ଅପରାଧଘଟଣା ଦୁର୍ଘଟଣାଦୁର୍ନୀତିରାଜ୍ୟ

ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ, ମାଟିତଳେ ଲୁଚାଇଥିଲେ ମାଓବାଦୀ

ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ, ମାଟିତଳେ ଲୁଚାଇଥିଲେ ମାଓବାଦୀ

ବାଙ୍କୋ ପଥର ଖଣିରୁ ଲୁଟ୍ ହୋଇଥିବା ଅଢେଇ ଟନ୍ ବିସ୍ଫୋରକ ପୁଣି ଜବତ ହୋଇଛି। ମାଟିତଳେ ଲୁଚାଇଥିଲେ ମାଓବାଦୀ। ଝାରଖଣ୍ଡର ଜରେଇକେଲା ଥାନା ଅଞ୍ଚଳରୁ ଏହା ଜବତ ହୋଇଛି। କୋବ୍ରା ବାଟାଲିୟନ୍, ସିଆରପିଏଫ୍ ଯବାନମାନେ ଏବେ ବି ସରଣ୍ଡା ଜଙ୍ଗଲରେ ସର୍ଚ୍ଚଅପରେସନ୍ ଜାରି ରଖିଛନ୍ତି।

କୋଇଡ଼ା/ଭୁବନେଶ୍ୱର ୦୨-୦୬-୨ ୦୨୫ (ଏସ.ଏମ) : ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ଲୁଟ୍ ହୋଇଥିବା ଅଢେଇ ଟନ୍ ବିସ୍ଫୋରକ ପୁଣି ଜବତ ହୋଇଛି। ମାଟିତଳେ ଲୁଚାଇଥିଲେ ମାଓବାଦୀ। ଝାରଖଣ୍ଡର ଜରେଇକେଲା ଥାନା ଅଞ୍ଚଳରୁ ଏହା ଜବତ ହୋଇଛି। କୋବ୍ରା ବାଟାଲିୟନ୍, ସିଆରପିଏଫ୍ ଯବାନମାନେ ଏବେ ବି ସରଣ୍ଡା ଜଙ୍ଗଲରେ ସର୍ଚ୍ଚଅପରେସନ୍ ଜାରି ରଖିଛନ୍ତି।ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ବିପୁଳ ପରିମାଣର ବିସ୍ଫୋରକ ଲୁଟ୍ ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଝାରଖଣ୍ଡ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଥିଲେ। ଏହି ଲୁଟ୍‌ ଘଟଣା ୨୦୦୯ର ସମାନ ଘଟଣାକୁ ମନେପକାଇ ଦେଇଛି। ଗତ ବୁଧବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଡିଜି ଶ୍ରୀ ଖୁରାନିଆ କେ. ବଲାଙ୍ଗ ଥାନାରେ ପହଞ୍ଚିଥିଲେ। ତାଙ୍କ ସହିତ ଆଇଜି (ଅପରେସନ୍‌) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ପେସାଲ୍‌ ଇଣ୍ଟେଲିଜେନ୍ସ ଅଧିକାରୀ, ବଣାଇ ଏସ୍‌ଡିପିଓ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *