TOP STORIESଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ପ୍ରସଙ୍ଗ

ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ପ୍ରସଙ୍ଗ

ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଶ୍ରୀଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହିଁ କେବଳ ଶ୍ରୀଜଗନ୍ନାଥ ଧାମ

ପୁରୀ/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) : ଦୀଘା ଜଗନ୍ନାଥ ଧାମ ନାମକରଣ ପରମ୍ପରା ବିରୁଦ୍ଧ। ଶ୍ରୀଜଗନ୍ନାଥ ସଂସ୍କୃତି ବିରୁଦ୍ଧ। ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ହିଁ କେବଳ ଶ୍ରୀଜଗନ୍ନାଥ ଧାମ। ଏହି ମନ୍ଦିର ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ନିର୍ମିତ ଏବଂ ପରିଚାଳିତ। ତେଣୁ ରାଜ୍ୟ ସରକାର ପଶ୍ଚିବଙ୍ଗ ସରକାରଙ୍କ ସହ ଆଲୋଚନା ଭିତ୍ତିରେ ଏହାର ସମାଧାନ କରନ୍ତୁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ବିଶ୍ବର କୋଣ ଅନୁକୋଣରେ ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର ହେଉ। କିନ୍ତୁ ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ କଲେ କିମ୍ବା ଉଲ୍ଲଂଘନ ତଥା ବ୍ୟତିକ୍ରମ କଲେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ଅନୁଚିତ ବୋଲି ଗଜପତି ମହାରାଜ କହିଛନ୍ତି।

ଗଜପତି କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ସମ୍ପର୍କରେ ଏପ୍ରିଲ ୩୦ ତାରିଖରେ ମନ୍ଦିର ପ୍ରତିଷ୍ଠା ଦିନ ହିଁ ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଥିଲୁ। ବିଶ୍ବରେ ବହୁ ହିନ୍ଦୁ ମନ୍ଦିର ରହିଛି। କିନ୍ତୁ କେଉଁଠାରେ ମଧ୍ୟ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରାଯାଇନାହିଁ କି ଧାମ ନାମକରଣ କରାଯାଇନାହିଁ। ଏ ସମ୍ପର୍କରେ ମୁକ୍ତି ମଣ୍ଡପର ପରାମର୍ଶ ନେଇଥିଲୁ। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଏବଂ ବଦ୍ରିନାଥର ଶଙ୍କରାଚାର୍ଯ୍ୟ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ହିଁ ଶ୍ରୀଜଗନ୍ନାଥ ଧାମ ବୋଲି ଘୋଷଣା ତଥା ସ୍ପଷ୍ଟୋକ୍ତି ରଖିଛନ୍ତି।

ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ପ୍ରସଙ୍ଗ ‘ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ’

ପଶ୍ଚିମବଙ୍ଗ ସରକାର ଏହି ମନ୍ଦିର ନିର୍ମାଣ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ମନ୍ଦିର ପାଇଁ ଟ୍ରଷ୍ଟ ବୋର୍ଡ ନିଯୁକ୍ତ କରାଯାଇଛି। ତେଣୁ ଆମ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ବୋଲି ଗଜପତି କହିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖି ଅବଗତ କରାଇସାରିଛନ୍ତି। ତେଣୁ ଦୀଘା ଶ୍ରୀଜଗନ୍ନାଥ ଧାମ ଯେପରି ନ ରହିବ କିମ୍ବା ଆଗାମୀ ଦିନରେ ଏନେଇ ପ୍ରୟାସ କରାନଯିବ ସେନେଇ ସରକାର ଆଲୋଚନା ଭିତ୍ତିରେ ଯଥାଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ଗଜପତି ଏହା ବି କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପରିଚାଳିତ ଏହି ଜଗନ୍ନାଥ ମନ୍ଦିରରେ ପୂଜା ଦାୟିତ୍ବ ଇସ୍କନ ସଂସ୍ଥାକୁ ଦିଆଯାଇଛି। ଇସ୍କନର ଭକ୍ତ ପୂଜକମାନେ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଓ ସ୍ବତନ୍ତ୍ର ନୀତିକାନ୍ତି ବାବଦରେ ଅବଗତ ଥିଲେ ହେଁ କିଭଳି ଆପତ୍ତି କରିନାହାନ୍ତି ତାହା ବିସ୍ମୟକର।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *