ଦେଶ- ବିଦେଶରାଜ୍ୟ

କେବେ ପ୍ରଶ୍ନ ଆସିଛି କି ଅପରେସନ ସିନ୍ଦୂରର ଲୋଗୋ କିଏ ସୃଷ୍ଟି କରିଥିଲେ?

କେବେ ପ୍ରଶ୍ନ ଆସିଛି କି ଅପରେସନ ସିନ୍ଦୂରର ଲୋଗୋ କିଏ ସୃଷ୍ଟି କରିଥିଲେ ?

ଭାରତୀୟ ସଶସ୍ତ୍ର ବାହିନୀର ‘ଅପରେସନ୍ ସିନ୍ଦୂର’ର ସରଳ ଏବଂ ପ୍ରତୀକାତ୍ମକ ଲୋଗୋ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ କରିଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : ଅପରେସନ ସିନ୍ଦୂର ବାବଦରେ ତ ଆପଣ ଅଳ୍ପବହୁତେ ଜାଣିଥିବେ | ଅପରେସନ ସିନ୍ଦୂର ଅଧୀନରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଥିଲା । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ ୬ ରାତିରେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ, ସେନା ଅପରେସନ ସିନ୍ଦୂରର ଏକ ଲୋଗୋ ଜାରି କରିଥିଲା । ସେବେଠାରୁ, ଅପରେସନ ସିନ୍ଦୁରର ଏହି ଲୋଗୋ ବହୁତ ଲୋକପ୍ରିୟ ହୋଇଛି। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଅପରେସନ ସିନ୍ଦୂରର ଏହି ଲୋଗୋ କିଏ ସୃଷ୍ଟି କରିଥିଲା? ଏବେ ଏହି ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଭାରତୀୟ ସଶସ୍ତ୍ର ବାହିନୀର ‘ଅପରେସନ୍ ସିନ୍ଦୂର’ର ସରଳ ଏବଂ ପ୍ରତୀକାତ୍ମକ ଲୋଗୋ ଦୁଇଜଣ ଯବାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା। ଏହି ଲୋଗୋ ଦେଶର କୋଟି କୋଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନର ଲୋଗୋ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ଡିଜାଇନ୍ କରିଥିଲେ। ବାସ୍ତବରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ନେଇ ଉତ୍ସର୍ଗୀକୃତ ପତ୍ରିକା ‘ବାତଚିତ୍’ର ସଦ୍ୟତମ ସଂସ୍କରଣରେ ଉଭୟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି | ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାରତୀୟ ସଶସ୍ତ୍ର ବାହିନୀ ଏପ୍ରିଲ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୬ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *