାରୀ ଅଭିଯୋଗ କରିଥିଲେ ମଧ୍ୟ, ସରକାର ତା’ର ଉତ୍ତର ରଖି ନଥିବା ଅଭିଯୋଗ ହେଉଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70