Entertainmentବିଶେଷ ସ୍ତମ୍ବମନୋରଞ୍ଜନରାଜ୍ୟ

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ

ନନ୍ଦନକାନନ ପାଇଁ ଖୁସି ଖବର: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା ସାପ

ଭୁବନେଶ୍ୱର ୦୭-୦୭-୨୦୨୫( ଏସ.ଏମ .) :  ନ୍ଦନକାନନ ପାଇଁ ଖୁସି ଖବର । ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି । ଏହା ନନ୍ଦନକାନନର ସରୀସୃପ ସଂରକ୍ଷଣ, ଉତ୍କୃଷ୍ଟ ତତ୍ତ୍ଵାବଧାନ ସାଙ୍ଗକୁ ବୈଜ୍ଞାନିକ ପଦ୍ଧତିରେ ପ୍ରଜନନର ଏକ ସଫଳତା ବୋଲି ସେ କହିଛନ୍ତି । ସେପଟେ ଅକ୍ଟୋବର ୨୦୧୯ରେ ମାଦ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ପ୍ୟାରେଣ୍ଟସ୍ ସାପଗୁଡ଼ିକୁ ଅଣାଯାଇଥିଲା । ୨୯ ଜୁନ୍ ୨୦୨୫ରେ ସାତଟି ଛୁଆ ଜନ୍ମ ହେବା ପରେ ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ସଫଳ ପ୍ରଜନନ ହୋଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *