Uncategorized

କଂଗ୍ରେସ ବିକ୍ଷୋଭକାରୀଙ୍କ ଗଣ୍ଡଗୋଳ ଘଟଣା: ୫୦୦୦ରୁ ଊର୍ଦ୍ଧ୍ବ କର୍ମୀଙ୍କ ବିରୋଧରେ ମାମଲା, ନେତା ଓ ବିଧାୟକଙ୍କୁ ବିପଦ

କଂଗ୍ରେସ ବିକ୍ଷୋଭକାରୀଙ୍କ ଗଣ୍ଡଗୋଳ ଘଟଣା: ୫୦୦୦ରୁ ଊର୍ଦ୍ଧ୍ବ କର୍ମୀଙ୍କ ବିରୋଧରେ ମାମଲା, ନେତା ଓ ବିଧାୟକଙ୍କୁ ବିପଦ

ଗତ ମାସ ୨୬/୨୭ ତାରିଖରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଓଡ଼ିଶା କଂଗ୍ରେସ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏତିକିବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କର ମୁହାଁମୁହିଁ ହୋଇଥିଲା

ଭୁବନେଶ୍ୱର ୧୦-୦୪-୨୦୨୫(ଏସ .ଏମ ) :  ତ ମାସ ୨୬/୨୭ ତାରିଖରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଓଡ଼ିଶା କଂଗ୍ରେସ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏତିକିବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କର ମୁହାଁମୁହିଁ ହୋଇଥିଲା। ଫଳରେ ଲୋୟର୍‌ ପିଏମ୍‌ଜି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାକୁ ନେଇ କ୍ୟାପିଟାଲ୍‌ ଥାନା ପୁଲିସ ୩ଟି ମାମଲା ରୁଜୁ କରିଛି। କେସ୍‌ ନଂ-୧୨୮, ୧୨୯ ଓ ୧୩୦ରେ ୩ଟି ମାମଲା ରୁଜୁ ହୋଇଛି। ଉଲ୍ଲେଖନୀୟ କଥା ହେଉଛି ଏହି ଘଟଣାରେ ପୁଲିସ ୪୦ରୁ ଅଧିକ ନେତା ଓ ବିଧାୟକଙ୍କ ନାମରେ ଓ ପ୍ରାୟ ୫୦୦୦ରୁ ଅଧିକ କର୍ମୀଙ୍କ ବି‌ରୋଧରେ ମାମଲା ରୁଜୁ କରିଛି। ଦଙ୍ଗା ଭିଆଇବା, କାର୍ଯ୍ୟରତ ପୁଲିସକୁ ଆକ୍ରମଣ କରିବା ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ଭଳି ସଂଗିନ୍‌ ଦଫାରେ ମାମଲା ରୁଜୁ ହୋଇଛି। ଏକ ରାଜନୈତିକ କାର୍ଯ୍ୟକ୍ରମରେ ଏତେ ସଂଖ୍ୟାରେ ଲୋକଙ୍କ ନାମରେ ମାମଲା ହେବା ବିରଳ ଘଟଣା ବୋଲି କୁହାଯାଉଛି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ଏହା ଭିତରେ ପୁଲିସ ୪ କଂଗ୍ରେସ କର୍ମୀଙ୍କୁ ଗିରଫ କରିସାରିଛି। ମଙ୍ଗଳବାର ଦିନ ପୁଲିସ ଝାରପଡ଼ା ଅଞ୍ଚଳର ଆସିଫ୍‌ ଖାଁକୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ପ୍ରତୀକ ଦାସ, ଚନ୍ଦନ ସାହୁ ଓରଫ ବାପି ଓ ମିର୍ଜା ଇସ୍‌ଲାମ୍‌ ବେଗ୍‌କୁ ପୁଲିସ ଗିରଫ କରିଥିଲା। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ କୁହାଯାଇଛି ଯେ ସମସ୍ତଙ୍କୁ ଗିରଫ କରାଯିବ ନାହିଁ। ଘଟଣା ଦିନ ଯେଉଁମାନେ ଦଙ୍ଗା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ, ପୁଲିସ ଉପରକୁ ଆକ୍ରମଣ କରିଥିଲେ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ, କେବଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସିସିଟିଭି ଫୁଟେଜ୍‌ ଓ ଭିଡିଓ ରେକର୍ଡିଂରୁ ସେମାନଙ୍କୁ ଚିହ୍ନଟ କରାଯାଉଛି। ସୂଚନାଯୋଗ୍ୟ ଯେ ୨୬ ତାରିଖ ଦିନ ବିଧାନସଭା ଗେଟ୍‌ ନଂ-୩ରେ କଂଗ୍ରେସ ନେତା ଓ ସମର୍ଥକଙ୍କ ଧାରଣାକୁ ନେଇ କ୍ୟାପିଟାଲ୍‌ ଥାନା ପୁଲିସ କେସ୍‌ ନଂ-୧୨୮ ବିଏନ୍‌ଏସ୍‌ ଧାରା ୧୮୯(୨)/୨୨୧/୨୯୬/୧୩୨/୧୯୦/ ସହ ୯୬ ଓୟୁପି ଆକ୍ଟ ଲଗାଇଛି। ସେହିପରି ୨୭ ତାରିଖ ଦିନ କଂଗ୍ରେସ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଚାଲିଥିବା ବେଳେ ପୁଲିସ ଭ୍ୟାନ୍‌ରେ ନିଆଁ ଲଗାଇବା ଘଟଣାକୁ ନେଇ କେସ ନଂ-୧୨୯ ବିଏନ୍‌ଏସ୍‌ ଧାରା ୩୨୭ରେ ମାମଲା ରୁଜୁ କରିଛି। ସେହିଭଳି ସେଦିନ ବିକ୍ଷୋଭ ସମୟରେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଟେକା, ପଥର, ଚେୟାର ଫୋପାଡ଼ି ଗୁରୁତର ଆହତ କରିଥିଲେ। ଫଳରେ ୧୫ଜଣ ଗୁରୁତର ହୋଇଥିଲେ। ଏହି ଘଟଣାକୁ ନେଇ ପୁଲିସ କେସ୍‌ ନଂ-୧୩୦ରେ ବିଏନ୍‌ଏସ୍‌ ଧାରା ୧୮୯(୨)/୧୯୧(୨)/୧୨୬(୨)/୧୩୨/୧୨୧(୧)/୩୨୪(୪)/୨୯୬/୩୫୧(୨)/୧୯୦/ ସହ ୯୬ ଓୟୁପି ଆକ୍ଟରେ ଆଉ ଏକ ମାମଲା ରୁଜୁକରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *