ଦେଶ- ବିଦେଶବାଣିଜ୍ୟରାଜ୍ୟ

ପାକିସ୍ତାନ ସହ ବାଣିଜ୍ୟ ବର୍ଜନ

ପାକିସ୍ତାନ ସହ ବାଣିଜ୍ୟ ବର୍ଜନ

 ପାକିସ୍ତାନ ସହ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସିଏଆଇଟିର ନିଷ୍ପତ୍ତି 

ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପରିଚାଳନା ପରିଷଦର ଦୁଇଦିନିଆ ବୈଠକ ଭୁବନେଶ୍ବରଠାରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସହ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସିଏଆଇଟି ସର୍ବସମ୍ମତି ନିଷ୍ପତ୍ତି ନେଇଛି। ସିଏଆଇଟିର ସାଧାରଣ ସମ୍ପାଦକ ତଥା ଚାନ୍ଦିନୀ ଚୌକ ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଠକରେ ଖୁଚୁରା ବ୍ୟବସାୟୀମାନଙ୍କ ଆୟ ଓ ଦେଶରେ ନିଯୁକ୍ତି ବଢ଼ାଇବା ଉପରେ ଆଲୋଚନା ହୋଇଛି। ମହାସଂଘର ଓଡ଼ିଶା ଶାଖା ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ, ବ୍ୟବସାୟୀମାନେ ଯେଭଳି ସୁବିଧାରେ ସିଏସ୍‌ସି (ଜନସେବା କେନ୍ଦ୍ର) ଖୋଲି ପାରିବେ ସେ ନେଇ ସିଏଆଇଟି ସହବନ୍ଧନ କରିଛି। ଏହି କେନ୍ଦ୍ର ଖୋଲିବା ଲାଗି ଆବଶ୍ୟକ ତାଲିମ ଓ ୧୫୦୦ ଟଙ୍କାର ଲାଇସେନ୍ସ ଫି’ରୁ ବ୍ୟବସାୟୀମାନଙ୍କୁ ରିହାତି ଦେବା ନେଇ ଯୋଜନା ହୋଇଛି। ସେହିଭଳି ଜନ ଔଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ମିଳୁଥିବା ଔଷଧକୁ ଯେଭଳି ଅନ୍ୟ ଖୁଚୁରା ବ୍ୟବସାୟୀମାନେ ବିକ୍ରି କରିପାରିବେ ତାହା ଉପରେ ଆଲୋଚନା ହୋଇଛି। ଏଥିସହିତ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀର ଦେଶର ସବୁସ୍ଥାନରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ରାଜ୍ୟ ମଧ୍ୟରେ ଏସବୁ ସାମଗ୍ରୀର ବିନିମୟ କରିବା ଲାଗି ଯୋଜନା ହୋଇଛି। ସରକାର ଖୁଚୁରା ଶିଳ୍ପରେ ଏଫ୍‌ଡିଆଇକୁ ଅନୁମତି ଦେବା ପରେ ଭାରତରେ ଖୁଚୁରା ବ୍ୟବସାୟୀମାନେ ଅସୁବିଧାରେ ପଡ଼ିଛନ୍ତି। ଇ-କମର୍ସ ଏବଂ କ୍ବିକ୍‌ କମର୍ସ କମ୍ପାନିଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଛି ସାଧାରଣ ଖୁଚୁରା ବ୍ୟବସାୟୀଙ୍କୁ ସେହି ସୁବିଧା ମିଳିଲେ ସେମାନେ ପ୍ରତିଯୋଗିତା କରିବା କ୍ଷମତା ହାସଲ କରିବେ। ଦେଶରେ ଖୁଚୁରା ବ୍ୟବସାୟୀଙ୍କ ଯାଞ୍ଚ ଏବଂ ନିରୀକ୍ଷଣ ପାଇଁ ୩୧ଟି ନିୟମ ରହିଛି। ତେଣୁ ଇ-କର୍ମସ କମ୍ପାନିଗୁଡ଼ିକୁ ସେସବୁ ଆଇନ ପରିସରଭୁକ୍ତ କରିବାକୁ ସିଏଆଇଟି ଦାବି କରିଛି। ଦେଶର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ବର୍ଷକୁ ୨ ଥର ସିଏଆଇଟି ପରିଚାଳନା ପରିଷଦର ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଦିନିଆ ବୈଠକରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଯୋଗଦେଇଥିଲେ। ୨୬ଟି ରାଜ୍ୟରୁ ୨୦୦ରୁ ଅଧିକ ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *