TOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶପାଣିପାଗ

ଜମ୍ମୁକାଶ୍ମୀରରେ ବର୍ଷା ଆଣିଲା ବିପଦ

ଜମ୍ମୁକାଶ୍ମୀରରେ ବର୍ଷା ଆଣିଲା ବିପଦ…

୨ଟି ନଦୀ ଫୁଲିବାରୁ ବନ୍ୟା ପରିସ୍ଥିତି, ରଜୌରୀରେ ସବୁ ସ୍କୁଲ ଛୁଟି

ଶ୍ରୀନଗର/ଭୁବନେଶ୍ୱର ୨୨-୦୭-୨୦୨୫(ଏସ.ଏମ. ) :  ମ୍ମୁକାଶ୍ମୀରରେ ଜଳ ତାଣ୍ଡବ । ପ୍ରବଳ ବର୍ଷା ପରେ ଫୁଲିଲା ନଦୀ । ଲଗାଣ ବର୍ଷା କାରଣରୁ ୨ଟି ନଦୀର ଜଳସ୍ତର ବୃଦ୍ଧି । ଫଳରେ ରଜୌରୀରେ ବନ୍ୟା ପରିସ୍ଥିତି । ବର୍ଷା ଓ ଜଳବନ୍ଦ ସ୍ଥିତିକୁ ଦୃଷ୍ଟିରେ ରଖି ଆଖି ରୌଜରୀରେ ସମସ୍ତ ସ୍କୁଲ ଛୁଟି । ଉଭୟ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ।ତେବେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପରେ ନଜର ରଖାଯାଇଛି । ଲୋକଙ୍କ ଜୀବନ କେମିତି ସୁରକ୍ଷିତ ଉଦ୍ଧାର ହେବ ସେନେଇ ପ୍ରଶାସନ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ଆସିନି ।ପୁଣି ମୌସୁମୀର ପ୍ରଭାବରେ ସେପଟେ ହିମାଚଳରେ ହାହାକାର ପରିସ୍ଥିତି ଦେଖା ଦେଇଛି । ଲଗାଣ ବର୍ଷା ଫଳରେ ହିମାଚଳରେ ଏଯାଏଁ ୧୪୨ଟି ରାସ୍ତା ବନ୍ଦ ହୋଇଛି । ସେହିପରି କେବଳ ମଣ୍ଡିରେ ୯୧ଟି ସଡକ ବର୍ଷା ଏବଂ ଭୂସ୍କଳନ ପାଇଁ ବନ୍ଦ ହୋଇଯାଇଛି , କୁଲ୍ଲୁରେ ୩୩ଟି ରାସ୍ତାର ଅବସ୍ଥା ସାଙ୍ଘାତିକ । ପ୍ରକୃତିର ତାଣ୍ଡବରେ ଜଳ ଯୋଗାଣ ଏବଂ ବିଜୁଳି ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାଘାତ ଘଟିଛି । ମଣ୍ଡିରେ ଏକ ପେଟ୍ରୋଲ ପମ୍ପରେ ମାଟି ଧସି ପଡିଛି । ତେବେ ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ଯାଉଥିବା ଯାତ୍ରୀଙ୍କୁ ବୁଲି ନଯିବାକୁ ପରାମର୍ଶ ଜାରି କରାଯାଇଛି । 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *