ଘଟଣା ଦୁର୍ଘଟଣାଦେଶ- ବିଦେଶରାଜନୀତି

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ତେଜସ୍ବୀ ଯାଦବ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ତେଜସ୍ବୀ ଯାଦବ

ପାଟନାରୁ ମାଧେପୁରାକୁ ଫେରୁଥିବାବେଳେ ବାଟରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ‌ତେଜସ୍ବୀଙ୍କ ୩ ଜଣ ସୁରକ୍ଷାକର୍ମୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ତେଜସ୍ବୀଙ୍କର କିଛି କ୍ଷତି ହୋଇନାହିଁ

ପାଟନା/ଭୁବନେଶ୍ୱର୦୮-୦୬-୨୦୨୫ (ଏସ .ଏମ ) : ବିହାର ବିଧାନସଭା ବିରୋଧୀ ଦଳ ନେତା ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେଜସ୍ବୀଙ୍କ କନଭୟ ଆଜି ପାଟନାରୁ ମାଧେପୁରାକୁ ଫେରୁଥିବାବେଳେ ବାଟରେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ‌ତେଜସ୍ବୀଙ୍କ ୩ ଜଣ ସୁରକ୍ଷାକର୍ମୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ତେଜସ୍ବୀଙ୍କର କିଛି କ୍ଷତି ହୋଇନାହିଁ। ଗତକାଲି ରାତି ପ୍ରାୟ ୧.୩୦ ସମୟରେ ବୈଶାଳୀ ଜିଲ୍ଲାର ଜାତୀୟ ରାଜପଥ -୨୨ରେ ଗୋରୌଲ ଟୋଲ୍‌ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଏକ ଦ୍ରୁତଗାମୀ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଆର୍‌ଜେଡି ନେତାଙ୍କ କନଭୟକୁ ଆସି ପଛପଟୁ ପିଟି ଦେଇଥିଲା। ଦୁର୍ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା‌ କରିବାକୁ ଯାଇ ତେଜସ୍ବୀ କହିଛନ୍ତି, ତାଙ୍କ କନଭୟ ରାସ୍ତା କଡ଼ରେ ଏକ ଚା ଦୋକାନ ନିକଟରେ ଠିଆ ହୋଇଥିଲା। ଚା’ ପିଇବାପାଇଁ ସେମାନେ ଅଟକିଥିଲେ।

ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍‌ ଆସି ତାଙ୍କ କନଭୟକୁ ପଛପଟୁ ପିଟି ଦେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ତେଜସ୍ବୀ ଯାଦବ ଗାଡ଼ିଠାରୁ ୫ ଫୁଟ୍‌ ଦୂରରେ ଥିଲେ ଏବଂ ଦୁର୍ଘଟଣାରେ ତାଙ୍କର କିଛି କ୍ଷତି ହୋଇନି। ତେଜସ୍ବୀଙ୍କର ୩ ଜଣ ସୁରକ୍ଷାକର୍ମୀ ଏହି ଦୁର୍ଘଟଣାରେ ଆହତ ହୋଇ ଏବେ ସଦର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଜଣେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହି ଘଟଣା ପରେ ଅନେକ ଆରଜେଡି ନେତା ଏବଂ କର୍ମୀମାନେ ତେଜସ୍ବୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *