ଅପରାଧଦେଶ- ବିଦେଶ

ପାକିସ୍ତାନୀ ଗୁପ୍ତଚର ନେଟୱର୍କ ମାମଲା

ପାକିସ୍ତାନୀ ଗୁପ୍ତଚର ନେଟୱର୍କ ମାମଲା

ପାକିସ୍ତାନୀ ସ୍ପାଏ ନେଟୱର୍କର ଚେର ଭାରତରେ ଖୁବ୍‌ ଗଭୀରକୁ ଲମ୍ବିଛି। ଗୁଜରାଟ ଏଟିଏସ୍‌ ଗୁପ୍ତଚରଗିରି ମାମଲାରେ ସହଦେବ ସିଂହ ଗୋହିଲ ନାମକ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : ପାକିସ୍ତାନୀ ସ୍ପାଏ ନେଟୱର୍କର ଚେର ଭାରତରେ ଖୁବ୍‌ ଗଭୀରକୁ ଲମ୍ବିଛି। ଗୁଜରାଟ ଏଟିଏସ୍‌ ଗୁପ୍ତଚରଗିରି ମାମଲାରେ ସହଦେବ ସିଂହ ଗୋହିଲ ନାମକ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି। ଗିରଫ ସଂକ୍ରାନ୍ତରେ ସ୍ପଷ୍ଟ କରି ଗୁଜରାଟ ଏଟିଏସ୍‌ ଏସ୍‌ପି କେ ସିଦ୍ଧାର୍ଥ କହିଛନ୍ତି, କଚ୍ଛର ଜଣେ ସ୍ବାସ୍ଥ୍ୟକର୍ମୀ ସହଦେବ ସିଂହ ପାକିସ୍ତାନୀ ଏଜେଣ୍ଟ୍‌ଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ‌ସେ ବିଏସଏଫ୍‌ ଏବଂ ବାୟୁସେନାର ସମ୍ବେଦନଶୀଳ ସୂଚନା ପାକ୍‌ ଏଜେଣ୍ଟଙ୍କୁ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି। ଦୁଇଦିନ ତଳେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ମାମଲ‌ାରେ ଉତ୍ତରପ୍ରଦେଶ ଏଟିଏସ୍‌ ବାରଣାସୀରୁ ମହମ୍ମଦ ତୁଫେଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତା’କୁ ଜେରାବେଳେ ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ପାକିସ୍ତାନୀ ଗୁପ୍ତଚର ନେଟ୍‌ୱର୍କ ସଂପର୍କରେ ଜଣାପଡ଼ିଛି। ଏହି ପାକିସ୍ତାନୀ ସ୍ପାଏ ନେଟୱର୍କ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍‌ ଶତାଧିକ ଲୋକଙ୍କୁ ନଜରରେ ରଖିଛି।

ଶତାଧିକ ଲୋକ ୟୁପି ଏଟିଏସ୍‌ ନଜରରେ
ସ୍କାନର୍‌ରେ ୮୦୦ରୁ ଅଧିକ ଫୋନ୍‌ ନମ୍ବର

ତୁଫେଲ୍‌ ଦ୍ବାରା ପରିଚାଳିତ ହ୍ବାଟ୍ସଆପ୍‌ ଗ୍ରୁପ୍‌ ସହ ଜଡ଼ିତ ପୂର୍ବ ଉତ୍ତରପ୍ରଦେଶରୁ ପ୍ରାୟ ୮୦୦ରୁ ଅଧିକ ମୋବାଇଲ ନମ୍ବରକୁ ନିରୀକ୍ଷଣରେ ରଖାଯାଇଛି ବୋଲି ଏଟିଏସ୍‌ ପକ୍ଷରୁ କୁହାଯାଇଛି। ମଉ, ଆଜମଗଡ଼, ବାରଣାସୀର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କର ଏହି ମୋବାଇଲ ନମ୍ବର ବୋଲି ଜଣାପଡ଼ିଛି। ତୁଫେଲ ଉତ୍ତରପ୍ରଦେଶର କନୌଜ ଏବଂ ପଂଜାବରୁ ଫେରିବାପରେ ୧୯ଟି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଗଠନ କରିଥିଲା। କନୌଜ ଏବଂ ପଂଜାବରେ ‌ସେ ସ୍ଥାନୀୟ ଯୁବକଙ୍କ ସହ ଗୁପ୍ତ ବୈଠକ କରିଥିଲା। ଉତ୍ତେଜନାପୂର୍ଣ୍ଣ ଧାର୍ମିକ ବିଷୟବସ୍ତୁ ପୋଷ୍ଟ୍‌ କରି ତୁଫେଲ ମୁସ୍‌ଲିମ ଯୁବକଙ୍କୁ ପ୍ରଭାବିତ କରୁଥିବା ଏଟିଏସ୍‌ ବିଶ୍ବାସ କରୁଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *