LatestNewsରାଜ୍ୟ

କଟକରେ ପୂଜାମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକରେ ପୂଜାମଣ୍ଡପ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି କଟକରେ ଦଶହରା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। 

କଟକ ୦୧-୧୦-୨୦୨୫(ଏସ.ଏମ ): (ବିଜୟ କୁମାର ପଣ୍ଡା )  ଜି କଟକରେ ଦଶହରା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ଦଶହରା ଦେଖିବାକୁ ରୌପ୍ୟ ନଗରୀରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଛନ୍ତି। ବିଭିନ୍ନ ପୂଜାମଣ୍ଡପ‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ଲୋକେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି।ସୂଚନାଯୋଗ୍ୟ, ଗତକାଲି କେନ୍ଦୁଝରର ଦୁର୍ଗାପୂଜାରେ ହୋଇଥିଲେ ସାମିଲ। ଦୁର୍ଗା ପୂଜା ଅବସରରେ ଦିନିକିଆ କେନ୍ଦୁଝର ଗସ୍ତର ଶେଷରେ ଗୁଜୁରାଟୀ ସମାଜର ଦାଣ୍ଡିଆ ଓ ଗରୱା ନାଚର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗୁଜୁରାଟୀ ସମାଜର ନବରାତ୍ର ପୂଜା ଅବସରରେ ଅନୁଷ୍ଠିତ ଦାଣ୍ଡିଆ ନାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ତାଙ୍କ ପ୍ରତି ଗୁଜୁରାଟୀ ସମାଜ ଲୋକଙ୍କର ଥିବା ସମର୍ଥନକୁ ମନେପକାଇଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *