ଅପରାଧଦେଶ- ବିଦେଶରାଜନୀତିସମସ୍ୟା ଭିତ୍ତିକ ଖବର

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା

ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲା

୨୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ୍‌କୋର୍ଟ ନିକଟରେ ପଶ୍ଚିମବଙ୍ଗ ପୁଲିସକୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୬-୨୦୨୫(ଏସ .ଏମ ) :୦୨୧ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ଜଣେ ବିଜେପି ସମର୍ଥକଙ୍କ ଘରେ ଭଙ୍ଗାରୁଜା ଓ ତାଙ୍କ ପତ୍ନୀଙ୍କୁ ଯୌନ ନିର୍ଯାତନା ମାମଲାରେ ସୁପ୍ରିମ୍‌କୋର୍ଟ ନିକଟରେ ପଶ୍ଚିମବଙ୍ଗ ପୁଲିସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଦାୟିତ୍ୱରେ ଥିବା ଅଧିକାରୀ ଏଫ୍‌ଆଇଆର୍ ରୁଜୁ କରିବାକୁ ମନା କରିଦେଇଥିଲେ ଏବଂ ପରିବାରକୁ ନିଜ ସୁରକ୍ଷା ପାଇଁ ଗାଁ ଛାଡ଼ିବାକୁ କହିଥିଲେ।ମେ ୩୦ ତାରିଖରେ ଶୁଣାଣି ସମୟରେ ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ୬ ଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କ ଜାମିନ ରଦ୍ଦ କରିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ପ୍ରାୟ ୪୦-୫୦ ଜଣ ସଶସ୍ତ୍ର ଦୁର୍ବୃତ୍ତ ଅଭିଯୋଗକାରୀଙ୍କ ଘରେ ଭଙ୍ଗାରୁଜା କରି ଲୁଟ୍ କରିଥିଲେ, ତାଙ୍କ ପତ୍ନୀଙ୍କୁ କେଶ ଧରି ଘୋଷାରିଥିଲେ, ଜୋରଜବରଦସ୍ତ ଉଲ୍ଲଗ୍ନ କରିଥିଲେ ଏବଂ ପରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ତେବେ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇଦେବାକୁ ଧମକ ଦେଇ ମହିଳା ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ। କୋର୍ଟ କହିଛନ୍ତି, ଘଟଣାଟି ଯେଭଳି ନିନ୍ଦନୀୟ ଢଙ୍ଗରେ ଘଟିଛି, ତାହା ଦର୍ଶାଉଛି ଯେ ଭିନ୍ନ ଦଳର ସମର୍ଥକଙ୍କୁ ଦମନ କରିବା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହି ଘୃଣ୍ୟ ଅପରାଧ ଗଣତନ୍ତ୍ରର ମୂଳ ଉପରେ ଏକ ଗମ୍ଭୀର ଆକ୍ରମଣଠାରୁ କମ୍ ନୁହେଁ।

ଏତଲା ରଖିବାକୁ ମନା କରିଥିଲା ପୁଲିସ
ପରିବାର ଲୋକଙ୍କୁ ଗାଁ ଛାଡ଼ିବାକୁ କହିଥିଲା

ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିବା ପଛର କାରଣ ଦର୍ଶାଇ ଖଣ୍ଡପୀଠ ଦର୍ଶାଇଛନ୍ତି ଯେ ଯଦି ଅଭିଯୁକ୍ତମାନଙ୍କୁ ଜାମିନରେ ଛାଡ଼ି ଦିଆଯାଏ, ତେବେ ମାମଲାର ନିରପେକ୍ଷ ଶୁଣାଣି ହୋଇପାରିବ ନାହିଁ। ଅଭିଯୋଗକାରୀ ଓ ଅନ୍ୟ ସମସ୍ତ ସାକ୍ଷୀଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସୁପ୍ରିମ୍‌କୋର୍ଟ ପଶ୍ଚିମବଙ୍ଗ ଗୃହ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ସେମାନେ ବିନା କୌଣସି ଭୟ କିମ୍ବା ଆଶଙ୍କାରେ ଶୁଣାଣିରେ ହାଜର ହୋଇ ସାକ୍ଷ୍ୟ ଦେଇପାରିବେ। ମେ ୨୦୨୧ରେ ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଆରମ୍ଭ ହୋଇଥିଲା, ଯେଉଁଥିରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଥିଲା। ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ବେଳେ ଅନେକ ବିଜେପି କର୍ମୀ ଓ ସମର୍ଥକଙ୍କୁ ଆକ୍ରମଣ କିମ୍ବା ହତ୍ୟା କରାଯାଇଛି। କିଛି ତୃଣମୂଳ କର୍ମୀଙ୍କର ମଧ୍ୟ ସମାନ ଅବସ୍ଥା ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *