ଅପରାଧରାଜ୍ୟ

କାର୍ଯ୍ୟରତ ଥିବା ଜଣେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ

କାର୍ଯ୍ୟରତ ଥିବା ଜଣେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ

ରାସ୍ତାରେ ଗୋଡ଼େଇ ପିଟିଲେ ପୁଲିସ ପୋଷାକ ଚିରିଦେଲେ

ବ୍ୟାସନଗର/ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : ବ୍ୟାସନଗର ଚୋରଦା ବାଇପାସ୍‌ ଛକ ନିକଟରେ କାର୍ଯ୍ୟରତ ଥିବା ଜଣେ ପୁଲିସ କନେଷ୍ଟବଳଙ୍କୁ ଆଜି ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ତାଙ୍କ ପୁଲିସ ପୋଷାକ ଚିରିଦେବା ସହ ରାସ୍ତାରେ ଗଡ଼ାଇ ମାଡ଼ ମାରିଛନ୍ତି। ଆକ୍ରମଣରେ ଯାଜପୁରରୋଡ୍‌ ଆଦର୍ଶ ଥାନାର କନେଷ୍ଟବଳ ସୁବାସ ଚନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି। ତାଙ୍କ ଛାତି ଓ ବାମହାତରେ ଶକ୍ତ ଆଘାତ ଲାଗିଛି। ଯାଜପୁରରୋଡ୍‌ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି। ଆକ୍ରମଣକାରୀ ୨ ଯୁବକଙ୍କୁ ପୁଲିସ କାବୁ କରିଥିବାବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଯୁବକଦ୍ବୟ ହେଲେ ପାଣିକୋଇଲି ଥାନା ଜହ୍ନା ଗ୍ରାମର ବିକ୍ରମଣ ବିଶ୍ବାଳ (୨୮) ଓ ଯାଜପୁରରୋଡ୍‌ ଥାନା ଲକ୍ଷ୍ମୀନଗର ଗ୍ରାମର ପ୍ରଦୀପ୍ତ ବିଶ୍ବାଳ (୨୮)। ଆଜି ଅପରାହ୍‌ଣରେ ଚୋରଦା ବାଇପାସ୍‌ ଛକଠାରେ କନେଷ୍ଟବଳ ସୁବାସ ଚନ୍ଦ୍ର ବେହେରା ଡ୍ୟୁଟିରେ ଥିଲେ। ଛକରେ ବ୍ୟାଗ୍‌ ଦୋକାନ କରିଥିବା ବିକ୍ରମଣ ଓ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ କୌଣସି କାରଣରୁ ସୁବାସଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ୫ ଜଣ ଯୁବକ ଉତ୍‌କ୍ଷିପ୍ତ ହୋଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ସୁବାସଙ୍କୁ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଗଣ୍ଡଗୋଳ ଓ ପୁଲିସ କର୍ମଚାରୀଙ୍କୁ ମାଡ଼ ହେବାରୁ ବହୁ ସମୟ ଧରି ଟ୍ରାଫିକ୍‌ ଜାମ୍ ହୋଇଯାଇଥିଲା। ଖବର ପାଇ ଯାଜପୁରରୋଡ୍‌ ଥାନା ଅଧିକାରୀ ଆଶିଷ ସାହୁ ଓ ଉପେନ୍ଦ୍ର କୁମାର ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଯୁବକଙ୍କୁ ଧରିଥିବାବେଳେ ଅନ୍ୟ ୩ଜଣ ସେଠାରୁ ଚମ୍ପଟ ମାରିଥିଲେ। ଆହତ ସୁବାସଙ୍କ ଏତଲାକ୍ରମେ ଯାଜପୁରରୋଡ୍‌ ଥାନାରେ କେସ୍‌ ନମ୍ବର ୮୭/୨୫ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରୁଛି। ଅଭିଯୁକ୍ତର ବ୍ୟାଗ୍‌ ଦୋକାନରେ ପୁଲିସ ତାଲା ପକାଇଥିବାବେଳେ ସେଠାରୁ ଗୋଟିଏ ପଲ୍‌ସର ବାଇକ୍‌ ଜବତ କରିଛି। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ପରେ ଯାଜପୁର ସହରରେ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *