LatestNewsTOP STORIESରାଜ୍ୟ

ଜିଆଇ ମାନ୍ୟତା ଦୌଡ଼ରେ ମାଣିକପାଟଣା ଦହି

ଜିଆଇ ମାନ୍ୟତା ଦୌଡ଼ରେ ମାଣିକପାଟଣା ଦହି

ସରିଲାଣି ତଥ୍ୟ ସଂଗ୍ରହ, ଏହି ମାସରେ ଦାଖଲ

ଶିମିଳିପାଳର କାଇଚଟଣି, ଢେଙ୍କାନାଳର ମଗଜୀ ଲଡୁ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ପରେ ଏବେ ମାଣିକ ପାଟଣା ଦହିକୁ ଜିଆଇ ମାନ୍ୟତା ପାଇଁ ପ୍ରକ୍ରିୟା ଚାଲିଛି। ସାମାଜିକ ସଙ୍ଗଠନ ‘ସମ୍ପର୍କ’ ସହାୟତାରେ ଓଡ଼ିଶା କୃଷି

ଭୁବନେଶ୍ୱର ୧୧-୦୩-୨୦୨୬(ଏସ .ଏମ ) :  ଶିମିଳିପାଳର କାଇଚଟଣି, ଢେଙ୍କାନାଳର ମଗଜୀ ଲଡୁ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ପରେ ଏବେ ମାଣିକ ପାଟଣା ଦହିକୁ ଜିଆଇ ମାନ୍ୟତା ପାଇଁ ପ୍ରକ୍ରିୟା ଚାଲିଛି। ସାମାଜିକ ସଙ୍ଗଠନ ‘ସମ୍ପର୍କ’ ସହାୟତାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଦ୍ବାରା ତଥ୍ୟ ସଂଗ୍ରହ ସହ କିଭଳି ମାନ୍ୟତା ମିଳିବ ଏଦିଗରେ ପଦକ୍ଷେପ ନିଆଯାଇଛି। ସଂଗୃହିତ ହୋଇଥିବା ତଥ୍ୟଗୁଡ଼ିକୁ ଚଳିତ ମାସ ଶେଷ ସୁଦ୍ଧା ଚେନ୍ନାଇସ୍ଥିତ ଜିଆଇ ପଞ୍ଜିକରଣ କାର୍ଯ୍ୟାଳୟରେ ଦାଖଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ମାଣିକ ପାଟଣା ଦହି ମୂଳରେ ଚିଲିକା ମଇଁଷଙ୍କର ପ୍ରମୁଖ ଭୂମିକା ରହିଛି। ଦିନରୁ ରାତି ପର୍ଯ୍ୟନ୍ତ ଚିଲିକା ପାଣି ଭିତରେ ରହୁଥିବା ଏହି ପ୍ରଜାତି ମଇଁଷି ଲୋପ ପାଇବାକୁ ବସିଲେଣି। ତାହାକୁ ନଜରରେ ରଖି ବିଶ୍ବବିଦ୍ୟାଳୟ ପକ୍ଷରୁ ମଇଁଷଙ୍କ ତଥ୍ୟ ସଂଗ୍ରହ, ପ୍ରଜାତି ଚିହ୍ନଟ, ପଞ୍ଜୀକରଣ ପ୍ରକ୍ରିୟା ହୋଇଥିଲା। ସେଥିରୁ ଜଣାପଡ଼ିଛି ଯେ ଚିଲିକା ମଇଁଷ ସହ କିଛି ଲୋକଙ୍କ ଜୀବିକା ଜଡ଼ିତ ରହିଛି। ଇତିହାସରେ ବର୍ଣ୍ଣିତ ମାଣିକ ପାଟଣା ଦହି ବି ଏହି ମଇଁଷଙ୍କ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏହା ପଛରେ ଚିଲିକା ମଇଁଷିଙ୍କର ମୋଟା କ୍ଷୀର ଓ ପ୍ରସ୍ତୁତ ଦହି ରହିଛି, ଯାହାକି ସ୍ବତନ୍ତ୍ର। ତେଣୁ ମାଣିକ ପାଟଣା ଦହିକୁ ଜିଆଇ ଟ୍ୟାଗ୍‌ ଲାଗି ଆବେଦନ କରିବାକୁ ଚିନ୍ତା କରାଗଲା।

ସରିଲାଣି ତଥ୍ୟ ସଂଗ୍ରହ, ଏହି ମାସରେ ଦାଖଲ 
‘ସମ୍ପର୍କ’ ସହୟତାରେ ଓୟୁଏଟିର ପଦକ୍ଷେପ

ଯେକୌଣସି ସାମଗ୍ରୀର ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ତଥ୍ୟ ହାସଲ କରିବା କ୍ଷେତ୍ର‌ରେ ସ୍ଥାନୀୟ ଗୋଷ୍ଠୀଙ୍କର ଭୂମିକା ରହିଛି। ତେଣୁ ଆମେ ସେଠାରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ସହ ସ୍ଥାନୀୟ ଅଧିବାସୀଙ୍କଠାରୁ ମୌଳିକ ତଥ୍ୟ ସଂଗ୍ରହ କରିଥିଲୁ। ଏଥିସହ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରେ ବର୍ଣ୍ଣିତ ମାଣିକ ପାଟଣା ଦହିର କିଛି ଐତିହ୍ୟକୁ ମଧ୍ୟ ସଂଗ୍ରହ କରିଛୁ। ତଥ୍ୟଗୁଡ଼ିକୁ ଦାଖଲ କରିବାକୁ ଯେତିକି ସହାୟତା ଆବଶ୍ୟକ ତାହା ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ସାମାଜିକ ଅନୁଷ୍ଠାନ ‘ସମ୍ପର୍କ’ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିବାନୁଯାୟୀ ମାଣିକ ପାଟଣା ଦହି ଉତ୍କୃଷ୍ଟ ସ୍ୱାଦ, ଘନତା ଓ ପ୍ରାଚୀନ ଐତିହ୍ୟ ପାଇଁ ପ୍ରସିଦ୍ଧ। ମଇଁଷି କ୍ଷୀରରୁ ପ୍ରସ୍ତୁତ ଦହି ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ବହନ କରିଥାଏ। ଆଜିର ଦିନରେ ମଧ୍ୟ ଏହି ଅଞ୍ଚଳର ମଇଁଷି ପାଳକମାନେ କ୍ଷୀରରୁ ଦହି ପ୍ରସ୍ତୁତ କରି ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ଏହି ଦହିରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହିତ କ୍ୟାନ୍ସର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ରହିଛି। ଏହିପ୍ରକାର ଦହି ଓଡ଼ିଶାର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଏ ନାହିଁ। ଚିଲିକା ନିକଟବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିବା ମଇଁଷିଗୁଡ଼ିକ ଦଳ ଓ ଛେଡ଼ା ଖାଇବା ସହିତ ମଧୁର ପାଣି ପିଇଥାନ୍ତି।ଯେଉଁଥିପାଇଁ ସେମାନଙ୍କ କ୍ଷୀର ଓ ଦହିର ମାନ ସ୍ବତନ୍ତ୍ର। ଚିଲିକା ମଇଁଷ ପାଳକଙ୍କ ପାଇଁ ରାଜ୍ୟ ସରକାରଙ୍କ ପାଇଁ କୌଣସି ସହାୟତା ନାହିଁ। ଏମିତିକି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସେମାନଙ୍କୁ ସହାୟତା ମିଳୁ ନାହିଁ। ସମସ୍ତ ଚିଲିକା ମଇଁଷଙ୍କ ପାଇଁ ବୀମାର ସୁବିଧା ମଧ୍ୟ ନାହିଁ। ଚାରଣ ଭୂମି କମୁଥିବାରୁ ବହୁ ମଇଁଷ ମରିଯାଉଛନ୍ତି। ଯେଉଁଥିପାଇଁ ସ୍ଥାନୀୟ ମଇଁଷି ପାଳକମାନେ ଧୀରେ ଧୀରେ ବେଉଷା ଛାଡ଼ି ଦେଉଛନ୍ତି। ଆମ ସଙ୍ଗଠନ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରାଣୀ ସମ୍ପଦ ମେଳାରେ ଚିଲିକା ମଇଁଷି ପାଳକଙ୍କୁ ସାମିଲ କରାଇ ଉଦ୍ୟୋଗୀ ଦେବାକୁ ପ୍ରଚେଷ୍ଟା କରିଛୁ। ସେମାନଙ୍କ ଜୀବିକା ଓ ଚିଲିକା ମଇଁଷର ସ୍ବତନ୍ତ୍ରତା ବଜାୟ ରଖିବାକୁ ହେଲେ ଦହିର ଜିଆଇ ମାନ୍ୟତା ନିହାତି ହେବା ଦରକାର ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70