ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

ଗାଁକୁ ଫେରିଲେ ପ୍ରେମୀଯୁଗଳ

ଗାଁକୁ ଫେରିଲେ ପ୍ରେମୀଯୁଗଳ

ପ୍ରେମ ପାଇଁ ପ୍ରେମୀଯୁଗଳଙ୍କୁ ଅକଥନୀୟ ନିର୍ଯାତନା ମାମଲାରେ ସକ୍ରିୟ ହୋଇଛି ଜିଲ୍ଲା ପୁଲିସ ଓ ପ୍ରଶାସନ। ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା ପରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି

ରାୟଗଡ଼ା/ଭୁବନେଶ୍ୱର୧୩-୦୭-୨୦୨୫(ଏସ .ଏମ ) : ପ୍ରେମ ପାଇଁ ପ୍ରେମୀଯୁଗଳଙ୍କୁ ଅକଥନୀୟ ନିର୍ଯାତନା ମାମଲାରେ ସକ୍ରିୟ ହୋଇଛି ଜିଲ୍ଲା ପୁଲିସ ଓ ପ୍ରଶାସନ। ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା ପରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ପାରୁଲ୍‌ ପଟାୱରୀ। ଉପଜିଲ୍ଲାପାଳ ରମେଶ କୁମାର ଜେନାଙ୍କ ନେତୃତ୍ବରେ କଲ୍ୟାଣସିଂହପୁର ବିଡିଓ, ତହସିଲଦାର, ସିଡିପିଓ ଏବଂ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ରବିବାର କଞ୍ଜାମଯୋଡ଼ି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିବେ। ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଜେନା ସୂଚନା ଦେଇଛନ୍ତି।

ତଦନ୍ତ କରିବେ ୪ ଜଣିଆ ଟିମ୍‌
ଏନ୍‌ଏଚ୍‌ଆର୍‌ସିରେ ମାମଲା
୬ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ମାମଲା, ସମସ୍ତେ ଫେରାର୍‌

ଶନିବାର ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ କରିବା ସହ ଲଙ୍ଗଳ ଓ ଜୁଆଳିକୁ ଜବତ କରିଛି। ଗିରଫଦାରୀ ଭୟରେ ଘଟଣାରେ ସମ୍ପୃକ୍ତ ଗ୍ରାମବାସୀ ଫେରାର ହୋଇ ଯାଇଛନ୍ତି। ପୁଲିସ ହସ୍ତକ୍ଷେପ ପରେ ପ୍ରେମୀଯୁଗଳ ଲାକ ସାରକା ଓ କଡ଼ିଆ ସାରକା ଗାଁକୁ ଫେରିଛନ୍ତି। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ମଧ୍ୟ ରୁଜୁ‌ ହୋଇଛି। କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ ପ୍ରେମୀଯୁଗଳଙ୍କୁ ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା ଦିଆଯାଇ ଗାଁରୁ ତଡ଼ି ଦିଆଯାଇଥିଲା। ପ୍ରେମ ସମ୍ପର୍କରେ ଥିବା ଯୁବକ-ଯୁବତୀ ପିଉସୀ ଓ ପୁତୁରା ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପ୍ରେମୀଯୁଗଳଙ୍କୁ ଅକଥନୀୟ ନିର୍ଯାତନା ସ୍ବରୂପ ବେକରେ ଜୁଆଳି ଓ ଲଙ୍ଗଳ ଲଗାଇ ଜମିରେ ଚାଷ କରାଇଥିଲେ। ଘଟଣାକୁ ଗ୍ରାମବାସୀ ଅତି ସାଧାରଣ ଭାବେ ଗ୍ରହଣ କରି ଏହା ଆମ ଆଦିବାସୀ ପରମ୍ପରା ବୋଲି ପ୍ରକାଶ କରିଥିଲେ। ଏଥି ସହ ଏମିତି କଲେ ଗାଁରେ କେବେ ବିପତ୍ତି ଆସିବ ନାହିଁ ଓ଼ ଭଲ ଫସଲ ହେବ ବୋଲି କହିଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ସହିତ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *